ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି...

These two BJP leaders have conspired to kill Health Minister Naba Das

ଓଡ଼ିଆ ଗସିପ ବ୍ୟୁରୋ: ନବଙ୍କ ହତ୍ୟା ପଛରେ ରହିଛି ବିଜେପି ନେତାଙ୍କ ଷଡ଼ଯନ୍ତ୍ର । ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପି କେବେ ବି ପଶ୍ଚିମ ଓଡ଼ିଶାରେ ଆଗକୁ ଯାଇ ପାରିବ ନାହିଁ, ତେଣୁ ତାଙ୍କୁ ଆରପାରିକୁ ପଠାଇବା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ ରହିଛି । ଏନେଇ ଗତକାଲି ବଲାଙ୍ଗୀର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଅଭିଯୋଗ ଆଣିଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ନବଙ୍କ ହତ୍ୟା ସାଧାରଣ ଘଟଣା ନୁହେଁ, ଦୀର୍ଘଦିନର ଯୋଜନା ପ୍ରସ୍ତୁତ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ବିଜେଡି ନେତାଙ୍କ ଏହି ମନ୍ତବ୍ୟ ସାରା ଓଡ଼ିଶାର ରାଜନୀତିକୁ ହଲଚଲ୍‌‌ କରିଛି । ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ନେତାମାନେ କେଉଁସ୍ତରକୁ ଯାଇ ପାରନ୍ତି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ସ୍ୱର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପଶ୍ଚିମ ଓଡ଼ିଶାର ଜଣେ ଅଦ୍ୱିତୀୟ ନେତା ଥିଲେ । ବିଜୁ ଜନତା ଦଳ ପାଇଁ ସ୍ୱର୍ଗତ ଦାସ ମୂଲ୍ୟବାନ ସମ୍ପଦ ଥିଲେ । ଏହା ହିଁ ବିଜେପି ନେତାଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ିଥିଲା ଆଉ ରାଜ୍ୟ ବିଜେପିର ଦୁଇ ଜଣ ଶୀର୍ଷ ନେତୃତ୍ୱ ଘୃଣ୍ୟ ଷଡ଼ଯନ୍ତ୍ର ପୂର୍ବକ ଶ୍ରୀ ଦାସଙ୍କୁ ହତ୍ୟା କରାଇଛନ୍ତି । ରାଜ୍ୟ ସରକାର ଏହି ଘଟଣାର ସତ୍ୟତା ଉନ୍ମୋଚନ ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । କିନ୍ତୁ ରାଜ୍ୟ ବିଜେପି ନେତାଙ୍କୁ ଏହା ବେଶ୍‌ ବାଧୁଛି । ତଦନ୍ତକୁ ବାଟବଣା କରିବା ପାଇଁ ମନଗଢ଼ା କାହାଣି କହୁଛନ୍ତି । ତେବେ ବାସ୍ତବତା ହେଉଛି ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟା ପଛରେ ରାଜ୍ୟ ବିଜେପିର ଦୁଇ ପ୍ରମୁଖ ନେତାଙ୍କ ହାତ ରହିଛି ।

ଅଧିକ ପଢ଼ନ୍ତୁ : 'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'

ସ୍ୱର୍ଗତ ଦାସ ବିଜେଡିରେ ଜଣେ ଟାଣୁଆ ନେତା ଭାବେ ଆମ ଦଳର ସଂଗଠନକୁ ବେଶ୍‌ ସୁଦୃଢ଼ କରିପାରିଥିଲେ । ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପ ନିର୍ବାଚନରେ ଶ୍ରୀ ଦାସ ପୁଣି ଥରେ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ । ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ଏହି ସଫଳତା ପଛରେ ଶ୍ରୀ ଦାସଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିଲା । ମହିଳା, ଯୁବ ଗୋଷ୍ଠୀଙ୍କ ପାଇଁ ସେ ଆଦର୍ଶ ପାଲଟିଥିଲେ । ପଶ୍ଚିମ ଓଡ଼ିଶାର ବିକାଶ ପୁରୁଷ ଭାବେ ନିଜର ଛବି ସୃଷ୍ଟି କରିଥିଲେ । ଜଣେ ମନ୍ତ୍ରୀ ଭାବେ ମଧ୍ୟ ଶ୍ରୀ ଦାସ ବେଶ୍‌ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରି ଆସୁଥିଲେ । ନିକଟ ଅତୀତିରେ କିଛି ବିଜେପି ନେତା ଶ୍ରୀ ଦାସଙ୍କୁ ପରୋକ୍ଷରେ ଧମକ ଚମକ ଦେଇଥିଲେ । ତାଙ୍କ ପ୍ରତି ଅକ୍ଷେପ କରିବା ସହିତ ଅପମାନଜନକ ମନ୍ତବ୍ୟ ପ୍ରଦାନ କରିଥିଲେ ।

