ସମସ୍ତଙ୍କ ସାମ୍ନାରେ ଚାହର୍ ଙ୍କ ଉପରେ କାହିଁକି ରଗିଗଲେ ଧୋନି, ଅଟୋଗ୍ରାଫ୍ ଦବା ପାଇଁ ମଧ୍ୟ କରିଦେଲେ ମନା

ଓଡ଼ିଆ ଗସିପ୍ ବ୍ୟୁରୋ: ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇ ନିଜର ପଞ୍ଚମ ଟାଇଟଲ୍ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଶେଷ ଦୁଇ ବଲ୍ରେ ୧୦ ରନ୍ର ଆବଶ୍ୟକତା ଥିବା ବେଳେ ଛକା ଓ ଚୌକା ମାରି ଟିମ୍କୁ ବିଜୟ ଦ୍ୱାରରେ ପହଞ୍ଚାଇଲେ ରବିନ୍ଦ୍ର ଜାଡେଜା । ଏହାପରେ ଟିମ୍ରେ ସେଲିବ୍ରେସନ୍ ଦେଖିବାକୁ ମିଳିଥିଲା ।
ସେଲିବ୍ରେସନ୍ର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆସଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି । ଖୁସିରେ ଜାଡେଜାଙ୍କୁ ଟେକି ଧରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ମ୍ୟାଚ୍ ଜିତିବା ପରେ ସେଲିବ୍ରେସନ୍ର ଅନେକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ମଧ୍ୟରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧୋନି ଦୀପକ ଚାହର୍ଙ୍କ ଉପରେ ରାଗି ଯାଇ ଅଟୋଗ୍ରାଫ ଦେବାକୁ ମନା କରିଦେଉଛନ୍ତି । ମନା କରିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଅଧିକ ପଢ଼ନ୍ତୁ : ବିଚ୍ ରାସ୍ତାରେ ନାବାଳିକାକୁ ହତ୍ୟା: ଲୋକ ଦେଖିଲେ, ବଞ୍ଚୋଇବାକୁ କେହି ଚେଷ୍ଟା ବି କଲେନି...
ଏକ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଚେନ୍ନାଇର ଫାଷ୍ଟ ବୋଲର୍ ଦୀପକ ଚାହର୍ଙ୍କ ଉପରେ ଧୋନି ରାଗି ଯାଉଛନ୍ତି । ଧୋନିଙ୍କ ଅଟୋଗ୍ରାଫ୍ ପାଇଁ ଚେଷ୍ଟା ଚଳାଇଥିଲେ ଚାହର୍ । କିନ୍ତୁ ଧୋନି ଅଟୋଗ୍ରାଫ ଦେବା ପାଇଁ ନାରାଜ୍ ଥିଲେ । ଶେଷରେ ସେ ଚାହର୍ଙ୍କୁ ଅଟୋଗ୍ରାଫ ଦେଲେ ।
ଧୋନି ଚାହର୍ଙ୍କୁ ଚିଡ଼ାଇବା ପାଇଁ ଏମିତି କରୁଥିବାର ଦେଖିବାକୁ ମିଳିଥିଲା । ବାସ୍ତବରେ ଧୋନି ଇସାରାରେ କହୁଛନ୍ତି ଯେ ଚାହର୍ ଶୁବମନ୍ଙ୍କ କ୍ୟାଚ୍ ମିସ୍ କରିଛନ୍ତି, ସେଥିପାଇଁ ମୁଁ ଅଟୋଗ୍ରାଫ୍ ଦେବିନି । ଧୋନି ହାସ୍ୟାତ୍ମକ ଅନ୍ଦାଜରେ ଚାହର୍ଙ୍କୁ ଚିଡ଼ାଉଥିବାର ଦେଖିବାକୁ ମିଳିଛି । ଗତକାଲି ଗୁଜରାଟ ଟଇଟନ୍ସକୁ ୫ ୱିକେଟରେ ମାତ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ ।
ଅଧିକ ପଢ଼ନ୍ତୁ : ପୁରୁଷମାନେ କାନ୍ଦିବା ସ୍ବାସ୍ଥ୍ୟ ପ୍ରତି କେତେ ଉପଯୋଗୀ, ନିହାତି ଜାଣନ୍ତୁ ହୋଇଥିବା ଏହି ରିପୋର୍ଟ/ରିସର୍ଚ୍ଚ ରୁ...
ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ମହେନ୍ଦ୍ର ସିଂ ଧୋନୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା । ତେବେ ବର୍ଷା ବାଧକ ସାଜିବା ପରେ DL ମେଥଡ୍ ଅନୁସାରେ ଚେନ୍ନାଇ ଲାଗି ୧୫ ଓଭରରେ ୧୭୧ ରନର ଟାର୍ଗେଟ ରହିଥିଲା । ପ୍ରତିଟି ଓଭର, ପ୍ରତିଟି ବଲ୍ ଗତକାଲି ନିର୍ଣ୍ଣାୟକ ଥିଲା ।
ମୋହିତ ଶର୍ମାଙ୍କ ଦୁଇଟି ୱିକେଟ୍ ସମ୍ପୂର୍ଣ୍ଣ ମ୍ୟାଚକୁ ଗୁଜରାଟ ପଟକୁ କରି ଦେଇଥିଲା । ଏପରିକି ଧୋନି ଡକ୍ ଆଉଟ୍ ହେବା ପରେ ଚେନ୍ନାଇର ହାର୍ ଏକପ୍ରକାର ସୁନିଶ୍ଚିତ ବୋଲି ଆକଳନ କରାଯାଉଥିଲା । କିନ୍ତୁ ରବୀନ୍ଦ୍ର ଜାଡ଼େଜା ସବୁ କିଛି ବଦଳାଇ ଦେଇଥିଲେ । ଶେଷ ଦୁଇଟି ବଲରେ ବିଜୟର ମୁକୁଟ ପିନ୍ଧାଇଥିଲେ ଜାଡ଼େଜା । ଶେଷ ଦୁଇଟି ବଲରେ ଛକା ଓ ଚୌକା ମାରି ଟିମକୁ ପଞ୍ଚମ ଥର ପାଇଁ ଚାମ୍ପିଅନ କରାଇଥିଲେ ।