ପୁରୁଷମାନେ କାନ୍ଦିବା ସ୍ବାସ୍ଥ୍ୟ ପ୍ରତି କେତେ ଉପଯୋଗୀ, ନିହାତି ଜାଣନ୍ତୁ ହୋଇଥିବା ଏହି ରିପୋର୍ଟ/ରିସର୍ଚ୍ଚ ରୁ...

why male should cry here know the scientific reason behind it

ଓଡ଼ିଆ ଗସିପ ବ୍ୟୁରୋ : ହସିବା, କାନ୍ଦିବା ଏବଂ ରାଗିବା ଏ ସବୁ ହେଉଛି ମଣିଷର ଭାବନା । ଏହି ଭାବନାକୁ ପରିପ୍ରକାଶ କରିବା ନିହାତି ଜରୁରୀ । କେବଳ ହସ ନୁହେଁ, ବେଳେବେଳେ କାନ୍ଦିବା ମଧ୍ୟ ଭଲ । ଦୀର୍ଘ ଦିନ ଧରି ମନ ଭିତରେ ରହିଯାଇଥିବା ଦୁଃଖ ପରବର୍ତ୍ତୀ ସମୟରେ ବିଭିନ୍ନ ରୋଗର କାରଣ ପାଲଟିଯାଏ । ଏହାକୁ ଦୂର କରିବା ପାଇଁ ମନଖୋଲି କାନ୍ଦିବା ଜରୁରୀ ।

ଏହାଦ୍ବାରା ମନ ହାଲୁକା ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଶୀଘ୍ର କାନ୍ଦିଥାନ୍ତି । ମହିଳାମାନେ କାନ୍ଦିବା ମାଧ୍ୟମରେ ନିଜ ଭାବନାକୁ ପ୍ରକାଶ କରନ୍ତି । କିନ୍ତୁ ପୁରୁଷମାନେ ଜୀବନର ଅତ୍ୟଧିକ ଭାବପ୍ରବଣ ଅବସ୍ଥାରେ ଥାଇ ମଧ୍ୟ କାନ୍ଦନ୍ତି ନାହିଁ । ତେବେ କାନ୍ଦିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ମାନସିକ ଚାପ ଏବଂ ଭାବପ୍ରବଣ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏହା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ବୋଲି ନିକଟରେ ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ : ବାଗେଶ୍ୱର ଧାମର ମହନ୍ତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ, କାନ୍ଦିବା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଜରୁରି । କିନ୍ତୁ ପୁରୁଷମାନେ ତାଙ୍କର ପିତାମାତା କିମ୍ବା ପ୍ରିୟଜନଙ୍କୁ ହରାଇବା ପରେ ମଧ୍ୟ ଭାବନାକୁ ନିୟନ୍ତ୍ରଣ କରନ୍ତି। କାରଣ ସେ ଚାହାନ୍ତି ନାହିଁ ଯେ, ଲୋକମାନେ ତାଙ୍କୁ କାନ୍ଦୁଥିବାର ଦେଖନ୍ତୁ । ତେଣୁ ସେମାନେ ଏକୁଟିଆ ଥିବାବେଳେ କାନ୍ଦନ୍ତି ।

ଯେତେବେଳେ ଆମେ ଭାବପ୍ରବଣ ହୋଇ କାନ୍ଦୁ, ତାହା ମନର ଭାବନା ସହିତ ଜଡ଼ିତ ଥାଏ । କିନ୍ତୁ ପିଆଜ କାଟିବା ସମୟରେ କିମ୍ବା ଆଖୀରେ ଧୂଳି ପଡ଼ିଗଲେ, ଯେଉଁ ଲୁହ ବାହାରେ, ସେଥିରେ କୌଣସି ଭାବନା ନ ଥାଏ । କାନ୍ଦିବାର ଅର୍ଥ ହେଉଛି, ଆମେ ଭାବନାଗୁଡ଼ିକୁ ଅନୁଭବ କରୁଛୁ । ଏହି ଭଳି ଭାବନାତ୍ମକ ଲୁହରେ ଅକ୍ସିଟୋସିନ୍‌ ନାମକ ଏକ ରସାୟନ ଥାଏ, ଯାହାକି ଭାବନାତ୍ମକ ବନ୍ଧନକୁ ସୁଦୃଢ଼ କରେ ।

ଅଧିକ ପଢ଼ନ୍ତୁ : ଚାଣକ୍ୟ ନୀତି : କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

କିନ୍ତୁ ପୁରୁଷମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖୀପାରନ୍ତି । ତେଣୁ ସେମାନଙ୍କ ଭିତରେ ଭାବନାତ୍ମକ ଦୃଷ୍ଟିକୋଣ ପ୍ରାୟ ନ ଥାଏ ଏବଂ ସେମାନଙ୍କ ସ୍ବଭାବ କଠୋର ଲାଗେ । ପିଲାଦିନରୁ ହିଁ ପୁଅମାନଙ୍କୁ ଶିଖାଯାଏ ଯେ, ଝିଅମାନେ କାନ୍ଦନ୍ତି, ପୁଅମାନେ ନୁହେଁ ।

ବୟସ ବଢ଼ିବା ସହିତ ଏହି ଭାବନା ଦୃଢ଼ ହୋଇଯାଏ ଏବଂ ସେହି ଅନୁସାରେ ପ୍ରତିକ୍ରିୟା ଦେଖୀବାକୁ ମିଳେ । କିନ୍ତୁ ଏହା ପୁରୁଷଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ବହୁତ କ୍ଷତିକାର କ। ସେମାନେ ଭାବନାକୁ ନିଜ ଭିତରେ ରଖୀ ଅବସାଦଗ୍ରସ୍ତ ହୋଇଯାଇଥାନ୍ତି । ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ ।

Share this story