୯୯୯ ଟଙ୍କାରେ ଫୋର୍ ଜି ଫୋନ୍ ; ଜିଓ ଆଣୁଛି 'ଜିଓ ଭାରତ V2'

Jio Bharat phone launched in India at Rs 999, sale begins on July 7


ଓଡ଼ିଆ ଗସିପ୍ ବ୍ୟୁରୋ:  ଭାରତୀୟ ମୋବାଇଲ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଶସ୍ତା ଦରରେ ମିଳିବାକୁ ଯାଉଛି ଫୋନ୍ । ତାହା ପୁଣି ଫୋର୍ ଜି ଫୋନ୍ ଏହା ସହ ମିଳିବ ହାଇସ୍ପିଡ୍ ଇଣ୍ଟରନେଟର ସୁବିଧା । 

ଖବର ଅନୁସାରେ, ରିଲାଏନସ ଜିଓ ଆଣୁଛି ୯୯୯ ଟଙ୍କିଆ ଫୋର୍ ଜି ଫୋନ୍ ଜିଓ ଭାରତ ଭି ଟୁ । ଗତକାଲି ଏହା ଉନ୍ମୋଚିତ ହୋଇଛି। ଏହି ଅବସରରେ ରିଲାଏନସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନି ଟୁ ଜି ମୁକ୍ତ ଭାରତର ଆହ୍ବାନ ଦେଇଛନ୍ତି। ଦେଶରେ ଏବେ ୨୫ କୋଟି ଲୋକ ଟୁ ଜି ଫୋନ୍ ବ୍ୟବହାର କରୁଛନ୍ତି। ରିଲାଏନ୍ସ ପକ୍ଷରୁ ଏହି ଗ୍ରୁପକୁ ଟାର୍ଗେଟ କରାଯାଇଛି । 

ଅଧିକ ପଢ଼ନ୍ତୁ:  ବଙ୍ଗୋପ ସାଗରରେ ସୃଷ୍ଟି ହେବ ଝଡ଼; ଓଡ଼ିଶାରେ ପଡ଼ିବ ପ୍ରଭାବ, ବଢ଼ିବ ବର୍ଷାର ପରିମାଣ

 

 



ଏହି ବର୍ଗର ୟୁଜର୍ସମାନେ ଯେମିତି ଇଣ୍ଟରନେଟ୍ ପାଇଁ ଫୋର୍ ଜି ବ୍ୟବହାର କରିବେ, ତାହା ହେଉଛି ଜିଓର ଲକ୍ଷ୍ୟ। ଏପରି ୧୦ କୋଟି ଗ୍ରାହକଙ୍କୁ ନିଜ ଆଡ଼କୁ ଟାଣିବାକୁ ଟାର୍ଗେଟ ରଖିଛି ଜିଓ। ମୁକେଶ ଅମ୍ବାନି କହିଛନ୍ତି, ଜିଓର ଏହି ୯୯୯ ଟଙ୍କିଆ ଫୋନ୍ ବାସ୍ତବରେ ଡିଜିଟାଲ ସ୍ବାଧୀନତା ଆଣିବ ଓ ଡିଜିଟାଲ ବୈଷମ୍ୟ ଦୂର କରିବ। 

ଅଧିକ ପଢ଼ନ୍ତୁ: ବନ୍ଦ ହେବ ଦର୍ଶକଙ୍କୁ ହସି ହସି ବେଦମ୍‌ କରାଉଥିବା ‘କପିଲ ଶର୍ମା ଶୋ’!

 

ଏହି ୯୯୯ ଟଙ୍କିଆ ଫୋନ୍ ର ମାସିକ ପ୍ଲାନ୍ ମଧ୍ୟ ସବୁଠୁ ଶସ୍ତା ରହିଛି। ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି ସହିତ ୧୪ ଜିବି ଡାଟା ମିଳିବ। ଏବେ ଜିଓ କେବଳ ଫୋର୍ ଜି ଓ ଫାଇଭ ଜି ସର୍ଭିସ ଦେଉଛି। ଏୟାରଟେଲ୍ ଓ ଭୋଡ଼ାଫୋନ୍ ଆଇଡିଆ ଫୋର୍ ଜି ସହିତ ଟୁ ଜି ସର୍ଭିସ ମଧ୍ୟ ଦେଉଛନ୍ତି। ସେମାନେ ଯେମିତି ଏୟାରଟେଲ୍ ଓ ଭୋଡ଼ାଫୋନ୍ ଆଇଡିଆ ଛାଡ଼ି ଜିଓର ଫୋର୍ ଜି କୁ ଆସିବେ, ତାହା ହେଉଛି ଜିଓ ଭାରତ ଭି ଟୁ ର ଲକ୍ଷ୍ୟ। ...


 

Share this story