ବିଜେପି ନେତା ଭଲଭାବେ ଜାଣିଥିଲେ ଯେ ଶ୍ରୀ ଦାସ ଥିବା ଯାଏ ପଶ୍ଚିମ ଓଡ଼ିଶାରେ ବିଜେପି କଦାପି ଉଧେଇ ପାରିବ ନାହିଁ । ତେଣୁ ଶ୍ରୀ ଦାସଙ୍କୁ ରାସ୍ତାରୁ ହଟାଇବା ସେମାନଙ୍କ ପାଇଁ ବେଶ୍‌ ଜରୁରୀ ହୋଇ ପଡିଥିଲା । ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର୍‌ ଶେଷ ହୋଇଯିବ । ସେମାନଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ି ଚାଲିଥିଲା । ସେମାନେ ସୁଯୋଗ ଖୋଜୁଥିଲେ ବଡ଼ ଅଘଟଣ ପାଇଁ । ଏହି କାରଣ ପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ଯାହାଙ୍କ ନାମରେ ଅନେକ ମାମଲା ରହିଛି, ବିଭିନ୍ନ ଅପରାଧ ସେ ଜଡ଼ିତ, ସେ ହିଁ ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ଆଉ ଏଥିରେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତୃତ୍ୱଙ୍କ ସମର୍ଥନ ରହିଛି । ଆଗାମୀ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଦୁଇ ନେତା ହିଁ ଷଡ଼ଯନ୍ତ୍ର କରି ଜଣେ ମନ୍ତ୍ରୀ ଓ ଲୋକଙ୍କ ନେତାଙ୍କୁ ହତ୍ୟା କରାଇଛନ୍ତି ବୋଲି ଶ୍ରୀ ବାବୁ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଭିନ୍ନକ୍ଷମଙ୍କ ପତ୍ନୀଙ୍କୁ ବି ଛାଡିଲେନି ମଣିଷ ରୂପୀ ରାକ୍ଷସ, ଦୁଷ୍କର୍ମ ପରେ ସ୍ୱାମୀଙ୍କୁ ଆକ୍ରମଣ କରିବାକୁ ପଛେଇଲେନି...

ସଞ୍ଜୟ ବାବୁ ଆହୁରି କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ରାଜ୍ୟ ସରକାର ବେଶ୍‌ ଗୁରୁତ୍ୱର ସହ ନେଇ ଏହାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରାଉଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି ତଦନ୍ତ ତଦାରଖ ଦାୟିତ୍ୱ ଦିଆଯାଇଛି । ଖୁବ୍‌ ଶୀଘ୍ର ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିବ ଆଉ ଅଭିଯୁକ୍ତ ଜେଲ୍‌ ଯିବେ । କ୍ରାଇମ୍‌ ବ୍ରାଞ୍ଚ ଏବଂ ଜଷ୍ଟିସ୍‌ ଦାସଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ୱାସ ଅଛି ବୋଲି ଶ୍ରୀ ବାବୁ କହିଛନ୍ତି ।

ଏହା ପୂର୍ବରୁ ଗତକାଲି ବଲାଙ୍ଗିରର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଖୋଲାଖୋଲି ଭାବେ ବିଜେପି ନେତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଶ୍ରୀ ଦାସ କହିଥିଲେ ଯେ ସ୍ୱର୍ଗତ ନବ କିଶୋର ଦାସଙ୍କ ସଫଳତାରେ ଅସହିଷ୍ଣୁ ହୋଇ ରାଜ୍ୟ ବିଜେପି ନେତା ତାଙ୍କୁ ହତ୍ୟା କରାଇଛନ୍ତି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ନବ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ ନାୟକ । ସମ୍ପୃକ୍ତ ବିଜେପି ନେତାଙ୍କ ନାମରେ ହତ୍ୟା ପରି ବହୁ ସଙ୍ଗୀନ ଅପରାଧିକ ମାମଲା ରହିଛି । ଏପରିକି ସେ ହତ୍ୟା ଅଭିଯୋଗରେ ଗିରଫ ମଧ୍ୟ ହୋଇଛନ୍ତି ।

