ଚଉଠି ରାତିରେ କନିଆଁ କଲା ଏମିତି କିଛି, ଯାହା ଦେଖି ଶାଶୂଘର ଲୋକଙ୍କ ଉଡିଗଲା ହୋସ୍, ଜାଣନ୍ତୁ ପୂରା ଘଟଣା

woman got pregnant on forth night day

ଓଡ଼ିଆ ଗସିପ୍ ବ୍ୟୁରୋ: ଗ୍ରେଟର ନୋଏଡା ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ସୋମବାର ଜଣେ ବ୍ୟକ୍ତି ଏଠାରେ ବିବାହ କରିଥିଲେ । ହନିମୁନ୍‌ ସମୟରେ କନ୍ୟା ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଶାଶୂଘର ଲୋକ ଏହା ଜାଣି ଭୟଭୀତ ହୋଇ ଯାଇ ଥିଲେ ।

ସେମାନେ କନ୍ୟା ର ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ଏହାପରେ ଜାଣିବାକୁ ମିଳିଥିଲା ଯେ କନ୍ୟା 7 ମାସର ଗର୍ଭବତୀ ଅଟେ । ଏହା ଜାଣିବା ପରେ ଶାଶୂଘର ଲୋକଙ୍କ ହୋସ୍ ଉଡିଯାଇଥିଲା । ଏହା ପରେ କନ୍ୟା ପରଦିନ ସକାଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ଭୟଙ୍କର ଭୂସ୍ଖଳନ; ବିରାଟ ପଥର ତଳେ ଚାପି ହୋଇଗଲା ୩ କାର, ମୃତକଙ୍କ ସଂଖ୍ୟା ଅସ୍ପଷ୍ଟ...

ରିପୋର୍ଟ ଅନୁଯାୟୀ, ବର ଜଣକ ସିକନ୍ଦରାବାଦରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ଖୁବ ଧୁମଧାମରେ ସମ୍ପନ୍ନ ହେଲା । ଶ୍ୱଶୁର ଘରେ ବୋହୂ ପହଞ୍ଚିବା ପରେ ଖୁବ ସ୍ୱାଗତ ହେଲା । ହେଲେ ଚଉଠି ରାତି ଦିନ କନ୍ୟାଙ୍କ ପେଟରେ ଖୁବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କଲେ ସ୍ୱାମୀ ।

ଡାକ୍ତର କହିଲେ ଯେ କନ୍ୟା ୭ ମାସର ଗର୍ଭବତୀ ଅଛନ୍ତି । ହେଲେ ଏହାକୁ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । ତା'ପରଦିନ କନ୍ୟା ଜଣକ ଏକ ସନ୍ତାନକୁ ଜନ୍ମ ଦେଲେ ।

ବର ଘର କନ୍ୟାର ପରିବାର ଲୋକଙ୍କୁ ଏ କଥା ଜଣାଇଥିଲେ । ଏହା ପରେ ପୁଅଘର ବୋହୂକୁ ଘରେ ରଖିବାକୁ ମନା କରି ଦେଇଥିଲେ । ତାଙ୍କ ସହ ଧୋକା ହେଇଥିବା କହିଥିଲେ । ଝିଅ ପୂର୍ବରୁ ଗର୍ଭବତୀ ଥିଲା ଏ କଥା ତାଙ୍କ ଠାରୁ ଲୁଚା ଯାଇଥିଲା । ଝିଅର ପିତାମାତା ଝିଅ ଏବଂ ନବଜାତ ଶିଶୁ ସହିତ ଘରକୁ ଆସିଥିଲେ ।

ଅଧିକ ପଢ଼ନ୍ତୁ : ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

ପୁଅଘର ଏ ବାବଦରେ ପୋଲିସ ନିକଟରେ କୋୖଣସି ଅଭିଯୋଗ କରିନାହାଁନ୍ତି । ବିବାହ ସମୟରେ ଝିଅର ପେଟ ଫୁଲି ଥିଲା, ଏହା ଉପରେ ଝିଅର ପରିବାର ସଦସ୍ୟ କହିଥିଲେ ଯେ କିଛି ସମୟ ପୂର୍ବରୁ ଝିଅର ଷ୍ଟୋନ ଅପରେସନ ହୋଇଥିଲା । ଏହି କାରଣରୁ ତା ପେଟ ସାମାନ୍ୟ ଫୁଲିଛି ।

Share this story