'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'

Like Govinda Sahu suicidal case will Naba Das murder case will end uncertain

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତାଙ୍କର ମୃତ୍ୟୁ ଏକ ସାଧାରଣ ହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ନା ରାଜନୈତିକ ପାଶାପାଲିର ମର୍ଡର ଏ ସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

କିଛି ସାଧାରଣ ଲୋକଙ୍କର ପ୍ରତିକ୍ରିୟା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ସମ୍ବଲପୁର ଅଞ୍ଚଳରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା । ଏହି ଆକସ୍ମିକ ହତ୍ୟାକାଣ୍ଡକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଲୋକେ ।

କିଏ କିଏ ସିଧା ସଳଖ ରାଜ୍ୟ ସରକାରଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରୁଥିବା ବେଳେ କିଏ କିଏ ବ୍ୟକ୍ତିଗତ ଶତ୍ରୁତା ନେଇ ହତ୍ୟା କରାଯାଇ ପାରିଥାଏ ବୋଲି କହୁଛନ୍ତି । ରାଜ୍ୟରେ ତାଙ୍କର ବ୍ୟବସାୟ ପତିଆରା ଯେଭଳି ଭାବରେ ବୃଦ୍ଧି ପାଉଥିଲା ସେଥିପାଇଁ ହୁଏତ ତାଙ୍କର ହତ୍ୟା କରାଯାଇ ପାରିଥାଏ ।

ଅଧିକ ପଢ଼ନ୍ତୁ : ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଲେ ମୀନତି ବହିଦାର; କହିଲେ ତାଙ୍କ ଭାଇଙ୍କ ହତ୍ୟା ପଛରେ ଥିଲା ମନ୍ତ୍ରୀଙ୍କ ହାତ, ସେଥିପାଇଁ ଏପରି ସବୁ ଘଟିଲା...

ସେହିପରି ତାଙ୍କର ହତ୍ୟା ପାଇଁ ପୂର୍ବରୁ ଚଳଚ୍ଚିତ୍ରର ପୃଷ୍ଠଭୂମି ପ୍ରସ୍ତୁତ ହୋଇ ସାରିଥିଲା ବୋଲି ମଧ୍ୟ କହୁଛନ୍ତି ଲୋକେ । କିନ୍ତୁ ସାଧାରଣ ଲୋକେ ଏଭଳି ଏକ ହତ୍ୟାକାଣ୍ଡକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯଦି ରକ୍ଷକ ଭକ୍ଷକ ହୁଏ ତା ହେଲେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସମାଜର ଏତେ ବଡ଼ ଲୋକ, ସେ ପୁଣି ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ତାଙ୍କୁ ଯଦି ବିଚ ବଜାରରେ ଗୁଳି ମାରି ହତ୍ୟା କରାଯାଇ ପାରୁଛି ତା ହେଲେ ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲି କହୁଛନ୍ତି ସାଧାରଣ ଲୋକେ । ଆଉ କିଏ କିଏ କହୁଛନ୍ତି ଏ ଭିତରେ କିଛି ରହସ୍ୟ ଲୁଚି ରହିଛି । ରାଜନୈତିକ ଅଭିସନ୍ଧି ରହିଛି, ଏ ବାବଦରେ CBI ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ । ରାଜ୍ୟ ସରକାର ଏଭଳି ଏକ ଦୁର୍ଭାଗ୍ୟ ଜନକ ଦୁର୍ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ।

ସେଥିପାଇଁ ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଅର୍ପଣ କରିଛନ୍ତି ନିଶ୍ଚିତ ଭାବରେ ଦୋଷୀ ଦଣ୍ଡ ପାଇବ ବୋଲି ମଧ୍ୟ କିଛି ଲୋକ କହିଛନ୍ତି । ସୂଚନା ଥାଉ କି ଗତ ମାସ ୨୯ ତାରିଖରେ ସ୍ୱାସ୍ଥମନ୍ତ୍ରୀ ନବ କିଶୋର ଦାସ ଏକ ଦଳୀୟ କାର୍ଯ୍ୟକ୍ରମରେ ବ୍ରଜରାଜନଗର ସ୍ଥିତ ଗାନ୍ଧୀ ଛକକୁ ଦିନ ୧୧ ଟା ବେଳେ ଯାଇଥିଲେ ।

ସେଠାରେ ତାଙ୍କର କାର୍ଯ୍ୟକ୍ରମ ରହିଥିବାରୁ ଅନେକ ବିଜେଡି କର୍ମୀଙ୍କ ସହ ପୋଲିସ ମଧ୍ୟ ରହିଥିଲେ । ଠିକ ୧୧ଟା ସମୟରେ ପ୍ରଥମେ ଏସ୍କର୍ଟ ଗାଡିଟି ଆସିଥିଲା ତା ପରେ ତାଙ୍କ ଇନୋଭା ଗାଡି ଟି ଗାନ୍ଧୀ ଛକରେ ପହଞ୍ଚିବା ପରେ, ଲୋକେ ଯାଇ ତାଙ୍କର ଗାଡିର ସମ୍ମୁଖ ଗେଟ ପାଖରେ ପହଞ୍ଚିଥିଲେ ସେ ନିଜେ ଗେଟ ଖୋଲିବା ପରେ କିଏ କିଛି ବୁଝିବା ପୂର୍ବରୁ ପ୍ରଥମେ ଗୋଟିଏ ଗୁଳି କିଏ ଜଣେ ମାରିଥିଲା ।

ଅଧିକ ପଢ଼ନ୍ତୁ : ଆସିଲା ମନ୍ତ୍ରୀ ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ: ହୃତପିଣ୍ଡରେ ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ହୋଇଥିବା କ୍ରାଇମବ୍ରାଞ୍ଚର ସୂଚନା

ମନ୍ତ୍ରୀ ତାଙ୍କର ଛାତିକୁ ଚାପି ଧରି "କିଏ ଗୁଳି ମାରିଦେଲା" ବୋଲି କହିଥିଲେ । ସେ ଭିତରେ ଆଉ ଗୋଟିଏ ଗୁଳି ତାଙ୍କର ଛାତି ଭେଦି ସାରିଥିଲା । ତା ପରେ ପରେ ପୁଣି ଗୁଳି ଫୁଟିଥିଲା । ଲୋକେ ଇତସ୍ତତଃ ହୋଇଥିଲେ । ଘଟଣାସ୍ଥଳରୁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ହସ୍ପିଟାଲକୁ ନିଆ ଯାଇଥିଲା ଓ ପରବର୍ତ୍ତୀ ସମୟରେ ଏୟାର ଲିଫ୍ଟ କରି ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା ।

ଶେଷରେ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ଜୀବନ ଚାଲି ଯାଇଥିଲା । ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ମୃତ୍ୟୁ ଏକ ରହସ୍ୟ ହୋଇ ରହିଥିବା ଲୋକେ କହୁଛନ୍ତି । ସେଥିପାଇଁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରୁ ଭିନ୍ନ ଭିନ୍ନ ମତ ଆସୁଛି । ତେବେ ସମୟ କହିବ କ୍ରାଇମ ବ୍ରାଞ୍ଚ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣି ପାରୁଛି ନାଁ ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ନବ ଦାସ ହତ୍ୟାକାଣ୍ଡର ମଧ୍ୟ ଚାପ୍ଟର କ୍ଲୋଜ କରାଯାଉଛି ତାହାକୁ ସାଧାରଣରେ ଅପେକ୍ଷା ।

Share this story

World Odia Language Conferene