ମହିଳା ସରକାରୀ ଅଫିସର୍‌ଙ୍କୁ ଗଳା କାଟି ହତ୍ୟା ମାମଲାରେ ଡ୍ରାଇଭର୍‌ ଗିରଫ, ଜାଣନ୍ତୁ ହତ୍ୟା ପଛର ଅସଲ କାରଣ 
 

Driver Of Karnataka Government Officer Arrested For Her Murder
ମହିଳା ସରକାରୀ ଅଫିସର୍‌ଙ୍କୁ ଗଳା କାଟି ହତ୍ୟା ମାମଲାରେ ଡ୍ରାଇଭର୍‌ ଗିରଫ
 

ଓଡ଼ିଆ ଗସିପ୍ ବ୍ୟୁରୋ: କର୍ଣ୍ଣାଟକର ବରିଷ୍ଠ ସରକାରୀ ଅଧିକାରୀ - କେ. ଏସ୍‌. ପ୍ରତିମାଙ୍କ ହତ୍ୟାକାଣ୍ଡ ପାଇଁ ବେଙ୍ଗାଲୁରୁ ପୋଲିସ ଡ୍ରାଇଭରକୁ ଗିରଫ କରିଛି ଯାହା ସହରର ସୁବ୍ରମଣ୍ୟପୋରା ଅଞ୍ଚଳରେ ତାଙ୍କ ଘରେ ମୃତଦେହ ମିଳିଛି। ବେଙ୍ଗାଲୁରୁ ପୋଲିସ କମିଶନର ବି. ଦୟାନନ୍ଦ କହିଛନ୍ତି, "ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେ ଡ୍ରାଇଭର ଭାବେ କାମ କରୁଥିଲେ ଏବଂ ତାଙ୍କୁ ୧୦ ଦିନ ପୂର୍ବରୁ କାମରୁ ହଟାଇ ଦିଆଯାଇଥିଲା।"

ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ସୂଚନା ଅନୁସାରେ, ମହିଳା ଅଧିକାରୀଜଣକ ଚାକିରିରୁ ବାହାର କରିଦେବାରୁ ଡ୍ରାଇଭର୍‌ ତାଙ୍କୁ ହତ୍ୟା କରିଛି। ଧରାପଡ଼ିଥିବା ଡ୍ରାଇଭର୍‌ର ନାଁ ହେଉଛି କିରଣ। ପ୍ରତିମାଙ୍କୁ ହତ୍ୟା କରିବା ପରେ ସେ ବେଙ୍ଗାଲୁରୁଠାରୁ ପ୍ରାୟ ୨୦୦ କିଲୋମିଟର୍‌ ଦୂର ଚାମରାଜନଗରକୁ ଚାଲିଯାଇଥିଲା।

ଅଧିକ ପଢନ୍ତୁ : ଜୀବନସାଥୀ ଜୀବିତ ଥିଲେ ମଧ୍ୟ ମୃତ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ମିଳିପାରିବ କି ଅନୁକମ୍ପାମୂଳକ ନିଯୁକ୍ତି, ଜାଣନ୍ତୁ... 

ପୁଲିସ କହିଛି, ବିଧାନ ସୌଧ ନିକଟ ଡୋଡ୍ଡାକଲ୍ଲାସାନ୍ଦ୍ରା ଅଞ୍ଚଳର ଗୋକୁଳ ନଗରରେ ଥିବା ‘ଭି.ଭି. ଟାୱାର୍ସ’ରେ ରହୁଥିବା ପ୍ରତିମା କେ. ଏସ୍‌.ଙ୍କ ଶ୍ବାସରୁଦ୍ଧ କରାଯିବା ସହିତ ତଣ୍ଟି କଟାଯାଇଥିବା ପରି ମନେ ହେଉଛି। ଆତତାୟୀମାନେ ଘରେ ଥିବା ଅନ୍ୟ କୌଣସି ସାମଗ୍ରୀ ସ୍ପର୍ଶ କରି ନାହାନ୍ତି। ୩୭ ବର୍ଷୀୟ ପ୍ରତିମା ରାଜ୍ୟ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ।

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...

ଆଗରୁ ସ୍କୁଲ୍‌ ଶିକ୍ଷକ ଥିବା ପ୍ରତିମାଙ୍କ ସ୍ବାମୀ ବେଙ୍ଗାଲୁରୁଠାରୁ ପ୍ରାୟ ୩୦୦ କିଲୋମିଟର୍‌ ଦୂର ପୈତୃକ ନଗରୀ ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ତୀର୍ଥହାଲ୍ଲିରେ ଚାଷବାସ କରି ରହୁଛନ୍ତି। ସେମାନଙ୍କ ପୁଅ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଏକ ଆବାସିକ ବିଦ୍ୟାଳୟରେ ରହି ୧୦ମ ଶ୍ରେଣୀରେ ପଢୁଛି। ତେଣୁ, ଶନିବାର ରାତିରେ ଆକ୍ରମଣ ହେବା ସମୟରେ ଘରେ ପ୍ରତିମା ଏକା ଥିଲେ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story