ସିଗନାଲିଂ ତ୍ରୁଟିରୁ ହୋଇଛି ବାହାନଗା ଟ୍ରାଜେଡି; ଆସିଲା ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟ

Odisha Train Accident: CRS probe finds major lapses in signalling-circuit alteration

ଓଡ଼ିଆ ଗସିପ୍ ବ୍ୟୁରୋ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଟ୍ରେନ ଦୁର୍ଘଟଣାର କାରଣ ଜଣାପଡ଼ିଲା । କାହିଁକି ଘଟିଥିଲା, କେମିତି ଘଟିଥିଲା, କିଏ ବା କାହା ଭୁଲ୍ ଯୋଗୁଁ ଏତେବଡ଼ ଅଘଟଣ ଘଟିଗଲା ସେ ସବୁର ଅସମାହିତ ପ୍ରଶ୍ନର ଉତ୍ତର ମିଳିଛି। ତଥ୍ୟ କହୁଛି, ସିଗନାଲିଂ ତ୍ରୁଟିରୁ ହୋଇଛି ବାହାନଗା ଟ୍ରାଜେଡି । ସାମ୍ନାକୁ ଆସିଥିବା ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟ ଆଧାରରେ ଏହା ଜଣାପଡ଼ିଛି ଯ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ କରାଯାଇଛି । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଉଲ୍ଲେଖ ବି ହୋଇଛି । 


 

ଅଧିକ ପଢ଼ନ୍ତୁ: https://odiagossip.com/technology/jio-bharat-phone-launched-in-india-at-rs-999/cid11491911.htm


ସେପଟେ ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ବଡ଼ ଧରଣର ତ୍ରୁଟି ହୋଇଛି । ତେବେ ଦୁର୍ଭାଗ୍ୟର କଥା ଯେ, ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ କରାଯାଇଥିଲା ଯାହାକୁ ଅଣଦେଖା କରାଯାଇଥିଲା । କୁହାଯାଉଛି ଯେ, ଷ୍ଟେସନ ମାଷ୍ଟର ସତର୍କ ହୋଇଥିଲେ ଏଡ଼ାଇ ହୋଇ ପାରିଥାନ୍ତା ଦୁର୍ଘଟଣା ।ଷ୍ଟେସନ୍ ମାଷ୍ଟରଙ୍କ ସାମ୍ନାରେ ତ୍ରୁଟି ହୋଇଥିଲେ ବି ଅଣଦେଖା କରିଥିଲେ ବୋଲି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯାହାକୁ ଯାଞ୍ଚ ଏଜେନ୍ସି ଗୁରୁତର ସହ ନେଇ ତଦନ୍ତ କରିବ । 

 

TRAIN

 


ସେପଟେ ଇଲେକ୍ଟ୍ରନିକ୍ ଇଣ୍ଟର ଲକିଂ ସିଷ୍ଟମ୍ ପରିବର୍ତ୍ତନ କଲେ 14 ସେକେଣ୍ଡରେ ସିଗ୍ନାଲ ପରିବର୍ତ୍ତନ ହେବା କଥା ସେଦିନ କିନ୍ତୁ ସିଗ୍ନାଲରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଇଥିଲା ବୋଲି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ୧୪ ସେକେଣ୍ଡ ବଦଳରେ ପରିବର୍ତ୍ତନ ପାଇଁ ଲାଗିଥିଲା ୩୭ ସେକେଣ୍ଡ । ଷ୍ଟେସନ ମାଷ୍ଟର ଏସ.ବି. ମହାନ୍ତି ଅଣଦେଖା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ELB ପରିବର୍ତ୍ତନ ବେଳେ ସିଗନାଲିଂ ସର୍କିଟରେ ପରିବର୍ତ୍ତନ ଅନ୍ୟ ଏକ କାରଣ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଜୁନ୍ 2 ତାରିଖରେ ବାଲେଶ୍ୱର ବାହାନଗା ବଜାର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । 

 

 

Share this story