ICC କ୍ରିକେଟ୍‌ରୁ ବଦଳିଲା ତିନୋଟି ବଡ ନିୟମ , ସେଥିରୁ ‘ଫ୍ରି ହିଟ୍’ରେ ବୋଲ୍ଡ ହେଲେ ମଧ୍ୟ ବ୍ୟାଟର୍ ନେଇପାରିବେ ରନ୍

These rules changed in ICC cricket

ଓଡ଼ିଆ ଗସିପ୍ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁଣି କ୍ରିକେଟର କିଛି ନିୟମ ପରିବର୍ତ୍ତନ ବଦଳାଇଛି । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ପୁରୁଷ କ୍ରିକେଟ୍ କମିଟି ଏବଂ ମହିଳା କ୍ରିକେଟ୍ କମିଟିର ସୁପାରିସକୁ ଅନୁମୋଦନ କରାଯିବା ପରେ ଆଇସିସି ଏହି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି ।

ଅନ୍‌-ଫିଲ୍ଡ ଅମ୍ପାୟାରଙ୍କ ଦ୍ବାରା ଦିଆଯାଉଥିବା ବିବାଦୀୟ ‘ସଫ୍ଟ ସିଗନାଲ’ ନିୟମକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛି ଆଇସିସି । କାରଣ ଏହା ତୃତୀୟ ବା ଟିଭି ଅମ୍ପାୟାରଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା । ଭୂମିରୁ କିଛି ଇଞ୍ଚ ଉପରୁ ଧରାଯାଇଥିବା କ୍ୟାଚର ବୈଧତା ନିର୍ଣ୍ଣୟ କରିବା ପାଇଁ ‘ସଫ୍ଟ ସିଗ୍ନାଲ୍’ ବ୍ୟବହାର କରାଯାଇଥାଏ । କାରଣ ଏହିପରି କ୍ୟାଚର ବୈଧତା ଖାଲି ଆଖିରେ ନିର୍ଣ୍ଣୟ କରିବା‌ କଷ୍ଟକର ହୋଇଥାଏ ।

ଏପର୍ଯ୍ୟନ୍ତ ଅନ୍-ଫିଲ୍ଡ ଅମ୍ପାୟାରମାନେ ସେମାନଙ୍କର ଅନୁମାନ ଆଧାରରେ ‘ଆଉଟ୍’ ବା ‘ନଟ୍ ଆଉଟ୍’ ସଙ୍କେତ ଦେଉଥିଲେ, ଯାହାକୁ ‘ସଫ୍ଟ ସିଗ୍ନାଲ୍’ କୁହାଯାଏ । ଅଧିକାଂଶ ସମୟରେ ଟିଭି ଫୁଟେଜରୁ ମଧ୍ୟ କ୍ୟାଚ୍ ସଠିକ୍ ଧରାଯାଇଛି କି ନାହିଁ ତାହା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୋଇଥାଏ । ଏପରି ସ୍ଥିତିରେ ଫିଲ୍ଡ ଅମ୍ପାୟାରଙ୍କ ‘ସଫ୍ଟ ସିଗ୍ନାଲ୍’ ଆଧାରରେ ନିଷ୍ପତ୍ତି ନିଅନ୍ତି ତୃତୀୟ ଅମ୍ପାୟର ।

ଅଧିକ ପଢ଼ନ୍ତୁ : ଏମାନେ ହେବେ ଓଲିୟୁଡର ଆଗଧାଡିର ହଟ୍, ହଟେଷ୍ଟ ଓ ବୋଲ୍ଡ ବିୟୁଟି

ଅଧିକ ପଢ଼ନ୍ତୁ : ମହିଳାଙ୍କ ପାଇଁ ଅଧାରେ ରହିଗଲା ସାବିତ୍ରୀ ବ୍ରତ , ସାବିତ୍ରୀ ବ୍ରତରେ ପୁଅକୁ ହରାଇଲା ମା'...

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କ୍ରମେ ପଡ଼ିଆରେ ବିପଦପୂର୍ଣ୍ଣ ଅଞ୍ଚଳରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯେତେବେଳେ ବ୍ୟାଟ୍ସମ୍ୟାନ୍ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୁଅନ୍ତି, ୱିକେଟ୍ କିପର ଷ୍ଟମ୍ପ ନିକଟରେ ଛିଡା ହୁଅନ୍ତି ଅବା ଫିଲ୍ଡର ବ୍ୟାଟ୍ସମ୍ୟାନଙ୍କ ନିକଟରେ ଛିଡା ହୁଅନ୍ତି, ଏଭଳି ପରିସ୍ଥିତିରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।

ଏହା ବ୍ୟତୀତ ଫ୍ରି ହିଟ୍ ନିୟମରେ ମଧ୍ୟ ଏକ ଛୋଟ ପରିବର୍ତ୍ତନ କରାଯାଇଛି । ଏଣିକି ‘ଫ୍ରି ହିଟ୍’ରେ ବଲ୍ ଯଦି ଷ୍ଟମ୍ପକୁ ବାଜେ ଏବଂ ବ୍ୟାଟ୍ସମ୍ୟାନ୍ ରନ୍ ନିଅନ୍ତି ତେବେ ଏହା ସ୍କୋରରେ ମିଶିବ । ଅର୍ଥାତ୍ ଜଣେ ବ୍ୟାଟ୍ସମ୍ୟାନ୍ ‘ଫ୍ରି ହିଟ୍’ରେ ବୋଲ୍ଡ ହେଲେ ମଧ୍ୟ ରନ୍ ନେଇପାରିବେ ।

ଜୁନ୍ ୧ରୁ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଲର୍ଡସରେ ଅନୁଷ୍ଠିତ ହେବାକୁ ଥିବା ଏକମାତ୍ର ଟେଷ୍ଟ ଠାରୁ ଏହି ସବୁ ନୂଆ ନିୟମ ଲାଗୁ ହେବ । ଜୁନ୍ ୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମଧ୍ୟ ନୂଆ ନିୟମ ଅନୁଯାୟୀ ଖେଳାଯିବ ।

Share this story