କାନ୍ଥରୁ ଲିଭିନି ବାହାଚିତା, ଜଳିଲା ମାମାଲିର ଚିତା; ଏପରି ଥିଲେ ନୃଶଂସ ଶାଶୂଘର ଲୋକେ...

mamali subjected to dowry torture by in laws

ଓଡ଼ିଆ ଗସିପ ବ୍ୟୁରୋ: କାନ୍ଥରୁ ଲିଭିନି ବିବାହର ତାରିଖ...ରଙ୍ଗ ଫିକା ପଡ଼ିଯାଇଛି ସତ ହେଲେ ବି ଜଳଜଳ ହୋଇ ଦିଶୁଛି । ଆଉ ସେପଟେ ଯୌତୁକ ଜୁଇ ହୁତୁହୁତୁ ହୋଇ ଜଳୁଛି । ୫ ବର୍ଷ ପୂର୍ବେ ଯେଉଁ ଘରକୁ ସବାରୀ ଉଠିଥିଲା ଆଜି ସେହି ଘରୁ ଉଠିଛି କୋକେଇ । ମାଆର ମୃତ୍ୟୁ ପରେ କୁନି ପୁଅ ତୁନି ହୋଇଯାଇଛି ସତ ହେଲେ ମନେ ମନେ ମାଆକୁ ଖୋଜୁଛି ।

ମାତ୍ର କେଇ ଟଙ୍କା ଲାଗି ପୁଣି ଜଣେ ବୋହୂର ଗଲା ଜୀବନ । ଯେଉଁ ଝିଅର କନ୍ୟା ଦାନ କରିଥିଲେ ଆଜି ସେହି ଝିଅର କୋକେଇକୁ କାନ୍ଧରେ ନେବା ବେଳେ ଲୁହ ସତେ ଯେମିତି ବୋଲ ମାନୁନଥିଲା । ହେଲେ ବି ଧୈର୍ଯ୍ୟ ଧରି ଝିଅର ଦାହ ସଂସ୍କାର କରିଛନ୍ତି ବାପଘର ଲୋକ ।

ଆହୁରି ପଢନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ କୌଣସି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇପାରନ୍ତି

ଜଗତସିଂହପୁର ନାଉଗାଁ ଥାନା କୋରୁଅ ପଞ୍ଚାୟତ ତେଲସରା ଗାଁରେ ପୁଣି ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ପରି ସଙ୍ଗୀନ ଅଭିଯୋଗ ଆସିଛି । ତାହା ପୁଣି ମାତ୍ର କେଇ ଟଙ୍କା ଯୌତୁକ ପାଇଁ । ସ୍ଥାନୀୟ ଅଂଚଳର ସ୍ୱର୍ଗତଃ ନିରଞ୍ଜନ ପରିଜାଙ୍କ ଝିଅ ମାମାଲି ପରିଜା ୫ ବର୍ଷ ପୂର୍ବରୁ ତେଲସରା ଗାଁର ଉଦୟନାଥ ଜେନାଙ୍କ ପୁଅ ରଂଜିତ ଜେନାଙ୍କୁ ବୈଦିକ ରୀତିନିତି ଅନୁସାରେ ବିବାହ କରିଥିଲେ l ବାହାଘର ବେଳେ ଯଥା ସମ୍ଭବ ଜାନିଯୌତୁକ ବି ଦେଇଥିଲେ ମାମାଲିଙ୍କ ବାପଘର ଲୋକେ ।

ବାହାଘର ହେଲା, ଯୌତୁକ ବି ପାଇଲେ । ହେଲେ ପୁଣି ଅଧିକ ଯୌତୁକ ଆଶା କରି ବୋହୂକୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏମିତିକି ଏହାପୂର୍ବରୁ ବି ଶାଶୂଘର ଲୋକେ ମାମାଲିଙ୍କୁ ନିର୍ଯାତନା ଦେଇଥିବା ବାପଘର ଲୋକେ କହିଛନ୍ତି ।

ଆହୁରି ପଢନ୍ତୁ : ଆଦାନୀ ପ୍ରସଙ୍ଗରେ କ’ଣ ପାଇଁ ତଦନ୍ତ କରାଯାଉନି, ଏତେ ଭୟ କାହିଁକି : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ପ୍ରଶ୍ନ…

ବାରମ୍ବାର କଳିଝଗଡ଼ା ହେଉଥିବା କଥା ବାପଘର ଲୋକଙ୍କୁ କହିଥିଲେ ମାମାଲି । ଘଟଣାର ସମାଧାନ ପାଇଁ ଉଦ୍ୟମ ବି ହୋଇଥିଲା । କିନ୍ତୁ ଶାଶୂଘର ଲୋକ ଶେଷରେ ମାମାଲିଙ୍କୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି । ମାମାଲିଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଉଣୀଙ୍କୁ ଉଭୟ ମାନସିକ ଓ ଶାରୀରିକ ଭାବରେ ନିର୍ଯାତନା ଦିଆଯାଉଥିଲା । ଶେଷରେ ଫ୍ୟାନରେ ତାଙ୍କୁ ଟାଙ୍ଗି ମାରି ଦିଆଯାଇଛି ।

ମାମାଲିକଙ୍କ ମୃତ୍ୟୁକୁ ନେଇ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପୂରା ଘଟଣାର ତଦନ୍ତ କରୁଛି ପୋଲିସ୍‌ । ସେପଟେ ମାମାଲିଙ୍କ ଶବକୁ ନେଇ ଥାନା ସାମ୍ନାରେ ପ୍ରତିବାଦ କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବାପଘର ଲୋକେ । ତେବେ ପୂରା ଘଟଣାରେ ପୋଲିସ କିମ୍ବା ମାମାଲିଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Share this story

World Odia Language Conferene