ମହିଳାଙ୍କ ପାଇଁ ଅଧାରେ ରହିଗଲା ସାବିତ୍ରୀ ବ୍ରତ , ସାବିତ୍ରୀ ବ୍ରତରେ ପୁଅକୁ ହରାଇଲା ମା'...

woman lost son on sabitri brata

ଓଡ଼ିଆ ଗସିପ୍ ବ୍ୟୁରୋ: ଖୁସି ଅଧିକ ସମୟ ରହିଲାନି । କାଲି ଏହି ସମୟରେ ଯେଉଁ ଘର ଖୁସିରେ ଉଛୁଳିପଡୁଥିଲା । ଆଜି ସେହି ଘରେ ପଡିଛି କାନ୍ଦବୋବାଳି । ପୁଅ କଥା ଭାବି ବାହୁନି କାନ୍ଦୁଛି ମାଆ । ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ମାଟି ତାର ଗେହ୍ଲାପୁଅକୁ ହରାଇଛି ।

ଗତ କାଲି ପୁଅର ମାଟ୍ରିକ ରେଜଲ୍ଟ ବାହାରିଥିଲା । ପୁଅର ଭଲ ମାର୍କ ଦେଖି ବାପା-ମା ଗର୍ବ କରୁଥିଲେ । ପୁଅ ପାଇଁ ବହୁତ ଖୁସି ମଧ୍ୟ ହେଉଥିଲେ । ପୁଅ ୮୬.୫% ନମ୍ବର ରଖି ପାସ୍‌ କରିଥିଲା । ୬୦୦ରୁ ୫୧୯ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା କାରଣରୁ ଗାଁ ଲୋକମାନେ ମଧ୍ୟ ପ୍ରଶଂସା କରୁଥିଲେ । ହେଲେ ଆଜି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ : ଆଉ ମାତ୍ର ୨ ଦିନ, ଆରମ୍ଭ ହେବାକୁ ଯାଉଛି ବିଷ ଯୋଗ; ଅନ୍ତହୀନ ମୁସ୍କିଲର ସାମ୍ନା କରିବେ ଏହି ୩ ରାଶି

ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଶ୍ରୀରାମପୁର ଗାଁରେ । ମୃତ ଛାତ୍ରଙ୍କ ନାଁ ଚନ୍ଦନ ମହାପାତ୍ର । ତାଙ୍କ ବାପାଙ୍କ ନାଁ ରମେଶ ମହାପାତ୍ର । ଚନ୍ଦନ ଆଜି ଘର ପାଖ ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ଯାଇଥିଲେ ।

ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଗତ କାଲି ପ୍ରକାଶ ପାଇଥିବା ମାଟ୍ରିକ ଫଳାଫଳ ୫୧୯ ନମ୍ବର ରଖି ପାସ କରିଥିଲେ ।

ଅଧିକ ପଢ଼ନ୍ତୁ : ଏମାନେ ହେବେ ଓଲିୟୁଡର ଆଗଧାଡିର ହଟ୍, ହଟେଷ୍ଟ ଓ ବୋଲ୍ଡ ବିୟୁଟି

ଗାଁର ଅନ୍ୟ ପିଲାଙ୍କ ସହ ଆଜି ମଧ୍ୟାହ୍ନରେ ଗାଁ ପୋଖରୀରେ ପହଁରୁଥିବା ବେଳେ ହଠାତ ପାଣିରେ ବୁଡ଼ି ଯାଇଥିଲେ ଚନ୍ଦନ । ତୁରନ୍ତ ଗାଁ ଲୋକ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଭଦ୍ରକ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଇଂ.ପ୍ରିୟବ୍ରତ ନାୟକ ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା ପ୍ରମୁଖ ଡାକ୍ତରଖାନାରେ ପହଂଚି ମୃତ ପରିବାରକୁ ସମବେଦନା ଜଣାଇଛନ୍ତି ।

Share this story

World Odia Language Conferene