ଶୁଭଫଳ ପ୍ରାପ୍ତି ପାଇଁ ଜାଣନ୍ତୁ କେଉଁ ରାଶି ଅନୁସାରେ କେଉଁ ରୁଦ୍ରାକ୍ଷ ଧାରଣ କରିବେ…

know your zodiac signs on wearing Rudrakshya

ଓଡ଼ିଆ ଗସିପ ବ୍ୟୁରୋ: ଭଗବାନ ଶିବଙ୍କ ସ୍ୱରୂପ ହେଉଛି ରୁଦ୍ରାକ୍ଷ । ଏହାକୁ ଧାରଣ କଲେ ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ ରୁଦ୍ରାକ୍ଷ ଏକ, ତିନି, ପାଞ୍ଚ, ସାତମୁଖୀ ଭଳି ଅନେକ ପ୍ରକାରର ମିଳେ । ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଧନ, ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ପତ୍ତି, ରୋଗ ଏବଂ ପାପରୁ ମୁକ୍ତି ମିଳେ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶି ଅନୁସାରେ ରୁଦ୍ରାକ୍ଷ ଧାରଣ କଲେ ଶୁଭଫଳ ମିଳିଥାଏ ।

ମେଷ: ଏହି ରାଶିର ବ୍ୟକ୍ତିବିଶେଷ ତିନିମୁଖୀ କିମ୍ବା ପାଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ । ତିନି ମୁଖୀ ରୁଦ୍ରାକ୍ଷକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ସ୍ବରୂପ ବୋଲି ବିବେଚନା କରାଯାଏ । ତେଣୁ ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିବିଶେଷ ସାହସୀ, ଶକ୍ତିଶାଳୀ ଏବଂ ଆତ୍ମବିଶ୍ବାସୀ ହୋଇଥା’ନ୍ତି ।

ବୃଷ: ଏହି ରାଶିର ବ୍ୟକ୍ତିମାନେ ଛଅମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ । ଏହି ରୁଦ୍ରାକ୍ଷର ସୂଚକ ହେଉଛନ୍ତି ଭଗବାନ ଗଣେଶ ଓ କାର୍ତ୍ତିକ । ଏହାକୁ ଧାରଣ କରିବା ଦ୍ୱାରା ନକାରାତ୍ମକ ଭାବନା ନାଶ ହୋଇଥାଏ ।

ମିଥୁନ: ଚତୁର୍ମୁଖୀ ରୁଦ୍ରାକ୍ଷରେ ଭଗବାନ ବ୍ରହ୍ମା ଓ ସରସ୍ବତୀ ବାସ କରନ୍ତି । ତେଣୁ ମିଥୁନ ରାଶିର ଲୋକମାନେ ଏହି ରୁଦ୍ରାକ୍ଷ ଧାରଣ କରିବା ସର୍ବୋତ୍ତମ କୁହାଯାଏ । ଏହାକୁ ଧାରଣ କରିଥିବା ବ୍ୟକ୍ତବିଶେଷ ତେଜସ୍ୱୀ ଏବଂ ବୁଦ୍ଧିମାନ ହୋଇଥାନ୍ତି ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ...

କର୍କଟ: ଏହି ରାଶିର ବ୍ୟକ୍ତିମାନେ ଦୁଇମୁଖୀ ରୁଦ୍ରାକ୍ଷ ଧାରଣ କଲେ ଶୁଭ ଫଳ ମିଳିଥାଏ । ଏହି ରୁଦ୍ରାକ୍ଷରେ ଶିବ ଏବଂ ଶକ୍ତି ବାସ କରନ୍ତି ବୋଲି ବିଶ୍ବାସ ରହିଛି । ଉତ୍ତମ ପାରିବାରିକ ଜୀବନ, ସମସ୍ତଙ୍କ ସହ ସୁସମ୍ପର୍କ ଏବଂ ବିବାହ ସିଦ୍ଧି ପାଇଁ ଏହି ରୁଦ୍ରାକ୍ଷ ଧାରଣ କରାଯାଇଥାଏ ।

