ଚଉଠି ରାତରେ ସ୍ୱାମୀକୁ ଭକୁଆ ବନେଇ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ

bride fled away with male lover on forth night day

ଓଡ଼ିଆ ଗସିପ ବ୍ୟୁରୋ : ସାତ ଜନ୍ମର ସାଥୀ ହେବା ପାଇଁ ଶପଥ କରିଥିବା ପତ୍ନୀ ସାତଦିନ ପାଇଁ ସାଥ୍‌‌ ଦେଲା ନାହିଁ। ଗୋଟିଏ ପଟେ ରିସେପସନ୍‌‌ ଭୋଜିଭାତର ଆୟୋଜନ ଚାଲିଥିବା ବେଳେ ଚତୁର୍ଥୀ ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଛି ନବବଧୂ ।

ଖଣ୍ଡଗିରି ତାରିଣୀ ବସ୍ତି ର ଘଟଣା । ଅଭିଯୋଗ ଅନୁଯାୟୀ, ବରବାରି ତାରିଣୀ ବସ୍ତିରେ ରହୁଥିବା ସମିର ୨୦୧୭ ମସିହାରେ ବ୍ରହ୍ମପୁର ଆଇଟିଆଇ କଲେଜରେ ପଢ଼଼ୁଥିବାବେଳେ ସେଠାରେ ପଢ଼ୁଥିବା ଗୋଳନ୍ଥରା କୋଳଥିଗାଁ ଅଞ୍ଚଳର କବିତାଙ୍କ ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

୨୦୧୯ ମସିହାରେ ଉଭୟ ଘର ଛାଡ଼ି ଭୁବନେଶ୍ୱର ପଳାଇ ଆସିଥିଲେ । କବିତାଙ୍କ ବାପା ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ପରେ ପୁଲିସ କବିତାଙ୍କୁ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ମୁକ୍ତ ଆଶ୍ରା ସ୍ଥଳରେ ଛାଡିଥିଲା । ପରେ କବିତା ୨୦୨୦ ମସିହା ଶେଷ ବେଳକୁ ମୁକ୍ତ ଆଶ୍ରା ସ୍ଥଳରୁ ଆସି ସମିରଙ୍କ ସାଙ୍ଗରେ ତାରିଣୀ ବସ୍ତିରେ ରହିଥିଲେ ।

ଅଧିକ ପଢ଼ନ୍ତୁ : କାର୍‌, ବାଇକକୁ ପଛରୁ ପିଟିଲା ଟ୍ରକ, ଘଟଣାସ୍ଥଳ ରେ ୧୦ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

କବିତା ଡୁମୁଡୁମାସ୍ଥିତ ଆମ୍ୱେଦକର ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ । ସମିର ପାଠପଢ଼଼ା ବାବଦକୁ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଗତ ମେ' ମାସ ତୃତୀୟ ସପ୍ତାହରେ କବିତା ଆଉ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ । ଜୁନ ମାସ ପ୍ରଥମ ସପ୍ତାହରେ ଫେରିବା ପରେ କବିତାଙ୍କ ପରିବାର ତାଙ୍କୁ ଗ୍ରହଣ କରିନଥିଲେ ।

ପୁଲିସ ତାଙ୍କୁ ଯାଁଳା ସ୍ଥିତ ମିଶନ ଆଶ୍ରାରେ ଛାଡି ଦେଇଥିଲା । କବିତା ସେଠାରେ କିଛି ଦିନ ରହିବା ପରେ ସମିରଙ୍କୁ ଫୋନ କରିଥିଲେ । ଭୁଲ୍‌‌ ମାଗିବା ସହିତ ତାଙ୍କୁ ବିବାହ କରିବେ ବୋଲି ଅନୁରୋଧ କରିଥିଲେ । ତାଙ୍କ କଥାକୁ ବିଶ୍ୱାସ କରି ସମିର ତାଙ୍କ ବାପାମାଆଙ୍କୁ ବୁଝାଇଥିଲେ । କବିତାଙ୍କ ବାପାମାଆଙ୍କୁ ନେଇ ଗତ ଗୁରୁବାର ଦିନ ମିଶନ ଆଶ୍ରାରୁ କବିତାଙ୍କୁ ଆଣିଥିଲେ ।

ଅଧିକ ପଢ଼ନ୍ତୁ : ଆଜି ମଙ୍ଗଳବାର: ଏହି ତିନି ରାଶିର ବ୍ୟକ୍ତିଙ୍କ ପାଇଁ ଅସୁଭ ସାବ୍ୟସ୍ତ ହେବ ସଂଧ୍ୟା, ସତର୍କ ରୁହନ୍ତୁ

ପରେ ଉଭୟଙ୍କ ସମ୍ମତିରେ ଜାଗମରା ସ୍ଥିତ ଆମୋଫୋଇରେ ବିବାହ ହୋଇଥିଲା । ଉଭୟ ସମିର ଓ କବିତା ତାରିଣୀ ବସ୍ତିରେ ଥିବା ଘରକୁ ଯାଇଥିଲେ । ରବିବାର ଚତୁର୍ଥୀ ଓ ଭୋଜିଭାତ ଥିବାରୁ ଶନିବାର ମଧ୍ୟାହ୍ନରେ ସମିର କୌଣସି କାମରେ ଯାଇଥିବା ବେଳେ କବିତା ତାଙ୍କ ପୁରୁଣା ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି ।

ଘରୁ ଯିବା ବେଳେ ଟ୍ରଙ୍କରେ ଥିବା ନଗଦ ୪୦ ହଜାର ଟଙ୍କା ନେଇ ପଳାଇଥିବା ସମିର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଏଥିସହିତ ସମିର ପୂର୍ବରୁ କବିତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୦ହଜାର ଟଙ୍କା ରଖିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି । ପୁଲିସ ଏକ ମ୍ୟାନ ମିସିଂ ରିପୋର୍ଟ ପଞ୍ଜୀକରଣ କରି ଘଟଣାର ତଦନ୍ତ କରୁଛି ।

Share this story