ଶଶୁର ସହ ଶାରୀରିକ ସମ୍ପର୍କ ରଖୁଥିଲେ, ବିଦେଶ ଯିବା ପାଇଁ ଟଙ୍କା ନଦେବାରୁ ଗୁପ୍ତାଙ୍ଗ କାଟି ହତ୍ୟା କଲା ବୋହୂ

Bahu kills father in law for two lakhs in Dakor Kheda Gujarat
ଶଶୁର ଟଙ୍କା ନଦେବାରୁ ଗୁପ୍ତାଙ୍ଗ କାଟି ହତ୍ୟା କଲା ବୋହୂ

ଓଡ଼ିଆ ଗସିପ୍ ବ୍ୟୁରୋ: ଶଶୁର ସହ ଶାରୀରିକ ସମ୍ପର୍କ ରଖି ଟଙ୍କା ନେଉଥିଲା ବୋହୂ। ଦିନେ ବିଦେଶ ଯିବା ପାଇଁ ଟଙ୍କା ନଦେବାରୁ ବୋହୂ ନିଜ ଶଶୁରଙ୍କ ଗୁପ୍ତାଙ୍ଗ କାଟି ହତ୍ୟା କରିଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଗୁଜରାଟର ଖେଡା ଜିଲ୍ଲାରେ ଘଟିଛି। ବିବାହ ପରେ ଭଡ଼ା ଘର ନେଇ ଶଶୁର-ବୋହୂ ଶାରୀରିକ ସମ୍ପର୍କ ରଖୁଥିଲେ। 

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

କିଛି ମାସ ପରେ ମହିଳାଙ୍କର ଫେସବୁକରେ ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ବିଦେଶ ଯିବା ପାଇଁ ୨ଲକ୍ଷ ଟଙ୍କା ଦରକାର ବୋଲି ଯୁବକ କହିବାରୁ ମହିଳାଜଣକ ନିଜ ଶଶୁରଙ୍କୁ ଟଙ୍କା ମାଗିଥିଲେ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ହେଲେ ସେ ଦେବାକୁ ମନା କରିବାରୁ ମହିଳା, ଶଶୁରଙ୍କ ଗୁପ୍ତାଙ୍ଗ କାଟି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୃତକଙ୍କ ନାମ ଜଗଦୀଶ ଶର୍ମା ହୋଇଥିବା ବେଳେ ଅଭିଯୁକ୍ତର ନାମ ମନୀଷା ଶର୍ମା ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ପୁଲିସ ଦେଇଥିବା ସୂଚନ ମୁତାବକ, ମନୀଷା ଶର୍ମା ବିବାହ ପରେ ଜଗଦୀଶଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଘଟଣ‌ାର ମାସକ ପୂର୍ବରୁ ମନୀଷା ଅନ୍ୟ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଯୁବକଜଣକ ବିଦେଶ ଯିବାର ଲୋଭ ଦେଇ ୨ଲକ୍ଷ ଦରକାର ବୋଲି କହିଥିଲେ। ଟଙ୍କା ବିଷୟରେ ମନୀଷା, ଜଗଦୀଶଙ୍କୁ କହିଥିଲେ ବି ମୃତକ ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ ରାଗିଯାଇ ଘଟଣା ଦିନ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ମନୀଷା ପ୍ରଥମେ ଜଗଦୀଶଙ୍କ ଗୁପ୍ତାଙ୍ଗ ଓ ପରେ ତାଙ୍କ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ହତ୍ୟା ପରେ ସେ ଭଡ଼ା ଘରର କବାଟ ବନ୍ଦ କରି ନିଜ ଘରକୁ ଫେରିଥିଲେ। ଘଟଣାର ୩ଦିନ ପରେ ଜଗଦୀଶ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ନପାଇବାରୁ ଜଗଦୀଶଙ୍କ ବଡ଼ ପୁଅ ପୁଲିସରେ ଅଭିଯୋଗ କରି ସାନ ଭାଇର ପତ୍ନୀ ମନୀଷା ଉପରେ ସନ୍ଦେହ ଥିବା କହିଥିଲେ। ପୁଲିସ ମନୀଷାଙ୍କୁ ପଚରାଉଚରା କରିବାରୁ ସବୁ ସତ ସାମ୍ନାକୁ ଆସିଥିଲା। ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

Share this story