ଜିଓ ଆଣିଲା ନୂଆ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍‌ଅପ୍ ପ୍ଲାନ୍, ଏବେ ହିଁ ଜାଣନ୍ତୁ କଣ ରହିଛି ଏହି ପ୍ଲାନର ସୁବିଧା...

Jio Fiber low cost plan

ଓଡ଼ିଆ ଗସିପ ବ୍ୟୁରୋ: ରିଲାଏନ୍ସ ଜିଓ ପକ୍ଷରୁ ଫିକ୍ସଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା କ୍ଷେତ୍ର ଲାଗି ସୁଲଭ ମୂଲ୍ୟର ନୂଆ “ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍ ଘୋଷଣା କରାଯାଇଛି । ମାସିକ ମାତ୍ର ୧୯୮ ଟଙ୍କା ରହିଥିବା ଏହି ପ୍ଲାନ୍‌ରେ ସେକେଣ୍ଡ୍ ପିଛା ୧୦ ମେଗାବିଟ୍‌ର ଇଂଟରନେଟ୍ ସ୍ପିଡ୍ ମିଳିବ ।

ଏଥିରେ ଗ୍ରାହକମାନଙ୍କ ଲାଗି ଇଂଟରନେଟ୍ ସ୍ପିଡ୍‌କୁ ୧୦ ଏମ୍‌ବିପିଏସ୍‌ରୁ ୩୦ ଏମ୍‌ବିପିଏସ୍ କିମ୍ବା ୧୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ବଢ଼ାଇବାର ସୁଯୋଗ ମିଳିବ । ଦରକାର ସମୟରେ ସେମାନେ ୧, ୨ ଓ ୭ ଦିନିଆ ଅବଧି ପାଇଁ ଇଂଟରନେଟ୍ ସ୍ପିଡ୍ ବଢ଼ାଇପାରିବେ ।

ଏହି ପ୍ଲାନ୍‌ରେ ଗ୍ରାହକମାନେ ୨୪ ଘଂଟା ନିରବଚ୍ଛିନ୍ନ ଇଂଟରନେଟ୍ ସଂଯୋଗ ପାଇପାରିବେ । ସଂଯୋଗ ପହଂଚିନଥିବା ଘରଗୁଡ଼ିକୁ ଏହି ପ୍ଲାନ୍ ଜରିଆରେ ପାଠପଢ଼ା, କାର୍ଯ୍ୟ, ମନୋରଂଜନ ଆଦିକୁ ନେଇ ବାଧାମୁକ୍ତ ଅନୁଭୂତି ପାଇପାରିବେ ।

ଆହୁରି ପଢନ୍ତୁ : ପ୍ରେମିକକୁ ଘରକୁ ଡାକି କୋଲ୍ଡ ଡ୍ରିଙ୍କ୍ସରେ ବିଷ ମିଶାଇ ଦେଲା ପେମିକା, ଆଉ କଲ୍ କରି କହିଲା ମରିନୁ ଯଦି ରଶି ଲାଗେଇଦେ.. ଗୁଡ୍ ବାଏ

ଏହି ପ୍ଲାନ୍ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଭାରତର ସର୍ବବୃହତ ଗୃହ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓରେ ଆମେ ଏହା ଭଲ ଭାବେ ବୁଝୁଛୁ ଯେ ଗ୍ରାହକମାନେ ଘରେ ଚବିଶ ଘଂଟା ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ଚାହୁଛନ୍ତି । ଜିଓଫାଇବର୍ ବ୍ୟାକ୍‌ଅପ୍ ପ୍ଲାନ୍ ଜରିଆରେ ଆମେ ସେମାନଙ୍କ ଘରେ ବିକଳ୍ପ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପହଂଚାଇବାକୁ ଚାହୁଛୁ ।

ବ୍ୟାକ୍ ଅପ୍ କନେକ୍ସନର ଏହି ନୂଆ ଚିନ୍ତାଧାରା ଘରଗୁଡ଼ିକୁ ସୁଲଭ ମୂଲ୍ୟରେ ନିଶ୍ଚିତ ଡାଟା ଯୋଗାଣର ଏକ ବିକଳ୍ପ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରୁଛି । ଏହି ସଂଯୋଗର ଉଲ୍ଲେଖନୀୟ ଲାଭଗୁଡ଼ିକୁ ଜାଣିବା ପରେ ଗ୍ରାହକମାନେ ଇଚ୍ଛାକଲେ ନିରବଚ୍ଛିନ୍ନ ଭାବେ ହାଇ ସ୍ପିଡ୍‌କୁ ଅପ୍‌ଗ୍ରେଡ୍ ହୋଇପାରିବେ ।’’

