ବାଗେଶ୍ୱର ଧାମର ମହନ୍ତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

Y security to Bagheswar Baba

ଓଡ଼ିଆ ଗସିପ ବ୍ୟୁରୋ : ବାଗେଶ୍ୱର ମଠର ମହନ୍ତ ତଥା ପ୍ରସିଦ୍ଧ ଧାର୍ମିକ ପ୍ରବଚକ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା । ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ।

ଏ ସମ୍ପର୍କରେ ମଧ୍ୟପ୍ରଦେଶ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଇନ ଏବଂ ଅର୍ଡର ଏବଂ ସିକ୍ୟୁରିଟି ଆଇଜି ପକ୍ଷରୁ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଏକ ଚିଠି ଲେଖାଯାଇଛି ।

କିଛି ଦିନ ପୂର୍ବରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିଲା । ଏନେଇ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ କେନ୍ଦ୍ର ସରକାର ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦେଇଛନ୍ତି । ୱାଇ ବର୍ଗର ସୁରକ୍ଷାରେ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋଙ୍କ ସମେତ ଆଠ ଜଣ ଯବାନ ରହିଥାନ୍ତି ।

ଅଧିକ ପଢ଼ନ୍ତୁ : ଏହି ବଡ କାରଣ ପାଇଁ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ; ରହସ୍ୟ ଖୋଲିଲା କ୍ରାଇମବ୍ରାଞ୍ଚର ୫୪୩ ପୃଷ୍ଠାର ଚାର୍ଜସିଟ

ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ବାଗେଶ୍ୱର ଧାମର ମହନ୍ତ ତଥା ପ୍ରସିଦ୍ଧ ଧାର୍ମିକ ପ୍ରବଚକ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ତାଙ୍କ ପରିବାର ସହିତ କିଛି ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା । ଅମର ସିଂ ନାମକ ଜଣେ ବ୍ୟକ୍ତି ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଦାଦାଙ୍କ ପୁଅକୁ ଧମକପୂର୍ଣ୍ଣ ଫୋନ୍ କରିଥିଲେ ।

କଲ୍ କରିଥିବା ବ୍ୟକ୍ତି କହିଥିଲେ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ତାଙ୍କ ପରିବାରର ଅନ୍ତିମ ସଂସ୍କାର କରିବାକୁ ପ୍ରସ୍ତୁତ ରୁହ । ଏ ସମ୍ପର୍କରେ ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଥିଲା ଏବଂ ପୁଲିସ ଏହାର ଅନୁସନ୍ଧାନ କରୁଛି ।

Y ବର୍ଗର ସୁରକ୍ଷା ରେ ମିଳେ ଏହି ସୁବିଧା :

Y ବର୍ଗର ସୁରକ୍ଷା ରେ ଦୁଇଟି କମାଣ୍ଡୋ ସହିତ ୮ ଜଣ ଯବାନ ରହୁନ୍ତି । ଅନେକ ସୁରକ୍ଷା ଏଜେନ୍ସି ଭାରତର VVIP ଲୋକଙ୍କୁ ସୁରକ୍ଷା ଯୋଗାଇଥାଏ । ଏଥିରେ SPG, NSG, ITBP ଏବଂ CRPF ଭଳି ଏଜେନ୍ସି ଅନ୍ତର୍ଭୁକ୍ତ । VVIP ଲୋକ ତାଙ୍କ ଉପରେ ବିପଦ ଥିବା ଦର୍ଶାଇ ବ୍ୟକ୍ତିଗତ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କୁ ଏକ ଆବେଦନ କରନ୍ତି । ଏହା ପରେ ଏଜେନ୍ସି ଗୁଡିକ ବିପଦର ମୂଲ୍ୟାଙ୍କନ କରେ ଏବଂ କେବଳ ସେତେବେଳେ ସୁରକ୍ଷା ସ୍ଥିର ହୁଏ । କେଉଁ ବ୍ୟକ୍ତିଙ୍କୁ କେଉଁ ସୁରକ୍ଷା ଦିଆଯିବ ତାହା ଗୃହ ସଚିବ ତଥା ମହାନିର୍ଦ୍ଦେଶକ ତଥା ମୁଖ୍ୟ ସଚିବଙ୍କ କମିଟି ସ୍ଥିର କରେ ।

ଅଧିକ ପଢ଼ନ୍ତୁ : ଚାଣକ୍ୟ ନୀତି : କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

Y ବର୍ଗର ସୁରକ୍ଷା କ୍ଷେତ୍ରରେ, ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଏବଂ ପୁଲିସ୍ କର୍ମଚାରୀଙ୍କ ସମେତ ଆଠ ଜଣ ଯବାନଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଏ । ଏହି ପ୍ରତିରକ୍ଷା ପ୍ରୋଟକଲ ଭାଙ୍ଗିବା କାହା ପାଇଁ ସହଜ ନୁହେଁ । ଏହି ସୁରକ୍ଷା ସହିତ ଦୁଇଟି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ମଧ୍ୟ ରହିଥାନ୍ତି । ଭାରତରେ ଅନେକ ଲୋକଙ୍କର Y ବର୍ଗର ସୁରକ୍ଷା ଅଛି ।

Share this story