ଦେଖନ୍ତୁ ଭିଡ଼ିଓ: ଜଗିଛନ୍ତି ସୁଟର, ମାରିଦେବେ ଗୁଳି : ନବଙ୍କ ମର୍ଡର ପରେ ପଡିବ କି ସୁଶାନ୍ତଙ୍କ ପାଳି ?

Will it be the next turn for Sushant after Naba Das shooter are on alert

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟର ଦୃଶ୍ୟ ଏବେବି ମନରୁ ଲିଭିନି କିନ୍ତୁ ଆଉ ଜଣେ ନେତାଙ୍କ ନା କୁ ନେଇ ଏବେ ବେଶ ଆଲୋଚନା ଚାଲିଛି । ଗୋଟିଏ ଦୁଃଖ ସରିନି ଆଉ ଗୋଟିଏ ଖବର ଏବେ ସାମ୍ନାକୁ ଆସିଲାଣି । ନବ ଦାସଙ୍କ ପରେ ଏବେ ଆଉ ଜଣେ ନେତାଙ୍କ ପାଳି ପଡିବ ବୋଲି ଚର୍ଚ୍ଚା ହେଉଛି ।

ସେ ନାଁ ଶୁଣିଲେ ଆପଣଙ୍କୁ ମଧ୍ୟ କଥା ଟା ହଜମ ହେବନି । ତେଣୁ ନବ ଦାସଙ୍କ ପରି ସେ ବି ଜଣେ ପ୍ରଭାବଶାଳୀ ରାଜନେତା । ପଶ୍ଚିମ ଓଡ଼ିଶାରେ ମଧ୍ୟ ତାଙ୍କର ଦବଦବା ରହିଛି । ତେବେ ସେ ନେତା ଜଣଙ୍କ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ସୁଶାନ୍ତ ସିଂ । ନବ ଦାସ ଜୀବିତ ଥିବା ଅବସ୍ଥାରେ ପଶ୍ଚିମ ଓଡ଼ିଶାରେ ବିଜେଡିର ମଙ୍ଗ ଧରିଥିଲେ ସେ ।

ପଶ୍ଚିମ ଓଡ଼ିଶାରେ ଦଳକୁ ସଶକ୍ତ କରିବା ପାଇଁ ଦଳ ତାଙ୍କୁ ଭରଷା କରିଥିଲା ଏବଂ ଦାୟିତ୍ୱ ଦେଇଥିଲା । ତାଙ୍କର ଅକାଳ ବିୟୋଗ ଘଟିବା ପରେ ସେହି ସ୍ଥାନ ଏବେ ଖାଲି ପଡିଛି । କିନ୍ତୁ ରାଜନୀତିର ନିୟମ କହୁଛି । ରାଜନୀତିରେ କେବେ କାହା ସ୍ଥାନ ଶୂନ୍ୟ ପଡ଼େନା । ଜଣଙ୍କ ସ୍ଥାନ ଶୂନ୍ୟ ହେଲେ ଆଉ ଜଣେ ସେହି ସ୍ଥାନକୁ ପୂରଣ କରିବା ପାଇଁ ଆସିଯାଆନ୍ତି ।

ଅଧିକ ପଢ଼ନ୍ତୁ : ଶୁଭଫଳ ପ୍ରାପ୍ତି ପାଇଁ ଜାଣନ୍ତୁ କେଉଁ ରାଶି ଅନୁସାରେ କେଉଁ ରୁଦ୍ରାକ୍ଷ ଧାରଣ କରିବେ…

ଏବେ ସୁଶାନ୍ତ ସିଂଙ୍କ କ୍ଷେତ୍ରରେ ତାହା ଘଟିବାକୁ ଯାଉଛି । ନବ ଦାସ ନେଉଥିବା ସମସ୍ତ ଦଳୀୟ ଦାୟିତ୍ୱ ଏବେ ସୁଶାନ୍ତ ସିଂ ଙ୍କୁ ଦେବାକୁ ଦଳ ମନସ୍ତ କରିଛି । ସୁଶାନ୍ତ ସିଂ ମଧ୍ୟ ଆଗରୁ ଦଳକୁ ବିଭିନ୍ନ ନିର୍ବାଚନରେ ବିଜୟୀ କରାଇଛନ୍ତି । ଏଠାରେ ବିଜେଡି ସରକାର ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ମଧ୍ୟ ପ୍ରଚଣ୍ଡ ଭୂମିକା ଅଛି ।

ତାଙ୍କର ସାଙ୍ଗଠନିକ ଭୂମିକା ଉପରୁ ଆଗରୁ ମଧ୍ୟ ଦଳ ଭରଷା କରି ସଫଳତା ପାଇଛି । ଗତ ପଦ୍ମପୁର ନିର୍ବାଚନରେ ସେ ଦଳକୁ ବିଜୟ କରାଇବା ସହ ନଜକୁ ପ୍ରମାଣିତ ମଧ୍ୟ କରିଛନ୍ତି । ନବ ଦାସଙ୍କ ପରେ ସେ ହେଉଛନ୍ତି ଦ୍ଵିତୀୟ ବରିଷ୍ଠ ନେତା । ଦରକାର ବେଳେ ଦଳ ପାଇଁ ସେ କ୍ରାଇସେସ ମ୍ୟାନେଜର ଭୂମିକା ତୁଲାଇ ସଫଳତାରେ ଦଳକୁ ପରିଚାଳନା କରିଛନ୍ତି ।

ଅଧିକ ପଢ଼ନ୍ତୁ : ନବ ଦାସ ହତ୍ୟା ଘଟଣା: ବିଜେପି ନେତା ପ୍ରଦୀପ ପୁରୋହିତ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ- 'ମୁଖ୍ୟମନ୍ତ୍ରୀ ପଦ ଆଶା ହିଁ ନବଙ୍କ ପାଇଁ କାଳ ହେଲା'; ପାଲଟା ଜବାବ ରଖିଲା ବିଜେଡି

ତେବେ ସବୁଠାରୁ ବଡ କଥା ହେଲା ବିଜେଡି ସୁପ୍ରିମୋ ମୁଖ୍ୟମନତ୍ରୀ ନବୀନ ପଟ୍ଟନାୟକଙ୍କର ଗୁଡ଼ ବୁକରେ ସେ ମଧ୍ୟ ସାମିଲ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ସେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ଚର୍ଚା ଜୋର ଧରିଛି ।

ଦେଖନ୍ତୁ ଭିଡ଼ିଓ:

ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ତାଙ୍କୁ ବଡ଼ ଦାୟିତ୍ୱ ଦେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ସବୁ ପରେ ବି ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି ଉପରେ ସବୁ କିଛି ନିର୍ଭର କରୁଛି । ଯଦି ସେଭଳି କିଛି ପରିସ୍ଥିତିର ଆଶଙ୍କା କରାଯାଏ, ତେବେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବା ଦରକାର ବୋଲି ଚର୍ଚ୍ଚା ହେଉଛି ।

Share this story

World Odia Language Conferene