ଜିଓର ନୂଆ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍‌ରେ ଗ୍ରାହକମାନେ ଅସୀମିତ ଲ୍ୟାଣ୍ଡ୍‌ଲାଇନ୍ ଭଏସ୍ କଲ୍ କରିପାରିବେ । ଗୋଟିଏ କ୍ଲିକ୍‌ରେ ୨୧ ଟଙ୍କାରେ ଗୋଟିଏ ଦିନ, ୩୧ ଟଙ୍କାରେ ୨ ଦିନ ଓ ୧୦୧ ଟଙ୍କାରେ ୭ ଦିନ ପାଇଁ ୩୦ ଏମ୍‌ବିପିଏସ୍ ସ୍ପିଡ୍‌କୁ ଅପ୍‌ଗ୍ରେଡ୍ କରିପାରିବେ । ସେହିପରି ୩୨ ଟଙ୍କାରେ ଗୋଟିଏ ଦିନ, ୫୨ ଟଙ୍କାରେ ଦୁଇ ଦିନ ଓ ୧୫୨ ଟଙ୍କାରେ ୭ ଦିନ ପାଇଁ ଇଂଟରନେଟ୍ ସ୍ପିଡ୍‌କୁ ୧୦୦ ଏମ୍‌ବିପିଏସ୍‌କୁ ବଢ଼ାଇପାରିବେ ।

ଆହୁରି ପଢନ୍ତୁ : ଆଲବମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ...

ମାସିକ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ଅତିରିକ୍ତ ଦେଇ ଅସୀମିତ ମନୋରଂଜନ ହାସଲ କରିହେବ । ଜିଓ ସିନେମା ସହ ଏକାଧିକ କ୍ୟାମେରା ଆଙ୍ଗଲ୍‌ରୁ ଆଇପିଏଲ୍‌, ୫୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ୧୪ ଓଟିଟି ଆପ୍‌, ୟୁଟ୍ୟୁବ୍‌, ଗେମିଂ ଓ ଶତାଧିକ ଆପ୍ଲିକେସନ ଦେଖିହେବ ।

ବ୍ୟାକ୍‌ଅପ୍ ପ୍ଲାନ୍‌ର ମୂଲ୍ୟ ହେଉଛି ୧୪୯୦ ଟଙ୍କା (୫ ମାସର ସେବା ପାଇଁ ୯୯୦ ଟଙ୍କା ଓ ଇନଷ୍ଟଲେସନ୍ ଚାର୍ଜ ୫୦୦ ଟଙ୍କା) । ମନୋରଂଜନ ଅପ୍‌ଗ୍ରେଡ୍ ୫୦୦ କିମ୍ବା ୧୦୦୦ ଟଙ୍କା (୫ ମାସ ପାଇଁ ମାସିକ ୧୦୦/୨୦୦ ଟଙ୍କା) । ନୂଆ ଜିଓ ଫାଇବର ବ୍ୟାକ୍ ଅପ୍ ସଂଯୋଗ ୨୦୨୩ ମାର୍ଚ୍ଚ ୩୦ରୁ ଉପଲବ୍ଧ ହେବ । ଗ୍ରାହକମାନେ ଯେକୌଣସି ଜିଓ ରିଟେଲର ଓ ପାର୍ଟନରଙ୍କ ଜରିଆରେ ମାତ୍ର ୯୯ ଟଙ୍କା ଦେଇ ଏହି ପ୍ଲାନ୍‌କୁ ବୁକ୍ କରିପାରିବେ । ୬୦୦୦୮ ୬୦୦୦୮୍‌କୁ କଲ୍ କରି କିମ୍ବା jio.com/fiber ରେ ଲଗ୍ ଇନ୍ କରି ଏହାର ବୁକିଂ କରାଯାଇପାରିବ ।

Share this story