World Odia Language Conferene

ପ୍ରେମିକକୁ ଘରକୁ ଡାକି କୋଲ୍ଡ ଡ୍ରିଙ୍କ୍ସରେ ବିଷ ମିଶାଇ ଦେଲା ପେମିକା, ଆଉ କଲ୍ କରି କହିଲା ମରିନୁ ଯଦି ରଶି ଲାଗେଇଦେ.. ଗୁଡ୍ ବାଏ

girl friend forced lover to kill himself

ଓଡ଼ିଆ ଗସିପ ବ୍ୟୁରୋ: ପ୍ରେମିକକୁ ବିଷ ପିଆଇଦେଲା ପ୍ରେମିକା । ମୃତ୍ୟୁ ହୋଇଛିକି ନାହିଁ ଜାଣିବା ପାଇଁ ପ୍ରେମିକ ପାଖକୁ ଫୋନ୍‌ କଲା । ଖାଲି ଫୋନ୍‌ କଲାନାହିଁ, ଯଦି ମୃତ୍ୟୁ ହାଇନାହିଁ ତେବେ ଦଉଡି ଦେଇଦେବାକୁ ଫୋନ୍‌ରେ କହିଲା ପ୍ରେମିକା । ପରେ ପରେ ଯୁବକ ଜଣକ ଗୁରୁତର ହେବା ସହ ତାଙ୍କର ମୃତ୍ୟୁ ହୋଇଛି ।

ଘଟଣାରେ ପୋଲିସ ତଦନ୍ତ କରି ପ୍ରେମିକାଙ୍କ ସହ ତାଙ୍କ ପୂରା ପରିବାରକୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ । ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହାକୁ ଯୁବତୀଙ୍କ ପରିବାର ଲୋକ ଗ୍ରହଣ କରିନଥିଲେ । ଫଳରେ ପ୍ରେମିକା ଜଣଙ୍କୁ ଅନ୍ୟତ୍ର ବିବାହ କରିଦେଇଥିଲେ ତାଙ୍କ ପରିବାର ।

ଆହୁରି ପଢନ୍ତୁ : କାନ୍ଥରୁ ଲିଭିନି ବାହାଚିତା, ଜଳିଲା ମାମାଲିର ଚିତା; ଏପରି ଥିଲେ ନୃଶଂସ ଶାଶୂଘର ଲୋକେ...

ହେଲେ ଯୁବତୀଙ୍କ ବିବାହ ପରେ ମଧ୍ୟ ପ୍ରେମିକ ତାଙ୍କୁ ଦେଖା କରୁଥିଲେ । ଯାହାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ଶେଷରେ ସିନ୍ଦୂର ପାଇଁ ବଳିପଡ଼ିଗଲା ହୃଦୟର ସମ୍ପର୍କ ପ୍ରେମ ।

ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ସୂଚନା ମୁତାବକ ନାରାୟଣ ନାଗରର ବାସିନ୍ଦା ପ୍ରେମିକା ଚିତ୍ରା ଏବଂ ହାଥରସର ବାସିନ୍ଦା ଅଙ୍କିତ କୁମାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ଚିତ୍ରାଙ୍କ ପରିବାର ଲୋକ ଏହି ସମ୍ପର୍କକୁ ପସନ୍ଦ କରୁନଥିଲେ । ସେ ଚିତ୍ରାଙ୍କୁ ଅନ୍ୟତ୍ର ବିବାହ କରାଇଦେଇଥିଲେ ।

ହେଲେ ବିବାହ ପରେ ମଧ୍ୟ ଚିତ୍ରା ଏବଂ ଅଙ୍କିତ ଉଭୟ ଦେଖାକରୁଥିଲେ । ଯାହାକୁ ନେଇ ଚିତ୍ରାଙ୍କ ଭାଇ ଖୁବ୍‌ ଜୋର୍‌ରେ ରାଗିଯିବା ସହ ପାଟିତୁଣ୍ଡ କରିଥିଲେ । ଫଳରେ ଚିତ୍ରା ହଠାତ୍‌ ଦିନେ ଅଙ୍କିତଙ୍କୁ ଘରକୁ ଡାକିଥିଲେ । ଆଉ କୋଲ୍ଡ ଡ୍ରିଙ୍କ୍ସରେ ବିଷ ମିଶାଇ ତାଙ୍କୁ ପିଇବାକୁ ଦେଇଦେଇଥିଲେ । ପରେ ଘରକୁ ଯିବା ସମୟରେ ଅଙ୍କିତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ।

ଆହୁରି ପଢନ୍ତୁ : ରାଗିଂ ନେଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ଜୀବନ !, ତାଙ୍କ ସହ ଘଟିଥିଲା କିଛି ଏପରି...

ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଥିବା ଏବଳେ ଚିତ୍ରା ତାଙ୍କୁ ଫୋନ୍‌ କରି ତାଙ୍କ ମୃତ୍ୟୁ ହୋଇଛିକି ନାହିଁ ପଚାରି ବୁଝିଥିଲେ । ପରେ ତାଙ୍କୁ ଜୀବନ ହାରିବା ପାଇଁ କହିବା ସହ ରଶି ଲଗାଇଦେବାକୁ ମଧ୍ୟ କହିଥିଲେ । ଯାହାର କଲ୍‌ ରେକର୍ଡିଂ ପୋଲିସ ହାତରେ ଲାଗିଛି । ଘଟଣାର ପୂରା ପର୍ଦ୍ଦାଫାସ ପୋଲିସ କରିବା ସହ ପ୍ରେମିକା ଚିତ୍ରା, ତାଙ୍କ ସ୍ୱାମୀ ଓ ଭାଇଙ୍କ ସହ ପୂରା ପରିବାରକୁ ପୋଲିସ ଗିରଫ କରିଛି ।

Share this story