ଆଜି ମଙ୍ଗଳବାର: ଏହି ତିନି ରାଶିର ବ୍ୟକ୍ତିଙ୍କ ପାଇଁ ଅସୁଭ ସାବ୍ୟସ୍ତ ହେବ ସଂଧ୍ୟା, ସତର୍କ ରୁହନ୍ତୁ

Todays Rasi Fala

ଓଡ଼ିଆ ଗସିପ୍ ବ୍ୟୁରୋ: ସୁପ୍ରଭାତ ପାଠକ ବୃନ୍ଦ । ସବୁଦିନ ଭଳି ଆଜି ମଧ୍ୟ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଜି ଦିନର ମହତ୍ତ୍ୱ ଓ ରାଶିଫଳ ସମ୍ପର୍କିତ ବିସ୍ତ୍ତୁତ ଆଲେଖ୍ୟ । ପଢ଼ନ୍ତୁ ସଚେତନ ହୁଅନ୍ତୁ ଏବଂ ସତର୍କ ରୁହନ୍ତୁ ।  

ଆଜି ଦିନର ମହତ୍ତ୍ବ : ଆଜି ୨୦୨୩ ମସିହା ଜୁଲାଇ ତା ୪ ରିଖ ମଙ୍ଗଳବାର ମିଥୁନ ୨୦ଦିନ  । ଶ୍ରାବଣ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ପୂର୍ବାଷାଢା ନକ୍ଷତ୍ର ଦିନ ୮.୨୫ ମିନିଟ୍  ପର୍ଯ୍ୟନ୍ତ ତାପରେ ଉତ୍ତରାଷାଢା ନକ୍ଷତ୍ର ଭୋଗ ହେବ, ଧନୁ ଚନ୍ଦ୍ର  ଦିନ ୧.୪୪ ମିନିଟ୍  ପର୍ଯ୍ୟନ୍ତ । ଆଜିର ଘାତ ବାର- ମକର ରାଶିର ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶି ପୁରୁଷ ଏବଂ ବୃଷ ଓ ମିଥୁନ ରାଶି ମହିଳାଙ୍କର  । ଆଜିର ନିଷେଧ ଖାଦ୍ୟ- ପାଣି କଖାରୁ  । ସେପଟେ ସବୁଠାରୁ ବଡ଼କଥା ହେଉଛି ଆଜିଠାରୁ ଶ୍ରାବଣୀ ବ୍ରତ ଆରମ୍ଭ...

 

ଅଧିକ ପଢନ୍ତୁ : ସିଗନାଲିଂ ତ୍ରୁଟିରୁ ହୋଇଛି ବାହାନଗା ଟ୍ରାଜେଡି; ଆସିଲା ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟ

 

ମେଷ  : ଆପଣଙ୍କୁ ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍  ପରିଶ୍ରମ କରି ଶେଷରେ କୃତକାର୍ଯ୍ୟ ହେବେ ।ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସହାନୁଭୂତିର ହାତ ବଢ଼ାଇବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ପ୍ରତିକାର- ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ । 

ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ, ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଘଟିପାରେ, ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।ମହିଳା ମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ।ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ରରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗରେ ଚଢାନ୍ତୁ

ମିଥୁନ:ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ, ମହିଳାମାନେ ବିଷାଦଗ୍ରସ୍ତ ହେବେ।ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ।ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍  ସ୍ୱକର୍ମରେ ଅବହେଳା କରିବେ।ପ୍ରତିକାର- ସାତଟି ଦୁବ ଗଣେଶଙ୍କୁ ଚଢାନ୍ତୁ

କର୍କଟ:କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଜୀବନ ସାଥୀର ସହଯୋଗ ପାଇବେ, ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍  ବିଜୟୀ ହେବେ, ସୁସମାଚାର ଶୁଣି ଆନନ୍ଦିତ ହେବେ ।ପ୍ରତିକାର- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ।

 

ଅଧିକ ପଢ଼ନ୍ତୁ: ୯୯୯ ଟଙ୍କାରେ ଫୋର୍ ଜି ଫୋନ୍ ; ଜିଓ ଆଣୁଛି 'ଜିଓ ଭାରତ V2'


