ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ODI, ଖେଳି ପାରିବେନି ଏହି ୪ ଦିଗ୍ଗଜ୍ ଖେଳାଳି...
 

India vs Australia ODI series Check out when and where to watch team squads and other details
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ODI

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ। ଏହି ସିରିଜ୍‌‌ ଲାଗି ନିକଟରେ ଏସିଆ କପ୍‌‌ ଚାମ୍ପିଅନ ହୋଇଥିବା ଭାରତୀୟ ଦଳରୁ ୪ଜଣ ବରିଷ୍ଠ ତଥା ନିୟମିତ ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରୁ ବିଶ୍ରାମ ଦେଇଛି। 

ସେମାନେ ହେଲେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନିକିଆ ମୁକାବିଲାରେ ମୁଖ୍ୟ ସ୍ପିନର ଭୂମିକା ଗ୍ରହଣ କରୁଥିବା କୁଲଦୀପ ଯାଦବ। ଏମାନେ ସମସ୍ତେ ତୃତୀୟ ଦିନିକିଆ ଓ ବିଶ୍ୱକପ୍‌‌ରେ ଖେଳିବେ।

କେ.ଏଲ ରାହୁଲ ପ୍ରଥମ ୨ଟି ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ରହିବେ। ଏହି ଦୁଇଟି ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖେଳିବାର ସୁଯୋଗ ମିଳିପାରି ନଥିବା ଜଣା ପଡ଼ିଛି।

ଭାରତ ବନାମ ଅଷ୍ଟ୍ରେଲିଆ ODI ସିରିଜ୍ ସପୂର୍ଣ୍ଣ କାର୍ଯ୍ୟସୂଚୀ:

ସିରିଜର ପ୍ରଥମ ମ୍ୟାଚ୍ ପଞ୍ଜାବର ମୋହାଲିରେ ଖେଳାଯିବ। ସେପ୍ଟେମ୍ବର 24: ଦ୍ୱିତୀୟ ODI ଅପରାହ୍ନ 1:30 ରେ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର 27: ତୃତୀୟ ଓଡିଆ ରାତି 1:30 ରେ ରାଜକୋଟ ସୌରାଷ୍ଟ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ପ୍ରଥମ ଦିନିକିଆ ପାଇଁ ଭାରତ ଦଳ:

କେ.ଏଲ୍ ରାହୁଲ (C & WK),ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ରୁତୁରାଜ ଗାଇକୱାଡ, ଶୁବମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ଇଶାନ କିଶନ (ୱିକେଟ୍ କିପର), ଶାର୍ଦ୍ଦୁଲ ଠାକୁର, ୱାଶିଂଟନ୍ ସୁନ୍ଦର, ଆର ଅଶ୍ୱିନ, ଜସପ୍ରୀତ ବୁମ୍ରା, ମୋହମଦ୍ ଶାମି, ମୋହମଦ୍ ସିରାଜ, ପ୍ରସାଦ କୃଷ୍ଣ

କେଉଁଠାରେ ଦେଖିବେ ଇଣ୍ଡିଆ ବନାମ ଅଷ୍ଟ୍ରେଲିଆ ODI ମ୍ୟାଚ୍ :

ଏହି ଇଣ୍ଡିଆ ବନାମ ଅଷ୍ଟ୍ରେଲିଆ ODI ମ୍ୟାଚ୍ ସ୍ପୋର୍ଟସ 18 ଚ୍ୟାନେଲରେ LIVE ପ୍ରସାରିତ ହେବ ଏବଂ ଜିଓ ସିନେମାରେ ସିଧା ପ୍ରସାରଣ ହେବ।

ତେବେ ଦିନିକିଆ ବିଶ୍ୱକପକୁ ଆଉ ଦୁଇ ସପ୍ତାହ ବାକି ଥିବା ବେଳେ ଏହି ସିରିଜ ଖେଳାଯାଉଛି। ତେଣୁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଖୁବ୍ ଗୁରୁତ୍ୱ ବହନ କରୁଛି। ରୋହିତ, କୋହଲି, ହାର୍ଦ୍ଦିକଙ୍କ ସ୍ଥାନରେ ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ବିଶ୍ୱକପରେ ସୁଯୋଗ ମିଳିପାରେ। ନିକଟରେ ଏସିଆ କପରେ ବିଜୟ ଯୋଗୁ ଭାରତୀୟ ଦଳର ମନୋବଳ ଦୃଢ ରହିଛି। ଏହି ସିରିଜରେ ବିଜୟ ହାସଲ କରି ବିଶ୍ୱକପରେ ଫେଭରିଟ୍ ଟିମ ଭାବେ ପଦାର୍ପଣ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story