ସନ୍ଦେହ ଆଣିଲା ସମ୍ପର୍କରେ ଫାଟ, ପ୍ରେମିକାକୁ ଛୁରୀ ମାରିଲା ପ୍ରେମିକ, ବେକରେ ପଡ଼ିଲା ୮୫୦ଟି ସିଲେଇ
 

Man arrested who attempts to murder live in partner by slitting her throat
ପ୍ରେମିକାକୁ ଛୁରୀ ମାରିଲା ପ୍ରେମିକ, ବେକରେ ପଡ଼ିଲା ୮୫୦ଟି ସିଲେଇ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଲିଭ-ଇନ ପାର୍ଟନରଙ୍କୁ ଛୁରାମାଡ଼ କରି ବେକ କାଟି ‌ଦେଇଥିବା ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଘଟଣା ପାଞ୍ଚ ମାସ ତଳେ ଘଟିଥିବା ‌ବେ‌ଳେ ଅଭିଯୁକ୍ତ ଫେରାର ଥିଲା। ଯାହାକୁ ପୁଲିସ ନିକଟରେ ଗୁଜରାଟର ଶାପରରୁ ଗିରଫ କରିଛି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ସୂଚନା ମୁତାବକ ଗିରଫ ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ୨୭ ବର୍ଷୀୟ ବାସିନ୍ଦା ରିଙ୍କୁ ବୋଲି ଜଣାପଡିଛି। ଗିରଫ ପରେ ରିଙ୍କୁ ଏହି ଘଟଣାକୁ ନେଇ ପୁଲିସ ସାମ୍ନାରେ ସବୁ କିଛି ସତ କହିଛି, ସେ ପୋଲିସ କୁ କହିବା ଅନୁଯାୟୀ ସେ ଏକ ଜୋତା କମ୍ପାନିରେ କାମ କରୁଥିବା ବେଳେ ଜଣେ କର୍ମଚାରୀଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ଉକ୍ତ ବନ୍ଧୁଙ୍କ ଘରକୁ ଯିବା ଆସିବା କରିବା ସମୟରେ ତାଙ୍କ ଭଉଣୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ରିଙ୍କୁ।

ଅଧିକ ପଢ଼ନ୍ତୁ: ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ

କିଛି ଦିନ ପରେ ଦୁହେଁ ଲିଭ-ଇନରେ ରହିଥିଲୁ। ସବୁକିଛି ଠିକଠାକ ଚାଲିଥିଲା। କିନ୍ତୁ ଧୀରେ ଧୀରେ ଆମ ସମ୍ପର୍କରେ ଫାଟ ସୃଷ୍ଟି ହେଲା । କାରଣ ଥିଲା ତାଙ୍କ ସାଥୀ ଆଉ କାହାକୁ ଭଲ ପାଉଥିଲା, ଏହା ଆମେ କହୁନୁ ଏହି ରିଙ୍କଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିଲା । ଲିଭ-ଇନରେ ପାଖାପାଖି ୭ବର୍ଷ ରହିବା ପରେ ଏହି ବିବାଦ ହେତୁ ଅଲଗା ହୋଇଯାଇଥିଲୁ। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ମୋତେ ଛାଡ଼ି ସାଥୀ ଆଉ କାହାକୁ ଭଲ ପାଇବା ଘଟଣାକୁ ମୁଁ ସହି ପାରି ନଥିଲି। ତେଣୁ ‌ସେ ରହୁଥିବା ଏକ ଭଡା  ଘରେ ପହଞ୍ଚି ତାର ବେକ କାଟି ଦେଇଥିଲି। ଆଉ ଘଟଣା ବିଷୟରେ ପ୍ରେମିକାର ଭାଇଙ୍କୁ ଫୋନ କରି ଜଣାଇ ଦେଇଥିଲି। ପୀଡ଼ିତାଙ୍କ ଭାଇଙ୍କ କହିବାନୁସାରେ, ଅଜଣା ନମ୍ବରରୁ ଫୋନ ପାଇବା ପରେ  ମୁଁ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲି। ଆଉ ଭଉଣୀକୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲି। 

ଅଧିକ ପଢ଼ନ୍ତୁ: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା

ସେଠାରୁ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରିଥିଲି। ଡାକ୍ତର ଭଉଣୀର ଚିକିତ୍ସା କରି ତାର ବେକରେ ୮୫୦ଟି ସିଲେଇ ପକାଇଥିଲେ। ସୌଭାଗ୍ୟବଶତଃ ଚିକିତ୍ସା ପରେ ଭଉଣୀ ସୁସ୍ଥ  ହୋଇଯାଇଥିଲା।

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

Share this story