ସିଂହ: ବାରମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା ସିଂହ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜ୍ବଳ ହୋଇଥାଏ । ଏହି ରୁଦ୍ରାକ୍ଷକୁ ଭଗବାନ ସୂର୍ଯ୍ୟଙ୍କ ପ୍ରତୀକ କୁହାଯାଏ । ଏହାକୁ ଧାରଣ କରିବା ଦ୍ୱାରା ସମସ୍ତ ପ୍ରକାର ଭୟରୁ ମୁକ୍ତି ମିଳିଥାଏ ।

କନ୍ୟା: ଏକମୁଖୀ ରୁଦ୍ରାକ୍ଷ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ । ଏହି ରୁଦ୍ରାକ୍ଷକୁ ମହାଦେବଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ । ଏହା ବ୍ୟକ୍ତିକୁ ଏକାଗ୍ରତା, ଶାନ୍ତି ପ୍ରଦାନ କରିଥାଏ ।

ତୁଳା: ଆଠମୁଖୀ ରୁଦ୍ରାକ୍ଷ ତୁଳା ରାଶିର ବ୍ୟକ୍ତିମାନେ ଧାରଣ କରିବା ଉଚିତ । ଏହି ରୁଦ୍ରାକ୍ଷଭଗବାନ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି । ଏହାକୁ ପିନ୍ଧିବା ଦ୍ୱାରା ବ୍ୟକ୍ତି ଯଶ, କଳାରେ ନିପୁଣତା ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାନ୍ତି ।

ବିଛା: ଏହି ରାଶିର ବ୍ୟକ୍ତିମାନେ ପାଞ୍ଚମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ । ଏହାକୁ ଧାରଣ କରିବା ଦାରା ଧନ, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ ଓ ଅକାଳ ମୃତ୍ୟୁରୁ ରକ୍ଷା ମିଳେ । 

ଧନୁ: ନଅମୁଖୀ ରୁଦ୍ରାକ୍ଷ ଧନୁ ରାଶିର ବ୍ୟକ୍ତିମାନେ ପିନ୍ଧିବା ଉଚିତ । ଏହି ରୁଦ୍ରାକ୍ଷରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଓ କେତୁ ଦୋଷ ଥାଏ, ସେମାନେ ଏହାକୁ ପିନ୍ଧିଲେ ଶୁଭ ଫଳ ମିଳିଥାଏ ।

ମକର: ଏହି ରାଶିର ବ୍ୟକ୍ତିମାନେ ଦଶମୁଖୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ । ଏହି ରୁଦ୍ରାକ୍ଷକୁ ଭଗବାନ ବିଷ୍ଣୁଙ୍କ ବରଦାନ ପ୍ରାପ୍ତ ହୋଇଛି । ଏହାକୁ ଧାରଣ କଲେ ମନରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

କୁମ୍ଭ: ସାତମୁଖୀ ରୁଦ୍ରାକ୍ଷ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫଳପ୍ରଦ ହୋଇଥାଏ । ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା ଧନ ଓ ସମ୍ପଦ ବୃଦ୍ଧି ହେବାସହ ସମାଜରେ ପ୍ରତିଷ୍ଠା ମିଳିଥାଏ ।

ମୀନ: ଏହି ରାଶିର ବ୍ୟକ୍ତିମାନେ ଏଗାରମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ । ଏହି ରୁଦ୍ରାକ୍ଷରେ ବଜରଙ୍ଗବଲୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାସହ ବୁଦ୍ଧି, ଆତ୍ମବିଶ୍ୱାସ, ଶାରୀରିକ ବଳ ଆଦି ପ୍ରାପ୍ତ ହୋଇଥାଏ ।

Share this story

World Odia Language Conferene