ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏସବୁ ବଡ ଅସୁବିଧା

vastu tips here is the tips how to keep photos in room

ଓଡ଼ିଆ ଗସିପ ବ୍ୟୁରୋ : ଲୋକେ ଅନେକ ସମୟରେ ମାର୍କେଟ୍‌ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି । କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ । ବାସ୍ତବରେ ମନୁଷ୍ୟର ଉନ୍ନତି ପାଇଁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ଆବଶ୍ୟକତା ରହିଛି । ଏସବୁ ମଧ୍ୟରୁ ଶାରୀରିକ ଶକ୍ତି ହେଉଛି ମୁଖ୍ୟ । ଶରୀର ନିର୍ଭର କରେ ବାସଗୃହ ଉପରେ । ଜଣେ ଗୃହସ୍ଥର ସମସ୍ତ କାର୍ଯ୍ୟ ଗୃହ ବିନା ସମ୍ଭବ ନୁହେଁ ।

ଆମର ଶାରୀରିକ ଓ ମାନସିକ ସ୍ଥିତିର ବିକାଶ ପାଇଁ ସୂର୍ଯ୍ୟଙ୍କ ସ୍ଥିତି, ପୃଥିବୀର ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତି ଉପରେ ନିର୍ଭର କରିଥାଏ । ଏହା ସହିତ ପଞ୍ଚତତ୍ତ୍ୱର ମଧ୍ୟ ବିଶେଷ ପ୍ରଭାବ ଆମ ଉପରେ ପଡ଼ିଥାଏ । ଏଣୁ ଗୃହରେ ପଞ୍ଚତତ୍ତ୍ୱ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶର ସନ୍ତୁଳନ ରହିବା ଦରକାର । ଏଣୁ ବାସ୍ତୁଶାସ୍ତ୍ରରେ ଏହିସବୁ ଶକ୍ତିର ସହ ଉପଯୋଗ ହିଁ ବର୍ଣ୍ଣନା ହୋଇଛି । ଏହା ସହିତ ଆମ ଶରୀରର ଇନ୍ଦ୍ରୀୟମାନେ ମଧ୍ୟ ଆମ ଶରୀରର ପଞ୍ଚତତ୍ତ୍ୱ ଉପରେ ବିଶେଷ ପ୍ରଭାବ ପକାଇଥାନ୍ତି । ଏହି ଇନ୍ଦ୍ରୀୟମାନଙ୍କ ମଧ୍ୟରୁ ଆମ ଆଖି ଯାହା ଦେଖେ ତାହାର ପ୍ରଭାବ ଆମ ମନ ଉପରେ ପଡେ ।

ଏହି ମନର ସ୍ଥିତି ଆମ ଶରୀରରେ ଥିବା ପଞ୍ଚତତ୍ତ୍ୱ ଉପରେ ମଧ୍ୟ ପଡ଼ିଥାଏ । ସେଥିପାଇଁ ବାସଗୃହ ନିର୍ମାଣ ସହିତ ଏହାର ଆଭ୍ୟନ୍ତରୀଣ ସାଜସଜା ମଧ୍ୟ ବାସ୍ତୁରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସାଜସଜା ମଧ୍ୟରୁ ଆଜି ଆମେ ଜାଣିବା ଧାର୍ମିକ ଚିତ୍ରର ଆମ ବାସ୍ତୁ ଉପରେ ପ୍ରଭାବ । ସାଧାରଣତଃ ଆମ ବିଶ୍ୱରେ ଅନେକ ଧର୍ମର ଲୋକ ବସବାସ କରନ୍ତି । ବିଭିନ ଧର୍ମର ଲୋକେ ନିଜର ବିଶ୍ୱାସ ଓ ଧର୍ମକୁ ନେଇ ବିଭିନ୍ନ ଧାର୍ମିକ ଚିତ୍ରମାନ ଗୃହରେ ରଖିବାକୁ ପସନ୍ଦ କରିଥାନ୍ତି । ବାସ୍ତୁସିଦ୍ଧାନ୍ତ ଅନୁସାରେ ଏହି ଧାର୍ମିକ ଚିତ୍ରଗୁଡ଼ିକର ଉପକାରିତା ଓ ଅପକାରିତାର ପ୍ରଭାବ ରହିଛି ।

