ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

state cabinet clears 17 proposal in odisha

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୭ ପ୍ରସ୍ତାବକୁ  ମଞ୍ଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌‌ ବୈଠକରେ ମିଶନଶକ୍ତି ସ୍କୁଟର ଯାେଜନାକୁ ଅନୁମୋଦନ ମିଳିଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି ।

ଅଧିକ ପଢ଼ନ୍ତୁ : କଣ ଏହି ଖତରନାକ ଖପ୍ପର ଯୋଗ! ୩୦ ଦିନ ପର୍ଯ୍ୟନ୍ତ କାହିଁକି ରହିବେ ସାବଧାନ ଜାଣନ୍ତୁ

କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି ।

ସେହିପରି ଆଜିର କ୍ୟାବିନେଟ୍‌‌ ବୈଠକରେ ବନ ସୁରକ୍ଷା ସମିତି ପାଇଁ କୋଠା ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥି ସହିତ ବକେୟା ଜଳକର ଆଦାୟ କରିବାକୁ OTS ବ୍ୟବସ୍ଥା କରାଯାଇଛି । ଏଥି ସହିତ କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

ଅନ୍ୟପଟେ ଆଜିର କ୍ୟାବିନେଟ୍‌‌ ବୈଠକରେ ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି ସରକାର । ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରାଯିବ। ଚଳିତ ଆର୍ଥିକ ବର୍ଷରୁ ଆଗାମୀ ୫ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ ।

ସେହିପରି ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଛି ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ଦିଆଯିବ ପ୍ରୋତ୍ସାହନ । ଯାହାକୁ ଆଜି କ୍ୟାବିନେଟ ଅନୁମୋଦନ ପ୍ରଦାନ କରାଯାଇଛି ।

Share this story