ନବ ଦାସ ହତ୍ୟା ଘଟଣା: ବିଜେପି ନେତା ପ୍ରଦୀପ ପୁରୋହିତ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ- 'ମୁଖ୍ୟମନ୍ତ୍ରୀ ପଦ ଆଶା ହିଁ ନବଙ୍କ ପାଇଁ କାଳ ହେଲା'; ପାଲଟା ଜବାବ ରଖିଲା ବିଜେଡି

The race to become Chief Minister took Naba Das life

ଓଡ଼ିଆ ଗସିପ ବ୍ୟୁରୋ: ଗୋଟିଏ ପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁନଥିବା ବେଳେ, ଅନ୍ୟପଟେ ରାଜନୈତିକ ବୟାନବାଜି ଜୋରଦାର ହୋଇଛି । ହତ୍ୟାକାଣ୍ଡ ପଛରେ ଶାସକ ଦଳର ବଡ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ।

ପ୍ରଦୀପ ପୁରୋହିତ ସାଂଘାତିକ ଅଭିଯୋଗ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ଆଶା ହିଁ ନବଙ୍କ ପାଇଁ କାଳ ହେଲା । ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ । ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ତେଣୁ ମାମଲାର ସିବିଆଇ ତଦନ୍ତ ହେଉ ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ଯାତାୟାତ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ, ନହେଲେ ଅଘଟଣ ଘଟିପାରେ...

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ପୁଣି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଅଭିଯୋଗ କରି କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡର ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ? ଏହା ପଛରେ ବହୁତ ବଡ ବଡ ମୁଣ୍ଡ ରହିଛି ।

ଓଡି଼ଶା ପୋଲିସ ତଦନ୍ତ ନାଁରେ ଡ୍ରାମା କରୁଥିବା ସେ ଅଭିଯୋଗ କରିଛନ୍ତି । ଏପଟସେପଟ କରି ଘଟଣାକୁ ଚାପି ଦେବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ବିଜେପି ନେତାଙ୍କ ଅଭିଯୋଗ ପରେ ଜବାବ ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । କହଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି, ଅପେକ୍ଷା କରନ୍ତୁ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି...

ବିଜେପି ନେତାଙ୍କ ଅଭିଯୋଗର କେତେ ସତ୍ୟତା ରହିଛି ତାହା କାହାକୁ ଜଣାନାହିଁ । କିନ୍ତୁ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଷଡଯନ୍ତ୍ର ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଯାହାକୁ ନେଇ ପ୍ରଶ୍ନ ଉଠୁଛି ।

ବିଜେପି ନେତାଙ୍କ ଅଭିଯୋଗର ଆଧାର କ’ଣ ? ଅଭିଯୋଗ ପଛରେ କିଛି ସତ୍ୟତା ରହିଛି, ନା ରାଜନୈତିକ ବୟାନବାଜି ? ସତରେ କଣ ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ? ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ? ଏସବୁ ପ୍ରଶ୍ନର ଉତ୍ତର କେବେ ମିଳିବ ତାହାକୁ ଦେଖିବାକୁ ବାକି ରହିଲା ।

Share this story

World Odia Language Conferene