ଆହୁରି ପଢନ୍ତୁ : ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଦୁଇ ଦିନ ପାଇଁ ଲାଗି ରହିବ କାଳବୈଶାଖୀ, ପାଣିପାଗ ବିଭାଗର ସତର୍କ ସୂଚନା

ଏଣୁ ବାସ୍ତୁ ଅନୁସାରେ ଏହି ଧାର୍ମିକ ଚିତ୍ରଗୁଡିକୁ ସଜାଇବା ଦ୍ୱାରା ଆମକୁ ଶୁଭ ଫଳ ମିଳିଥାଏ । ଏଣୁ ଧାର୍ମିକ ଚିତ୍ର ସାଜସଜାକୁ ନେଇ କେତେକ ମୁଖ୍ୟ ନିୟମ ନିମ୍ନରେ ଦିଆଗଲା । ଏହାକୁ ମାନିଲେ ଶୁଭଫଳ ମିଳିବାର ସମ୍ଭାବନା ରହିଛି । ଲୋକେ ଅନେକ ସମୟରେ ମାର୍କେଟ୍‌ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି । କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ଆମ ଅବଚେତନ ମନରେ ଥିବା ପ୍ରଭାବ ଆମ ଉପରେ ତା’ର ପ୍ରତିଫଳନ ହୋଇଥାଏ । ଏଣୁ ଏହି ଛବିମାନ ଥିବା ଘରେ ଅନେକ ସମୟରେ କଳି ଝଗଡ଼ା ସବୁ ବେଶି ଦେଖାଯାଏ । ଏଣୁ ଏହି ଛବି ଯଦି ଥାଏ ଏବଂ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥାଏ ତେବେ ଏହାକୁ ତୁରନ୍ତ କାଢି ଦିଅନ୍ତୁ ।

ପଥର, କାଠ କିମ୍ବା ଧାତୁ ନିର୍ମିତ ବଡ ମୂର୍ତ୍ତିମାନ ଘରେ ରଖନ୍ତୁ ନାହିଁ । କାରଣ ଏହିସବୁ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନା କରି ବିଶେଷ ନିୟମରେ ପୂଜା ଅର୍ଚ୍ଚନା କରାଯାଇଥାଏ, ଯାହା ଗୃହସ୍ଥମାନେ ଘରେ ଏହିସବୁ ନିୟମରେ ପୂଜା କରିପାରିବା ସମ୍ଭବ ହୁଏ ନାହିଁ । ଏହିସବୁ ବଡ ମୂର୍ତ୍ତିମାନ ଘରେ ଥିଲେ ଏହାଦ୍ୱାରା ଅନେକ ଅଶୁଭ ଫଳ ଗୃହବାସୀଙ୍କ ଉପରେ ପଡ଼ିଥାଏ । ଏଣୁ ଏହିସବୁ ମୂର୍ତ୍ତି ଯଦି ଘରେ ଥାଏ ତେବେ ଏହାକୁ ଦେବାଳୟରେ ଦେଇ ଦିଅନ୍ତୁ ।

ନିଜର ସ୍ୱର୍ଗବାସୀ ପୂର୍ବଜଙ୍କର ଚିତ୍ର ଘରେ ରଖିବା ଶୁଭ ନୁହେଁ । କିନ୍ତୁ ଭଲପାଇବା ଦୃଷ୍ଟିରୁ ପ୍ରାୟ ଲୋକ ସେମାନଙ୍କ ଫଟୋଚିତ୍ର ଘରେ ରଖିଥାନ୍ତି । ଏହା ନକାରାତ୍ମକ ପ୍ରଭାବ ପକାଏ । ଯଦି ଘରେ ଏହିସବୁ ଫଟୋଚିତ୍ର ରଖୁଛନ୍ତି ତେବେ ଘରର ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରଖିହେବ ।

ଆହୁରି ପଢନ୍ତୁ : ୯୭ ସେକେଣ୍ଡର ଫୋନ କଲ୍‌ରେ ଲୁଚି ରହିଛି DJ Azexଙ୍କ ମୃତ୍ୟୁ ରହସ୍ୟ !

