ଚିତ୍କାର କରୁଥିଲେ ଦୁଇ ଝିଅ, ଏହି କାରଣ ପାଇଁ ଅତି ନୃଶଂସଭାବେ ସ୍ତ୍ରୀକୁ ଛୁରି ଭୁସି ଭୁସି ହତ୍ୟା କଲା ସ୍ୱାମୀ

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ଆରପାରିକୁ ପଠେଇଦେଲା ସ୍ୱାମୀ, ସ୍ତ୍ରୀକୁ ଅତି ନୃଶଂସଭାବେ ସ୍ୱାମୀ କଲା ହତ୍ୟା। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ଏନେଇ ଅଧିକ ପଚରାଉଚରା କରୁଛି ।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା ।
ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ
ଫଳରେ ନୃଶଂସ ପାଲଟିଗଲା ସ୍ୱାମୀ । ଦୁଇ ଝିଅଙ୍କ ଆଗରେ ସ୍ତ୍ରୀକୁ ମାଡ଼ ମାରିବା ସହ ପରେ ଏକ ଛୁରି ଭୁସି କଲା ହତ୍ୟା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ । ଜାଫରାବାଦରେ ଅତି ନିର୍ମମ ଭାବେ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ହତ୍ୟା କରିଛି ।
ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!
ଅଭିଯୁକ୍ତର ନାଁ ସାଜିଦ ହୋଇଥିବାବେଳେ ତାଙ୍କର ଦୁଇଟି ଝିଅ ରହିଛନ୍ତି । ବଡ଼ ଝିଅର ବୟସ ୧୧ ବର୍ଷ । ସାନ ଝିଅ ୭ ବର୍ଷର ବୋଲି ଜଣାପଡ଼ିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ସେପଟେ ହତ୍ୟାକାଣ୍ଡ ସ୍ଥଳରୁ ବ୍ୟବହାର ହୋଇଥିବା ଛୁରିକୁ ଜବତ କରିଛି ପୋଲିସ । ମୃତ ମହିଳାଙ୍କ ବୟସ ୩୪ ବର୍ଷ । ଅଭିଯୁକ୍ତର ବୟସ ୩୬ ବର୍ଷ ବୋଲି ସୂଚନା ଦେଇଛି ପୋଲିସ ।
ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