ବିରାଟ କୋହଲିଙ୍କ ବିରାଟ ବଡ଼ ରେକର୍ଡ : ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଛୁଇଁଲେ ଏହି ମାଇଲଖୁଣ୍ଟ

Virat Kohli smashed his 29th century in Tests and 76th overall during the second match of the series against West Indies.

ଓଡ଼ିଆ ଗସିପ୍ ବ୍ୟୁରୋ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଆଉଏକ ମାଇଲଖୁଣ୍ଟ । ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ମାରି କୋହଲି ନିଜ ନାଁରେ କରିଛନ୍ତି ବଡ଼ ରେକର୍ଡ । ଦୁନିଆର ପ୍ରଥମ ବ୍ୟାଟର ଭାବେ ସେ ଏହି ରେକର୍ଡ କରିଛନ୍ତି । ପୋର୍ଟ ଅଫ୍ ସ୍ପେନରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟ ନିଜର ୨୯ତମ ଟେଷ୍ଟ ଶତକ ମାରିଛନ୍ତି । ଏହା ମଧ୍ୟ ତାଙ୍କ କ୍ୟାରିୟରର ଥିଲା ୭୬ତମ ଅନ୍ତର୍ଜାତୀୟ ଶତକ ।

ଅଧିକ ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା: ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

କୋହଲି ଦିନିକିଆରେ ହାସଲ କରିଛନ୍ତି ୪୭ ଶତକ । କୋହଲିଙ୍କ ପୂର୍ବରୁ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଏହି ବିରଳ ସଫଳତା ହାସଲ କରିନାହାନ୍ତି । ନଭେମ୍ବର ୨୦୧୯ରୁ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିଲା ବେଳେ କୋହଲିଙ୍କ ଟେଷ୍ଟ୍ ଆଭରେଜ୍ ୫୦ ତଳକୁ ଖସିଯାଇଥିଲା ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

ଚଳିତ ବର୍ଷ ମାର୍ଚ୍ଚରେ ଅହମଦାବାଦଠାରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଶତକ ହାସଲ କରିବା ପରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳ ଜୀବନର ୨୯ତମ ଟେଷ୍ଟ ଶତକ ଅର୍ଜନ କରିବା ପରେ ତାଙ୍କ ବ୍ୟାଟିଂ ହାର ପୁଣି ଥରେ ୫୦ ଛୁଇଁବାର ଆଶା ସଂଚାର ହୋଇଛି ।

ଏହି ଶତକ ପରେ କୋହଲିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୪୯.୩୦ ରହିଛି । ଏଣୁ ଚଳିତ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଯଦି ବ୍ୟାଟିଂ ସୁଯୋଗ ମିଳେ ତେବେ କୋହଲି ପୁଣି ଥରେ ଏହି ମାଇଲଖୁଣ୍ଟ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟଥା ଏଥିଲାଗି ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ଶୃଙ୍ଖଳାକୁ ଅପେକ୍ଷା କରିବାକୁ ହେବ । କୋହଲିଙ୍କ ସମସାମୟିକଙ୍କ ମଧ୍ୟରେ ଏବି ଡି’ଭିଲିୟର୍ସ, ଷ୍ଟିଭେନ୍ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ : କଣ ଏହି ଖତରନାକ ଖପ୍ପର ଯୋଗ! ୩୦ ଦିନ ପର୍ଯ୍ୟନ୍ତ କାହିଁକି ରହିବେ ସାବଧାନ ଜାଣନ୍ତୁ

ଅନ୍ୟ କିଂବଦନ୍ତି ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଭିଭିଆନ୍ ରିଚାର୍ଡସ, ଆଲାନ ବର୍ଡର, ରାହୁଲ ଦ୍ରାବିଡ଼, ଜାଭେଦ ମିଆଁଦାଦ ସୁନୀଲ ଗାଭାସ୍କର ଆଦିଙ୍କ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି । ମହାନ ଖେଳାଳି ଡନ୍ ବ୍ରାଡମ୍ୟାନଙ୍କ ବ୍ୟାଟିଂ ହାର ସର୍ବାଧିକ ୯୯.୯୪ ଥିଲେ ମଧ୍ୟ ସେ ୫୨ ଟେଷ୍ଟ୍ ଖେଳିଛନ୍ତି ।

କୋହଲିଙ୍କ ଶତକ ସାଙ୍ଗକୁ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ କରିଛି ୪୩୮ ରନ୍ । ଜାଡେଜା ୬୧ ରନ୍ ଓ ଅଶ୍ୱିନ୍ ୫୬ ରନ କରିଛନ୍ତି । ଜବାବରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ କରିଛି ୮୬ ରନ୍ ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

Share this story