ରାଗିଂ ନେଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ଜୀବନ !, ତାଙ୍କ ସହ ଘଟିଥିଲା କିଛି ଏପରି...

college girl student commits suicide for raging

ଓଡ଼ିଆ ଗସିପ ବ୍ୟୁରୋ: ଯାଜପୁର ସରକାରୀ ପଲିଟେକନିକ କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା । ବିରଜା ହଷ୍ଟେଲର ରୋଜାଲିନ ନାମକ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେପଟେ ଏନେଇ ହଷ୍ଟେଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବେକରେ ଓଢଣି ଲଗେଇ ନିଜ ରୁମରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ରାଗିଂର ଶିକାର ହେବା ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆହୁରି ପଢନ୍ତୁ : କାନ୍ଥରୁ ଲିଭିନି ବାହାଚିତା, ଜଳିଲା ମାମାଲିର ଚିତା; ଏପରି ଥିଲେ ନୃଶଂସ ଶାଶୂଘର ଲୋକେ...

ମୃତ ଛାତ୍ରୀ ରୋଜାଲିନଙ୍କ ଘର ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ବୋଲି ଜଣାପଡିଛି । କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନି । ପୋଲିସ କଲେଜ ଷ୍ଟାଫ ଏବଂ ତାଙ୍କ ସାଙ୍ଗକୁ ପଚରାଉଚରା କରୁଛି ।

ଅନ୍ୟପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ।

Share this story

World Odia Language Conferene