ଏହି ବଡ କାରଣ ପାଇଁ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ; ରହସ୍ୟ ଖୋଲିଲା କ୍ରାଇମବ୍ରାଞ୍ଚର ୫୪୩ ପୃଷ୍ଠାର ଚାର୍ଜସିଟ

crime branch submitted preliminary chargesheet in court

ଓଡ଼ିଆ ଗସିପ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ପଛରେ କୌଣସି ଷଡ଼ଯନ୍ତ୍ର ନ ଥିଲା । ଏଏସଆଇ ଗୋପାଳ ଦାସ ବ୍ୟକ୍ତିଗତ ଆକ୍ରୋଶରୁ ତାଙ୍କୁ ହତ୍ୟା କରିଥିଲା । ନବ ଦାସଙ୍କ ପଟୁ ସେ କିଛି ଗୋଟିଏ ଭୟ ଆଶଙ୍କା କରୁଥିଲା । ଲମ୍ବା ସମୟ ଧରି ଏହି ଭୟ ତାକୁ ଆଚ୍ଛନ୍ନ କରିଥିଲା । ଯାହା ତା’ ମନରେ ରାଗ ସୃଷ୍ଟି କରିଥିଲା । ନବ ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରି ମାନସିକ ଭାବେ ପ୍ରସ୍ତୁତ ରହିଥିଲା । ଯେଉଁଥିରେ ସେ ସଫଳ ହେଲା ।

ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ ରେ ଏହା ଉଲ୍ଲେଖ କରିଛି । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍ ବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରିସାରିଥିଲା । ଘଟଣାର ତଦନ୍ତକାରୀ ଅଫିସର କ୍ରାଇମବ୍ରାଞ୍ଚ DSP ରମେଶ ଦୋରା ଝାରସୁଗୁଡ଼ା JMFC କୋର୍ଟରେ ଉପସ୍ଥିତ ରହି ଚାର୍ଜସିଟ ଦାଖଲ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଏହି ବଡ଼ କାରଣ ପାଇଁ ବୁଡ଼ିଯିବ ଏଲ୍‌ଆଇସି, ଇପିଏଫ୍‌ଓର ଅର୍ଥ; ସାବଧାନ!

ନବ ଦାଶ ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ୧୧୮ ଦିନ ପରେ ୫୪୩ ପୃଷ୍ଠାର ପ୍ରେଲିମିନେରୀ ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଅଧିକାରୀ ସମେତ ୮୯ ଜଣ ସାକ୍ଷୀ ଆଧାରରେ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଆଇପିସିର ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ପ୍ରେଲିମିନେରୀ ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଛି ।

ତେବେ ଚାର୍ଜସିଟରେ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡିଛି । ତେବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ତାହା କେତେ ପୃଷ୍ଠା ସମ୍ବଳିତ ଏବଂ ସେଥିରେ କଣ ସବୁ ଉଲ୍ଲେଖ ରହିଛି, ତାହା ଜଣାପଡିନାହିଁ । ଏଥି ସହିତ ନବ ଦାସ ହତ୍ୟା ଘଟଣାରେ ଆଉ କେଉଁ ସବୁ ଦିଗ ରହିଛି, ସେନେଇ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ଅଧିକ ପଢ଼ନ୍ତୁ : ଚାଣକ୍ୟ ନୀତି : କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

ସୂଚନାଯୋଗ୍ୟ  ଗତ ଜାନୁଆରୀ ୨୯ ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଯାଇଥିବା ବେଳେ ପୁଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ।

ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ ।

Share this story