ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା: ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

yellow warning alert for heavy to heavy rainfall in four district

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶାର ତଟୀୟ କ୍ଷେତ୍ରରେ ସୃଷ୍ଟ ଲଘୁଚାପବଳୟ ଯୋଗୁ ଉପକୂଳ ସମେତ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆହୁରି ୪ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପୂର୍ବାନୁମାନ କରିଛି।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

ଆଜି ପାଇଁ ରାଜ୍ୟର ୪ ଜିଲ୍ଲା ବଲାଙ୍ଗିର, ନୂଆପଡ଼ା,କଳାହାଣ୍ଡି ଏବଂ ନବରଙ୍ଗପୁରକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅଧିକ ପଢ଼ନ୍ତୁ : କଣ ଏହି ଖତରନାକ ଖପ୍ପର ଯୋଗ! ୩୦ ଦିନ ପର୍ଯ୍ୟନ୍ତ କାହିଁକି ରହିବେ ସାବଧାନ ଜାଣନ୍ତୁ

ସେପଟେ ମାଲକାନଗିରିରେ ପ୍ରବଳ ବର୍ଷା ପ୍ରଭାବରେ ଗତକାଲି ମୋଟୁ ସୀମା ନିକଟ ଆନ୍ଧ୍ର-କୋୟାଗିରି ପୋଲ ଉପରେ ୫ ଫୁଟର ପାଣି ଚାଲୁଥିଲା। ଫଳରେ ଉଭୟ ପଟରେ ଜାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

Share this story