ଧୋନିଙ୍କୁ ସମ୍ମାନ ଦେଲା ବିସିସିଆଇ (BCCI), ମାହିଙ୍କ ୭ ନମ୍ବର ଜର୍ସିକୁ ମିଳିଲା ରିଟାୟାର
 

Ms Dhonis Iconic Number 7 Jersey Retired By BCCI
ମାହିଙ୍କ ୭ ନମ୍ବର ଜର୍ସିକୁ ମିଳିଲା ରିଟାୟାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ। ଧୋନିଙ୍କ ୭ ନଂ ଜର୍ସିକୁ ଅବସର ଦେଲା ଭାରତୀୟ କ୍ରିକେଟ୍ ଅଫ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। 

ଅଧିକ ପଢନ୍ତୁ :ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ସହିତ ଆୟୁର୍ବେଦରେ ‘ବେଲପତ୍ର’ର ମହତ୍ତ୍ବ କ’ଣ ? ଜାଣନ୍ତୁ ସଂକ୍ଷେପରେ...

୭ ନଂ ଥିବା ଜର୍ସି ନ ପିନ୍ଧିବାକୁ ଖେଳାଳିମାନଙ୍କୁ ଜଣାଇଛି ବିସିସିଆଇ। ଧୋନିଙ୍କୁ ସମ୍ମାନ ଦେବା ସ୍ୱରୂପ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି। ୭ ନମ୍ବର ଜର୍ସି ଅନ୍ୟ କୌଣସି ଭାରତୀୟ ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଆନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନି ୩ ବର୍ଷ ହେଲା ଅବସର ନେଇଛନ୍ତି ।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ପୂର୍ବରୁ ୨୦୧୭ ମସିହାରେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୧୦ ନଂ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି। ଏହି ସାର୍ଟ ନଂ-୧୦ ଅନ୍ୟ କୌଣସି କ୍ରିକେଟରଙ୍କୁ ଦିଆଯାଇନାହିଁ ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story