ଏପରି ଏକ ହାଇପ୍ରୋଫାଇଲ୍‌‌ ହତ୍ୟାକାଣ୍ଡ ପାଇଁ ସେ ଦୀର୍ଘଦିନରୁ ଯୋଜନା ପ୍ରସ୍ତୁତ କରିଛନ୍ତି ଓ ଶେଷରେ ତାହାକୁ ବାସ୍ତବ ରୂପ ଦେବାକୁ ସକ୍ଷମ ହୋଇଛନ୍ତି । ପଶ୍ଚିମ ଓଡ଼ିଶାରେ ବିଜେପି ପାଇଁ ନବ ଥିଲେ ସବୁଠାରୁ ବଡ଼ ପ୍ରତିବନ୍ଧକ । ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପିର ଅଗ୍ରଗତି ସମ୍ଭବ ନୁହେଁ ବୋଲି ଦଳୀୟ ନେତାଙ୍କ ସହ ସମ୍ପୃକ୍ତ ଅପରାଧପ୍ରବଣ ନେତା ମନେ କରୁଥିଲେ । ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଶେଷରେ ସେ ନକ୍ସା ପ୍ରସ୍ତୁତ କରିଛନ୍ତି ଓ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି ବୋଲି ଅଜୟ ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଘାରିଥିଲା ଘୋର ଶନିଦଶା ! ମଧ୍ୟପ୍ରଦେଶ ଜ୍ୟୋତିଷ କରିଥିଲେ ଭବିଷ୍ୟବାଣୀ; ଜାନୁଆରୀ ୧୭ ରେ ଶନି ଚଳନ ପରେ ଜୀବନ ପ୍ରତି ଥିଲା ବିପଦ

ନବ କିଶୋର ଦାସ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ଓଡ଼ିଶାରେ ଜଣେ ଜଣାଶୁଣା ଟାଣୁଆ ନେତା ଓ ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଥିଲେ । ତାଙ୍କର ଲୋକପ୍ରିୟତା ଏବଂ ବଢୁଥିବା ସଂଗଠନ ବିଜେପି ନେତାଙ୍କ ପାଇଁ ବଡ଼ ଆହ୍ୱାନ ସାଜିଥିଲା । ପଶ୍ଚିମ ଓଡ଼ିଶାରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା । ଯୁବଗୋଷ୍ଠୀ ପାଇଁ ସେ ଆଦରଣୀୟ ଥିଲେ । ଲୋକଙ୍କ ଭଲମନ୍ଦ, ଅଞ୍ଚଳର ବିକାଶ ଓ ସାଙ୍ଗଠନିକସ୍ତରରେ ଅଧିକ ସକ୍ରିୟ ରହିବା ବିଜେପି ବିପଦ ମଣୁଥିଲା ।

ତାଙ୍କ ନେତୃତ୍ୱରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ସଂଗଠନ ବେଶ୍‌‌ ମଜବୁତ ହୋଇପାରିଥିଲା । ବିଶେଷକରି ଯୁଗଗୋଷ୍ଠୀଙ୍କୁ ବେଶ୍‌‌ ସେ ବେଶ୍‌‌ ଅନୁପ୍ରାଣିତ କରିଥିଲେ । ବ୍ରଜରାଜନଗର, ପଦମ୍‌‌ପୁର ଓ ବିଜେପୁର ଉପ ନିର୍ବାଚନ ସମୟରେ ତାଙ୍କ ଦକ୍ଷତା ପ୍ରମାଣିତ ହୋଇଥିଲା । ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସଂଗଠନ ଆହୁରି ସୁଦୃଢ଼ ହେବାକୁ ଯାଉଥିଲା । ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଜେପିର ଏହି ନେତାମାନେ ଯୋଜନା କରିଥିଲେ । ତେଣୁ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କର ଲାଇ ଡ଼ିଟେକ୍‌‌ସନ ପରୀକ୍ଷା କରାଯାଉ ବୋଲି ଅଜୟ ଦାବି କରିଥିଲେ ।

Share this story

World Odia Language Conferene