ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଦୁଇ ଦିନ ପାଇଁ ଲାଗି ରହିବ କାଳବୈଶାଖୀ, ପାଣିପାଗ ବିଭାଗର ସତର୍କ ସୂଚନା

Severe weather forecast warning for two days

ଓଡ଼ିଆ ଗସିପ ବ୍ୟୁରୋ: ବିଜୁଳି ଘଡ଼ଘଡ଼ି ସହ ଆଜି ବି ବର୍ଷା ସମ୍ଭାବନା । କାଲିଠୁ ଦୁଇ ଦିନ ପାଇଁ କାଳବୈଶାଖୀ ବଢ଼ିବା ସମ୍ଭାବନା ରହିଛି । ୨୮ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବ ।

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।

୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାସହ ପୁରୀ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଗତ କିଛିଦିନ ହେଲା ରାଜ୍ୟରେ ପଶ୍ଚିମା ଝଡ଼ ଲାଗି ରହିଛି । ଫଳରେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ହୋଇଛି । କେତେକ ସ୍ଥାନରେ ଚାଷ ଉପରେ ବିଶେଷ ପ୍ରଭାବ ପକାଇଛି ପଶ୍ଚିମାଝଡ଼ । ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛି ।

Share this story

World Odia Language Conferene