ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

Nisa Maharana is out of control using slangs on mediapersons

ଓଡ଼ିଆ ଗସିପ୍ ବ୍ୟୁରୋ: ନିଶାଡ଼ିଙ୍କ ନିଶାକୁ ଦୁଇ ଗୁଣିତ ବହୁ ଗୁଣିତ କରୁଥିବା ବିବାଦୀୟ କଳାକାର ନିଶା ମହାରଣା ପୁଣି ଥରେ ନିଜ ଔକାତକୁ ଆସିଛନ୍ତି । କେବେ ଆକୁ ଗାଳି କେବେ ତାକୁ ଗାଳି । ଏତେ ସମସ୍ତଙ୍କୁ ଗାଳି କରିବା ପରେ ଏବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି କରୁଛନ୍ତି ଡାର୍ଟି ଗର୍ଲ ନିଶା ମହାରଣା ।

ସୋସିଆଲ ମିଡିଆରେ ଭିଡିଓ ଜାରି କରି ସେ ଶହେ ଶହେରେ ସାମ୍ବାଦିକଙ୍କୁ ପକେଇ ଉଠେଇ ସୋଧୁଛନ୍ତି । ଅସଭ୍ୟ ଭାଷା ଯୋଗୁଁ ଆମେ ନିଶା ମହାରଣାଙ୍କ ସେହି ଅଶ୍ଳିଳ ଭିଡିଓ ଏଠାରେ ପୋଷ୍ଟ କରି ପାରୁନାହୁଁ ।

ଅଧିକ ପଢ଼ନ୍ତୁ : ଆଜିଠୁ ୪ ଦିନ ବର୍ଷା; ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

କେଇ ମିନଟର ଏହି ଭିଡିଓରେ ନିଶା ମହାରଣା ସେହି ସବୁ ସାମ୍ବାଦିକଙ୍କୁ ଦୋ ଅକ୍ଷରୀ ଭାଷାରେ ଗାଳି ଗୁଲଜ କରୁଛନ୍ତି ଯାହାଙ୍କ ରିପୋର୍ଟିଂ ତରିକାକୁ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି ।

ବିଶେଷ କରି ଡିଜିଟାଲ ମିଡିଆ ବା ୱେବ୍ ପୋର୍ଟାଲ ଏବଂ କିଛି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ଇଙ୍ଗିତ କରି ଅଶ୍ଳିଳ ଭାଷା ପ୍ରୟୋଗ କରି ଗାଳି କରୁଛନ୍ତି ନିଶା ମହାରଣା । ସବୁବେଳେ ଅଭଦ୍ର ବ୍ୟବହାର କରୁଥିବା ନିଶା ମହାରଣା ଏଥର ମଧ୍ୟ ସେହି ତଥାକଥିତ ଭିଡିଓରେ ମା ଭଉଣୀ ଉଡ଼ାଇଛନ୍ତି ।

ଅଧିକ ପଢ଼ନ୍ତୁ : ଚଉଠି ରାତରେ ସ୍ୱାମୀକୁ ଭକୁଆ ବନେଇ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ

କାହିଁକି ନିଶାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି ବୋଲି କହି ସେ ଅସନ୍ତୁଷ୍ଟ ଅଛନ୍ତି । ଏକ ସାମାନ୍ୟ ଦୁର୍ଘଟଣା ପ୍ରସଙ୍ଗରେ ତାଙ୍କୁ ଯେଉଁଭଳି ନିଶାନା କରାଯାଉଛି ତାକୁ ନେଇ ମିଡିଆ ଉପରେ ରାଗ ଝାଡ଼ିଛନ୍ତି ନିଶା ମହାରଣା ।

ସବୁବେଳେ ବିନ୍ଦାସ ବୋଲ୍ଡ ଏବଂ ଓଡ଼ିଶାର ସନି ଲିଓନି ବୋଲି ନିଜକୁ ଘୋଷଣା କରୁଥିବା ନିଶା ଏଥର କିନ୍ତୁ ନିଜ ଉପରେ ହୋଇଥିବା ଖବରକୁ ନେଇ ଖପ୍ପା ହୋଇଛନ୍ତି । ଅବଶ୍ୟ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ମିଡିଆ ଉପରେ ବର୍ଷିଥିଲେ ନିଶା ।

Share this story