ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଦିନଟା ଅଯଥା ଝାମେଲା ଯୋଗୁ ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିପାରିବ...

Know your horoscope of February 14 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମଙ୍ଗଳବାର ରାଶିଫଳ ( ୧୪- ୦୨ – ୨୦୨୩ ):

ମେଷ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । କାମରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ । ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ ।

ବୃଷ: ନିଜ ନିଷ୍ପତ୍ତିରେ ଅଟଳ ରହିବେ । ସମ୍ପର୍କୀୟମାନଙ୍କ ସହ ମତଭେଦ ଦେଖାଦେଇପାରେ । ବ୍ୟବସାୟ ସମ୍ବନ୍ଧରେ ଦିନଟି ଭଲ ରହିବ । ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ।

ମିଥୁନ: ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ । କର୍ମସ୍ଥଳୀରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ । ପରିବାରକୁ ଅଣଦେଖା କରନ୍ତୁ ନାହିଁ । ବନ୍ଧୁଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଜଗିଛନ୍ତି ସୁଟର, ମାରିଦେବେ ଗୁଳି : ନବଙ୍କ ମର୍ଡର ପରେ ପଡିବ କି ସୁଶାନ୍ତଙ୍କ ପାଳି ?

କର୍କଟ: କୌଣସି ପଦକ୍ଷେପ ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । କଳା କ୍ଷେତ୍ରର ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ ।

ସିଂହ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରହିବ । ସମାରୋହ‌ରେ ଯୋଗ ଦେଇପାରନ୍ତି । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ ।

କନ୍ୟା: ଅଯଥା କଥା ଚିନ୍ତାକରି ଅବସାଦରେ ରହିପାରନ୍ତି । ପାରିବାରିକ ମାମଲା ବ୍ୟସ୍ତ ରହିବେ । ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ । କର୍ମକ୍ଷେତ୍ରରେ କାର୍ଯ୍ୟ ମନ୍ଥର ଗତିରେ ପୂରା ହେବ ।

ତୁଳା: ମହିଳାମାନଙ୍କର ସ୍ବପ୍ନ ସାକାର ହେବ । ପାରିବାରିକ ବୁଝାମଣା ଉତ୍ତମ ରହିବ । ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ । ବ୍ୟବସାୟରେ ଆୟ ଦ୍ବିଗୁଣିତ ରହିବ ।

ବିଛା: ଉଚ୍ଚ ଚିନ୍ତା ରଖି କାର୍ଯ୍ୟ କରି ସଫଳତା ପାଇବେ । କର୍ମକ୍ଷେତ୍ରରେ ଉତ୍ସାହଜନକ ପରିସ୍ଥିତି ରହିବ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ।

ଅଧିକ ପଢ଼ନ୍ତୁ : ଲାଗୁ ହେବ ନୂଆ ଆଇନ: ପ୍ରଶ୍ନପତ୍ର ଲିକ୍‌ କଲେ ଆଜୀବନ ଜେଲ୍‌, ୧୦ କୋଟି ଟଙ୍କା ଜରିମାନା

ଧନୁ: ଅବସାଦ ମୁକ୍ତ ରହିବେ । ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ଶୁଭ ଖବର ପାଇବେ । ବିଭିନ୍ନ କାମରେ ନିଜ ଲୋକଙ୍ ଠାରୁ ସାହାଯ୍ୟ ପାଇବେ ।

ମକର: ଅନ୍ୟର ସାହାଯ୍ୟ ପାଇ ଆଗେଇ ଚାଲିବେ । ମହିଳାମାନେ ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ଉପରିସ୍ଥ ଅଧିକାରୀଙ୍କ ସହ ପରିଚୟ ହେବ । ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ ।

କୁମ୍ଭ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ । ପରିବାର ସମ୍ବନ୍ଧୀୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି । ବିବାଦୀୟ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ମୀନ: ଅଯଥା ଝାମେଲା ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିପାରିବ । ସାଙ୍ଗସାଥୀଙ୍କ ସାହାଯ୍ୟରେ ସମସ୍ୟାରୁ ମୁକ୍ତି ପାଇବେ । ଜୀବନ ସାଥୀଠାରୁ ସର୍ବୋତ୍ତମ ପରାମର୍ଶ ପାଇବେ ।

Share this story

World Odia Language Conferene