ପୁଣି ଚର୍ଚ୍ଚାରେ ଦବାଙ୍ଗ ଆଇଏଏସ୍ ଅଫିସର ଟିନା ଡାବି : ବିସ୍ଥାପିତ ପାକିସ୍ତାନୀ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଳାଇବାକୁ ଦେଲେ ନିର୍ଦେଶ

IAS Tina Dabi demolished houses of pakistani hindus

ଓଡ଼ିଆ ଗସିପ ବ୍ୟୁରୋ : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପୁଣିଥରେ ଆଲୋଚନାର ପରିସରକୁ ଆସିଛନ୍ତି । ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିଦେବାକୁ ନିର୍ଦେଶ ଦେଇଛନ୍ତି ।

ଜିଲ୍ଳାପାଳଙ୍କ ନିର୍ଦେଶ ପରେ ୫୦ରୁ ଅଧିକ ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି । ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଜସ୍ଥାନର ଜୈସଲମେର ଜିଲ୍ଲାର ଅମର ସାଗର ନାମକ ଏକ ଗ୍ରାମରେ ପାକିସ୍ତାନରୁ ବିସ୍ଥାପତି ହୋଇ ଆସିଥିବା ହିନ୍ଦୁମାନେ ଆସି ରହୁଥିଲେ । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ସେମାନେ ରହିଆସୁଥିଲେ । ତେବେ ସେମାନଙ୍କୁ କୌଣସି ସ୍ଥାନରେ ଥଇଥାନର ବ୍ୟବସ୍ଥା କରାନଯାଇ ଆଜି ତାଙ୍କ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗି ଦିଆଯାଇଛି ।

ଆହୁରି ପଢ଼ନ୍ତୁ : ଚାଣକ୍ୟ ନୀତି : କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଘଟଣାକୁ ନେଇ ବିସ୍ଥାପିତ ପରିବାରର ସଦସ୍ୟ କାନ୍ଦିକାନ୍ଦି କହୁଛନ୍ତି କି, ସେମାନଙ୍କୁ ପାକିସ୍ତାନରୁ ବି ଘର ଛାଡ଼ିବାକୁ ପଡ଼ିଛି । ଏଠାରେ ସେମାନେ ବହୁ କଷ୍ଟରେ ତିଆରି କରିଥିବା ଘରକୁ ବି ପ୍ରଶାସନ ଭାଙ୍ଗି ଦେ‌ଇଛି । ଛୋଟ ପିଲା ଠାରୁ ଆରମ୍ଭ କରି ଗର୍ଭବତୀ ଓ ବୃଦ୍ଧ/ବୃଦ୍ଧା ସମସ୍ତେ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ।

ଏହି ଘଟଣାକୁ ନେଇ ଟିନା ଡାବି କହିଛନ୍ତି, ‘ବିସ୍ଥାପିତ ପରିବାରର ଲୋକମାନେ ମୂଲ୍ୟବାନ ଜମି ଉପରେ ବେଆଇନ ଭାବେ ଘର କରି ରହୁଥିଲେ । ସେମାନଙ୍କୁ ଏପରି ନକରିବାକୁ ପୂର୍ବରୁ ବାରଣ କରାଯାଇଥିଲେ ହେଁ କିଛି ଶୁଣି ନଥିଲେ । ଘର କରି ଚାଲିଥିଲେ । ତେଣୁ ଏଭଳି ଉଚ୍ଛେଦର ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ : ରାସ୍ତା ମଝିରେ ଫସିଗଲେ ଅମିତାଭ ବଚ୍ଚନ, ଦେବଦୂତ ହୋଇ ସାହାଯ୍ୟ କଲେ ଅଜ୍ଞାତ ଯୁବକ; ପୁରା ଘଟଣା କିଛି ଏପରି ଥିଲା...

ଟିନା ଆହୁରି ମଧ୍ୟ କହିଛନ୍ତି ଅମର ସାଗର ସରପଞ୍ଚ ଏବଂ ଅନ୍ୟ ଗ୍ରାମବାସୀ ବହୁ ଦିନ ଧରି ଅଭିଯୋଗ କରୁଥିଲେ ଯେ ଏଠାରେ ମୂଲ୍ୟବାନ ଜମି ବେଆଇନ ଭାବେ ଦଖଲ କରାଯାଉଛି । ପାକିସ୍ତାନୀ ବିସ୍ଥାପିତ ଲୋକମାନେ ଅମର ସାଗର ଅଞ୍ଚଳରେ କ୍ରମାଗତ ଭାବରେ ବସବାସ କରୁଛନ୍ତି । ଏସବୁକୁ ନେଇ ଆମେ ସେମାନଙ୍କୁ ସେ ସ୍ଥାନ ଛାଡିବାକୁ କହିଥିଲୁ । ସେମାନେ ତାହା ନକରିବାରୁ ଉଚ୍ଛେଦ କରାଯାଇଛି ।

Share this story

World Odia Language Conferene