ସିଂହ: ପୂର୍ବରୁ ଲାଗି ରହିଥିବା ବାଦବିବାଦରେ ଆଶୁ ସମାଧାନ ହୋଇଯିବ ।ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ, କର୍ମକ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ଦ୍ଵାରାପ୍ରଶଂସିତ ହେବେ ।ଶତୃମାନେ ପରାଜିତ ହେବେ, ଦେହ ମନ ସୁସ୍ଥ ରହିବ।ପ୍ରତିକାର- ଓଁ ଘୃଣି ସୂର୍ଯ୍ୟାୟ ନମଃ ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ

କନ୍ୟା:ଜଗି ରଖି ଚଳନ୍ତୁ ଅପମାନ ଓ ଅପବାଦ ପାଇପାରନ୍ତି, ବାପାମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍  ପରିଶ୍ରମ ଅନୁଯାୟୀ ଆଶାଜନକ ଶୁଭ ଫଳ ପାଇବେ ନାହିଁ ପ୍ରତିକାର- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ


ତୁଳା : ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ ।ମୂଲ୍ୟବାନ ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି, ବ୍ୟବସାୟରେ ଆୟ ମଧ୍ୟମ ହେବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍  କର୍ମରେ ସଫଳତା ପାଇବେ, ମହିଳାମାନେ ଅତିଥି ସତ୍କାର କରିବେ ।ପ୍ରତିକାର- ମା ଲକ୍ଷ୍ମୀଙ୍କ ଦଶ ନାମକୁ ଦଶ ଥର ଜପ କରନ୍ତୁ

ବିଛା: କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ  ।ନୂତନ କାର୍ଯ୍ୟାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ପରିବାରର ସାହାଯ୍ୟ ସହଯୋଗ ପାଇବାରୁ ମନ ପ୍ରଫୁଲ୍ଲିତ ରହିବ।ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହ ରାଶି ତେଲର ଦୀପଟିଏ ଜାଳନ୍ତୁ । 

 

ଧନୁ:ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ନାହିଁ, କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ଯାତ୍ରା ସମୟରେ ସତର୍କ ଅବଲମ୍ବନ କରନ୍ତୁ, ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ । 

ମକର: ବହୁଦିନର ଆଶା ପୂରଣ ହେବ, ଯଶ, ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ ବାଣିଜ୍ୟ ବ୍ୟବସାୟରେ ଆୟ ମଧ୍ୟମ ହେବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍  କର୍ମରେ ପ୍ରଶଂସିତ ହେବେ, ମହିଳାମାନେ ପରିବାରର ଆଦର ପାଇବେ । ପ୍ରତିକାର- ଶିବଙ୍କ ପାଖରେ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ । 

କୁମ୍ଭ : ଅଟକିଥିବା କାମକୁ ପୁଣି ଆରମ୍ଭ କରିବେ ସମ୍ପୂର୍ଣ୍ଣ କରିବେ, ବ୍ୟବସାୟରେ ଆୟ ବୃଦ୍ଧି ଘଟିବ । ପୂର୍ବର ଯୋଜନାକୁ ପରିବର୍ତ୍ତିତ କରି ପ୍ରଶଂସିତ ହେବେ, ବକେୟା ଅର୍ଥ ଆଦାୟ ପାଇଁ ଦିନଟି ଅନୁକୂଳ ରହିବ ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।ପ୍ରତିକାର- କୁଆ ଓ ପାରାଙ୍କୁ କିଛି ଶସ୍ୟ ଖାଇବାକୁ ଦିଅନ୍ତୁ ।

ମୀନ:ଆକସ୍ମିକ ଧନଲାଭର ଯୋଗ ରହିଛି, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଓ ଶୁଭଫଳ ମିଳିବ ।ଶାରୀରିକ ମାନସିକ ଓ ପାରିବାରିକ ଅଭିବୃଦ୍ଧି ଘଟିବ, ମହିଳାମାନେ ଆନନ୍ଦିତ ହେବେ । ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ, ବିଦ୍ୟା କ୍ଷେତ୍ରରେ ପରିଶ୍ରମ ଜାରି  ରଖିବେ ।ପ୍ରତିକାର- ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ
 

Share this story