ବିଚ୍ ରାସ୍ତାରେ ନାବାଳିକାକୁ ହତ୍ୟା: ଲୋକ ଦେଖିଲେ, ବଞ୍ଚୋଇବାକୁ କେହି ଚେଷ୍ଟା ବି କଲେନି...

minor girl thrashed to death by boyfriend in Delhi

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀରେ ରବିବାର ସନ୍ଧ୍ୟାରେ ଏକ ଅତ୍ୟନ୍ତ ଅମାନୁଷିକ ଏବଂ ବର୍ବର ହତ୍ୟାକାଣ୍ଡ ହୋଇଛି । ସାକ୍ଷୀ ନାମ୍ନୀ ଜଣେ ୧୬ ବର୍ଷୀୟା ନାବାଳିକାକୁ ତା’ର ପ୍ରେମିକ ୨୨ ଥର ଛୁରୀ ଭୁସିବା ପରେ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ହିତ୍ୟା କରିଛି । ନାବାଳିକା ଜଣକ ରକ୍ତ ଜୁଡୁବୁଡୁ ହୋଇ ମୃତ ଅବସ୍ଥାରେ ପଡିଥିଲେ ବି ଅଭିଯୁକ୍ତ ଲଗାତାର ପଥରରେ ଛେଚି ଚାଲିଥିଲା ।

ଅଭିଯୁକ୍ତ ପଥରରେ ଏଭଳି ଛେଚିଛି ଯେ ପ୍ରେମିକାର ମୁଣ୍ଡ ଖଣ୍ଡ ଖଣ୍ଡ ହୋଇଯାଇଛି । ଉତ୍ତର ଦିଲ୍ଲୀର ରୋହିଣୀ ସ୍ଥିତ ଶାହବାଦ୍ ଡେରି ଅଞ୍ଚଳରେ ଗତକାଲି ସର୍ବସମ୍ମୁଖରେ ଏହି ହତ୍ୟାକାଣ୍ଡ ହୋଇଛି ।

ଲୋକମାନେ ସେହି ଅଞ୍ଚଳ ଦେଇ ଯିବାଆସିବା କରୁଥିଲେ ସୁଦ୍ଧା ନାବାଳିକାକୁ କେହି ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ପୁରା ହତ୍ୟାକାଣ୍ଡ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଭିଯୁକ୍ତ ସାହିଲକୁ ୨୦ ବର୍ଷ । ମୃତ ନାବାଳିକାଙ୍କ ସହ ତା’ର ପ୍ରେମ ସମ୍ପର୍କ ଥିଲା ।

ଅଧିକ ପଢ଼ନ୍ତୁ : ମହିଳାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ରାଜକିଶୋର ; ନିଜର ହକ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲେ ପ୍ରେମିକା

ତେବେ ହତ୍ୟାକାଣ୍ଡ ପୂର୍ବ ଦିନ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ରବିବାର ସନ୍ଧ୍ୟାରେ ନାବାଳିକା ତା’ର ଜଣେ ବନ୍ଧୁଙ୍କ ପୁଅର ଜନ୍ମଦିନ ପାର୍ଟିକୁ ଯାଉଥିବା ବେଳେ ବାଟରେ ଅଭିଯିକ୍ତ ସାହିଲ ଆକ୍ରମଣ କରିଥିଲା ।

ହତ୍ୟାକାଣ୍ଡ ପରେ ସାହିଲ ସ୍ଥାନ ଛାଡି ପଳାଇଥିଲା । ପୁଲିସ ତାକୁ ଉତ୍ତରପ୍ରଦେଶର ବୁଲନ୍ଦ ସହରରୁ ଗିରଫ କରିଛି । ନାବାଳିକାଙ୍କ ବାପା ଏବଂ ମା’ ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ନାବାଳିକାର ମା’ କହିଛନ୍ତି ସାହିଲକୁ ଆମେ କେବେ ଦେଖିନୁ । ଆମେ ଆମ ଝିଅ ପାଇଁ ନ୍ୟାୟ ଦାବି କରୁଛୁ ।

ସେପଟେ ନାବାଳିକାର ବାପା କହିଛନ୍ତି ମୋ ଝିଅର ହତ୍ୟାକାରୀକୁ କଠୋର ଦଣ୍ଡ ମିଳୁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟଣାରେ କଡା ପ୍ରତିକ୍ରିୟା ରଖିଛନ୍ତି । କେଜ୍ରିୱାଲ ଏକ ଟ୍ୱିଟ୍ କରି କହିଛନ୍ତି ଦିଲ୍ଲୀରେ ଜଣେ ନାବାଳିକାକୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ।

ଅଧିକ ପଢ଼ନ୍ତୁ : ପୁଣି ଚର୍ଚ୍ଚାରେ ଦବାଙ୍ଗ ଆଇଏଏସ୍ ଅଫିସର ଟିନା ଡାବି : ବିସ୍ଥାପିତ ପାକିସ୍ତାନୀ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଳାଇବାକୁ ଦେଲେ ନିର୍ଦେଶ

ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି । ପୁଲିସର କୌଣସି ଭୟ ନାହିଁ । କେଜ୍ରିୱାଲ କହିଛନ୍ତି, ଏଲ୍‌ଜି ସାର ଆଇନ୍ ଶୃଙ୍ଖଳା ଦାୟିତ୍ୱ ଆପଣଙ୍କର । ତେଣୁ ଆପଣ କିଛି କରନ୍ତୁ । ଦିଲ୍ଲୀ ବାସିନ୍ଦାଙ୍କ ସୁରକ୍ଷା ସବୁଠାରୁ ଗରୁତ୍ୱପୂର୍ଣ୍ଣ ।

ଡିସିଡବ୍ଲ୍ୟୁ (ଦିଲ୍ଲୀ ମହିଳା କମିଶନ) ମୁଖ୍ୟ ସ୍ୱାତୀ ମଲିୱାଲ କହିଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ଅତି ଅସୁରକ୍ଷିତ ହୋଇଯାଇଛି । ୧୬ ବର୍ଷୀୟା ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । କେନ୍ଦ୍ର ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ, ଉକ୍ତ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ, ଦିଲ୍ଲୀ ଉପ ରାଜ୍ୟପାଳ, ଡିସିଡବ୍ଲ୍ୟୁ ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଉ । 

Share this story