ଦିନିକିଆ ବିଶ୍ବକପ ପାଇଁ BCCI ଘୋଷଣା କଲା ଭାରତୀୟ ଦଳ, ଏହି ଷ୍ଟାର ଖେଳାଳିଙ୍କୁ ମିଳିଲାନି ସ୍ଥାନ, ଦେଖନ୍ତୁ ଖେଳାଳି ତାଲିକା

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା BCCI । ଏନେଇ ପ୍ରେସମିଟ୍ରେ ସୂଚନା ଦେଲେ ଚୟନ କମିଟି ଅଧ୍ୟକ୍ଷ ଅଜିତ୍ ଅଗରକର୍ । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ସବୁଠାରୁ ବଡ କଥା ଏହା ଯେ ଭେଟେରାନ୍ ଆର୍. ଅଶ୍ୱିନଙ୍କୁ ମିଳିଲାନି ସୁଯୋଗ । ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
ଘୋଷଣା କରାଯାଇଥିବା ଭାରତୀୟ ୧୫ ଜଣିଆ ସ୍କ୍ବାର୍ଡ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ଈଶାନ କିଶାନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ କୂଲଦୀପ ଯାଦବ।
Here's the #TeamIndia squad for the ICC Men's Cricket World Cup 2023 🙌#CWC23 pic.twitter.com/EX7Njg2Tcv
— BCCI (@BCCI) September 5, 2023
ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...
ସୂଚନା ଅନୁଯାୟୀ, ଅକ୍ଟୋବର ୫ ତାରିଖରେ ଦିନିକିଆ କ୍ରିକେଟ ବିଶ୍ୱକପ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ପୂର୍ବ ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।