ଘରେ ଜୀବନ୍ତ ଲୋକମାନଙ୍କର ଫଟୋ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ଅନେକ ସ୍ୱାମୀ ଓ ସ୍ତ୍ରୀଙ୍କ ବିବାହର ଫଟୋ, ପିଲାମାନଙ୍କର ଜନ୍ମଦିନ କିମ୍ବା କିଛି ଉତ୍ସବର ଫଟୋମାନ ସବୁ ରଖାଯାଇଥାଏ । ଯଦି ଏହିସବୁ ଫଟୋ ରଖିଛନ୍ତି ତେବେ ବାସ୍ତୁର ଏହି ସିଦ୍ଧାନ୍ତକୁ ନିଶ୍ଚୟ ମାନନ୍ତୁ, ଅନ୍ୟଥା ଏହି ଫଟୋଗୁଡିକର ସ୍ଥିତି ଯଦି ଭୁଲଥାଏ ତେବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଏବଂ ସ୍ୱାସ୍ଥ୍ୟହାନୀ ମଧ୍ୟ ଘଟିଥାଏ । ଏଣୁ ଜୀବିତ ଲୋକମାନଙ୍କର ଫଟୋ ସବୁବେଳେ ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ରଖିଲେ ଭଲ । କିନ୍ତୁ ଭୁଲ୍‌ରେ ବି ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବେ ନାହିଁ ।

ଯଦି ରଖିଛନ୍ତି ତେବେ ଏହି ଫଟୋ ଗୁଡିକୁ ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗକୁ ସ୍ଥାନାନ୍ତର କରି ନିଅନ୍ତୁ । କିଛି ବିଶେଷ ଉପାୟ ପାଇଁ ଜୀବିତ ଲୋକଙ୍କ ଫଟୋକୁ ଦକ୍ଷିଣ-ପୂର୍ବ କୋଣରେ ରଖାଯାଇପାରେ କିନ୍ତୁ ଏହା ବାସ୍ତୁବିତଙ୍କ ପରାମର୍ଶରେ ରଖାଯାଏ । ଏହି ଜାଗାରେ ଫଟୋ ରଖିବା ଦ୍ୱାରା ଧନଧାନ୍ୟରେ ବୃଦ୍ଧି ହୋଇଥାଏ ଏବଂ ବିଶେଷ ଇଚ୍ଛାପୂର୍ତ୍ତି ପାଇଁ ଏହି ପ୍ରୟୋଗ କରାଯାଇଥାଏ । ବିନା ବାସ୍ତୁବିତ୍‌ଙ୍କ୍ ପରାମର୍ଶରେ ବହୁତ ଲୋକ ବହିରୁ କିମ୍ବା ଇଣ୍ଟରନେଟ୍‌ରୁ ପଢ଼ି ଫଟୋ ରଖି ଅନେକ ବିପତ୍ତିର ସମ୍ମୁଖୀନ ହେବାର ମଧ୍ୟ ଦେଖାଯାଇଛି ।

ଏନେଇ ଆପଣମାନେ ଯଦି ଭୁଲ ଜାଗାରେ ଫଟୋ ରଖିଛନ୍ତି ଏବଂ ଶୁଭ ସ୍ଥାନକୁ ନେଇ ପାରୁନାହାନ୍ତି ତେବେ ଫଟୋ ଚିତ୍ର ସବୁ ହଳଦିଆ କପଡ଼ାରେ ଗୁଡ଼ାଇ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ (ଐଶାନ୍ୟ) ଦିଗରେ ଥିବା ଆଲମାରି ଭିତରେ ରଖି ଦିଅନ୍ତୁ ।

Share this story

World Odia Language Conferene