ଭିନ୍ନକ୍ଷମଙ୍କ ପତ୍ନୀଙ୍କୁ ବି ଛାଡିଲେନି ମଣିଷ ରୂପୀ ରାକ୍ଷସ, ଦୁଷ୍କର୍ମ ପରେ ସ୍ୱାମୀଙ୍କୁ ଆକ୍ରମଣ କରିବାକୁ ପଛେଇଲେନି...

miscreant raped disabled persons wife

ଓଡ଼ିଆ ଗସିପ ବ୍ୟୁରୋ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କୁର୍ତମଗଡ଼ ପଞ୍ଚାୟତ ପାଟଙ୍ଗପଦରରେ ଏକ ଅଭାବନୀୟ ଘଟଣା ଘଟିଛି । ଭିନ୍ନକ୍ଷମ ବାଲକି ମାଝୀଙ୍କ ପତ୍ନୀଙ୍କୁ ଗ୍ରାମର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତ ୩୧ ତାରିଖରେ ପାଟଙ୍ଗପଦର ଗ୍ରାମରେ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟ ଚାଲିଥିବାବେଳେ ଘରର ସମସ୍ତ ସଦସ୍ୟ ଭୋଜି ଖାଇବାକୁ ଯାଇଥିଲେ । ବାଲକି ଓ ତାଙ୍କ ପତ୍ନୀ ଘରେ ରହିଥିଲେ । ତାହାର ଫାଇଦା ନେଇ ଉକ୍ତ ଗ୍ରାମର କୁଣ୍ଡେଶ୍ୱର ମାଝୀ ଘର ଭିତରେ ଜୋରଜବରଦସ୍ତ ପଶି ବାଲକିଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲା ।

ଅଧିକ ପଢ଼ନ୍ତୁ : 'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'

ଏହି ସମୟରେ ଭିନ୍ନକ୍ଷମ ବାଲକି ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁଣ୍ଡେଶ୍ୱର ତାଙ୍କ ବାମ ଗୋଡ଼ରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଏନେଇ ଫେବୃଆରୀ ୨ ତାରିଖରେ ତୁମୁଡ଼ିବନ୍ଧ ଥାନାରେ ବାଲକି ଓ ତାଙ୍କ ସ୍ତ୍ରୀ ଏତଲା ଦେଇଥିଲେ ।

ଅଭିଯୋଗକୁ ଆଧାର କରି ତୁମୁଡ଼ିବନ୍ଧ ଥାନା ଅଧିକାରୀ ଜୟନ୍ତ କୁମାର ସେଠୀ ୧୩/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଅଭିଯୁକ୍ତ କୁଣ୍ଡେଶ୍ୱର ଯାଜପୁରରେ ଲୁଚି ରହିଥିବା ସୂଚନା ପାଇ ପୁଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Share this story

World Odia Language Conferene