ୱେଷ୍ଟଇଣ୍ଡିଜ୍ ଗସ୍ତରୁ କାହିଁକି ବାଦ୍ ପଡ଼ିଲେ ରୋହିତ ଶର୍ମା ଓ କୋହଲି ? ବିସିସିଆଇ ଦେଲା ଏଭଳି ଉତ୍ତର

India T20I Squad vs West Indies Highlights

ଓଡ଼ିଆ ଗସିପ୍ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଖେଳାଳି ତାଲିକା ପ୍ରକାଶ କରିଛି ବିସିସିଆଇ । ତେବେ ଏହି ଟିମରେ ମହେନ୍ଦ୍ର ସିଂ ଧୋନୀ ଏଥର ଆଉ ସାଙ୍ଗରେ ନାହାନ୍ତି । 

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯାଇଥିବାବେଳେ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯଶସ୍ବୀ ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳିଙ୍କୁ ଦଳରେ ବିଶ୍ରାମ ଦିଆଯାଇଛି । ଅଗଷ୍ଟ ୩ରୁ ଏହି ଟି-୨୦ ସିରିଜ୍ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ : ଆସନ୍ତା ୨୪ ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଅଧିକ ପଢ଼ନ୍ତୁ : ଚଉଠି ରାତିରେ କନିଆଁ କଲା ଏମିତି କିଛି, ଯାହା ଦେଖି ଶାଶୂଘର ଲୋକଙ୍କ ଉଡିଗଲା ହୋସ୍, ଜାଣନ୍ତୁ ପୂରା ଘଟଣା

ଇଶାନ କିଶନ(ୱିକେଟକିପର), ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଅଭେସ ଖାନ, ମୁକେଶ କୁମାର ।

adimg

 

 

 

null

ସୂଚନାଯୋଗ୍ୟ ଯେ, ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ୧୨ରୁ ୧୬ ଜୁଲାଇ ଓ ୨ୟ ଟେଷ୍ଟ ୨୦ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଖେଳ ହେବ । ଦିନିକିଆ ମ୍ୟାଚ ୨୭ ଓ ୨୯ ଜୁଲାଇ ଓ ୧ ଅଗଷ୍ଟରେ ଖେଳାଯିବ । ଟି୨୦ ସିରିଜ ୩ ଅଗଷ୍ଟରୁ ଆରମ୍ଭ ହେବ । ୨ୟ ଟି୨୦ ୬ ଅଗଷ୍ଟରେ, ୩ୟ ୮ ଅଗଷ୍ଟରେ, ୪ର୍ଥ ୧୨ ଓ ୫ମ ୧୩ ଅଗଷ୍ଟରେ ଖେଳାଯିବ ।

Share this story