ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ କୌଣସି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇପାରନ୍ତି

Know your horoscope of March 28 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ଆଧ୍ୟାମିକକ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ । ବରିଷ୍ଠ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ଲାଭ ପାଇବା ପାଇଁ ଅତିରିକ୍ତ ପ୍ରୟାସ କରିବାକୁ ପଡ଼ିପାରେ ।

ବୃଷ: ଚିନ୍ତନ ଶକ୍ତି ବିକଶିତ ହେବ । ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସଂପାଦନ କରିବେ । ପରିବାରରେ ଉତ୍ତମ ବୁଝାମଣା ଦେଖାଦେବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦମର୍ଯ୍ୟାଦାର ଅଧିକାରୀ ହୋଇପାରନ୍ତି ।

ମିଥୁନ: ଅଟକି ରହିଥିବା ଧନ ଫେରିପାଇବେ । ସନ୍ତାନମାନଙ୍କ ସହ ଅଧିକ ସମୟ କଟାଇବେ । ନୂତନ ଚିନ୍ତାଧାରା ପ୍ରୟୋଗ କରି ସଫଳତା ପାଇବେ । ସାଙ୍ଗସାଥୀଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ ।

କର୍କଟ: କୌଣସି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇପାରନ୍ତି । ଆୟରେ ଅନିୟମିତା କାରଣରୁ କିଛି ସମସ୍ୟା ଉପୁଜିପାରେ । ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ ।

ଆହୁରି ପଢନ୍ତୁ : ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏସବୁ ବଡ ଅସୁବିଧା

ସିଂହ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ । ବେପାର ବଣିଜରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ । ଆୟରେ ଅଭିବୃଦ୍ଧି ଘଟିବ । କିଛି ନୂତନ କୌଶଳକୁ ଜୀବନରେ ସାମିଲ କରିବେ ।

କନ୍ୟା: ମନରେ ଲାଗିରହିଥିବା ଭୟ ଦୂର ହେବ । କର୍ମସ୍ଥଳୀରେ କରିଥିବା କାର୍ଯ୍ୟରୁ ପୂର୍ଣ୍ଣ ସଫଳତା ପ୍ରାପ୍ତି କରିବେ । ପୂର୍ବରୁ କରିଥିବାର ନିବେଶରୁ ଲାଭବାନ ହେବେ ।

ତୁଳା: ଆର୍ଥିକ ସ୍ଥିତି ମଜଭୁତ ରହିବ । ପ୍ରେମ ସମ୍ବନ୍ଧୀୟ କିଛି ବିବାଦୀୟ ଘଟଣା ଉପୁଜିପାରେ । ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ପରିସ୍ଥିତକୁ ଲକ୍ଷ୍ୟରେ ରଖି ନିଷ୍ପତ୍ତି ନିଅନ୍ତୁ ।

ବିଛା: ନୂତନ ଯୋଜନାରେ କାର୍ଯ୍ୟ କରିବେ । ପାରିବାରିକ ଜୀବନରେ ସୁଖଶାନ୍ତି ବଜାଇ ରହିବ । ନିବେଶ କରିବା ପୂର୍ବରୁ ଅନୁଭବୀମାନଙ୍କର ପରାମର୍ଶ ନିଅନ୍ତୁ । ଜୀବନରେ ଭିନ୍ନ ମୋଡ଼ ଦେଖାଦେବ ।

ଧନୁ: ଶିକ୍ଷାକ୍ଷେତ୍ରରେ ବଡ଼ ସଫଳତା ମିଳିପାରେ । ଭାଇଭଉଣୀଙ୍କ ପ୍ରତି ଦାୟିତ୍ବ ବୃଦ୍ଧି ପାଇବ । କର୍ମସ୍ଥଳୀରେ ଉଚ୍ଚ ପ୍ରଂଶସିତ ହେବେ । ପରିବାରରେ କୌଣସି କଥାକୁ ନେଇ ମନୋମାଳିନ୍ୟ ଦେଖାଦେବ ।

ଆହୁରି ପଢନ୍ତୁ : ୨୦୨୪ ରେ ବଡ଼ ପରିବର୍ତ୍ତନ : ଧର୍ମେନ୍ଦ୍ରଙ୍କ ଷଡଯନ୍ତ୍ରର ଶିକାର ହେବେ ଅପରାଜିତା, ଲେଖାଶ୍ରୀ ପାଇବେ ଏମପି ଟିକେଟ! ଦେଖନ୍ତୁ ଭିଡିଓ...

ମକର: ଦିନଟି ଖୁସିରେ ଭରି ରହିବ । ପଦୋନ୍ନତିକୁ ନେଇ ଚିନ୍ତାରେ ରହିପାରନ୍ତି । ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଏକାଗ୍ରତାର ସହ କରନ୍ତୁ । ବିଭିନ୍ନ ପ୍ରକାର ବାଧା ପ୍ରତିବନ୍ଧକ କାଟି ଆଗକୁ ଅଗ୍ରସର ହେବେ ।

କୁମ୍ଭ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ । ମାନସିକ ଅଶାନ୍ତି ସହ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଦୁର୍ବଳତା ଦେଖାଦେବ । ପ୍ରେମ ଓ ଦାମ୍ପତ୍ୟ ଜୀବନ ପାଇଁ ଦିନଟ ମିଶ୍ରତ ଫଳ ପ୍ରଦାନ କରିବ ।

ମୀନ: ମନରେ କିଛି ନୂତନ ଆଶା ସଂଚାର ହୋଇପାରେ । ଦୀର୍ଘଦିନର ସ୍ବପ୍ନ ସାକାର ହେବ । ପରିସ୍ଥିତି ଅନୁଯାଇ ନିଷ୍ପତ୍ତି ନେବେ । ପ୍ରିୟଜନଙ୍କୁ ପ୍ରାଧାନ୍ୟ ଦେଇ ଗୁରତ୍ବପୂର୍ଣ୍ଣ କାର୍ଯ୍ୟକୁ ଅବହେଳା କରିପାରନ୍ତି ।

Share this story

World Odia Language Conferene