WPL ନିଲାମିରେ ଏହି ଖେଳାଳିଙ୍କ ଉପରେ RCB କଲା ଟଙ୍କା ବର୍ଷା, ଜାଣନ୍ତୁ କେତୋଟି ଦଳ ଏବଂ କେବେ ଆରମ୍ଭ ହେବ ମହିଳା ଆଇପିଏଲ

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ୫ ଟଶ ଟିମ୍ ପାଇଁ ନିଲାମ ଡକାଯାଇଛି । ଗୌତମ ଆଦାନୀଙ୍କ ଅହମଦାବାଦ, ମୁକେଶ ଆମ୍ବାନୀଙ୍କ ମୁମ୍ବାଇ ଟିମ୍ ସହ ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି, ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ ରହିଛି ।
ଗୋଟିଏ ଲେଖାଏଁ ଟିମ୍ ପାଇଁ ୫୦୦ରୁ ୬୦୦ କୋଟି ଟଙ୍କା ଲେଖାଏଁ ବିନିଯୋଗ କରାଯିବ । ମୋଟ ଉପରେ ୩୪ ଜଣ ଖେଳାଳୀଙ୍କୁ ୪୩ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛନ୍ତି ଫ୍ରାଂଚାଇଜ୍ । ମୋଟ ଉପରେ ୪୦୯ ଜଣ ଖେଳାଳିଙ୍କ ତାଲିକାରୁ ୯୦ଟି ସ୍ଥାନ ନିଲାମ ହେଉଛି । ଚାଲନ୍ତୁ ଜାଣିବା କେଉଁ ଖେଳାଳି କେତେ ଟଙ୍କାରେ କିଣାଯାଇଛନ୍ତି ।
ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଦିନଟା ଅଯଥା ଝାମେଲା ଯୋଗୁ ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିପାରିବ...
- ସବୁଠୁ ଦାମୀ ଖେଳା ବ୍ୟାଟର ସ୍ମୃତି ମନ୍ଧାନା । ୩.୮୦ କୋଟି ଟଙ୍କାରେ ସ୍ମୃତି ମନ୍ଧାନା କିଣିଲା ଆରସିବି ।
- ଦିପ୍ତି ଶର୍ମାଙ୍କୁ ୨.୬ କୋଟି ଟଙ୍କାରେ କିଣିଛି ୟୁପି ୱାରିଅର୍ସ ।
- ହରମନପ୍ରୀତ କୌରଙ୍କୁ ୧.୮୦ କୋଟି ଟଙ୍କାରେ କିଣିଛି ମୁମ୍ବାଇ ।
- ସୋଫି ଡିଭାଇନଙ୍କୁ ୫୦ ଲକ୍ଷ ଟଙ୍କାରେ ଆରସିବି ।
- ଆସଲେ ଗାଡନରଙ୍କୁ ୩.୨ କୋଟି ଟଙ୍କାରେ କିଣିଛି ଗୁଜରାଟ ।
- ସୋଫି ଏକଲେଷ୍ଟୋନଙ୍କୁ ୧.୮ କୋଟିରେ କିଣିଛି ୟୁପି ୱାରିଅର୍ସ ।
- ନାଟ୍ ସିଭର ବ୍ରଂଟଙ୍କୁ ୩.୨ କୋଟି ଟଙ୍କାର କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।
- ରେଣୁକା ସିଂଙ୍କୁ ୧.୫ କୋଟି ଟଙ୍କାରେ କିଣିଛି ଆରସିବି ।
ଅଧିକ ପଢ଼ନ୍ତୁ : ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ ଟିମ୍ ଇଣ୍ଡିଆକୁ ଝଟକା, ଜାଡେଜାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି
- ବେଥ୍ ମୁନିଙ୍କୁ ୨ କୋଟି ଟଙ୍କାରେ ଗୁଜରାଟ କିଣିଛି ।
- ରିଚା ଘୋଷଙ୍କୁ ୧.୯ କୋଟି ଟଙ୍କାରେ କିଣିଛି ଆରସିବି ।
- ସ୍ନେହା ରାଣାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣଛି ଗୁଜୁରାଟ ।
- ମୋଟ ଉପରେ ୪୦୯ ଜଣ ଖେଳାଳି ନିଲାମରେ ସାମିଲ ହୋଇଛନ୍ତି ।
- ସେଥିରୁ ୩୪ ଖେଳାଳୀଙ୍କୁ ୪୩ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛନ୍ତି ଫ୍ରାଂଚାଇଜ୍ ।