କାର୍‌, ବାଇକକୁ ପଛରୁ ପିଟିଲା ଟ୍ରକ, ଘଟଣାସ୍ଥଳ ରେ ୧୦ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

truck rammed on car and bikes killing 10 on spot

ଓଡ଼ିଆ ଗସିପ ବ୍ୟୁରୋ : ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ତାଲୁକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍‌କୁ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଯାଞ୍ଚରେ ଟ୍ରକର ବ୍ରେକ୍ ଫେଲ୍ ଯୋଗୁ ଦୁର୍ଘଟଣା ହୋଇଛି ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ : ସିଗନାଲିଂ ତ୍ରୁଟିରୁ ହୋଇଛି ବାହାନଗା ଟ୍ରାଜେଡି; ଆସିଲା ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟ

ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ମୁମ୍ବାଇ-ଆଗ୍ରା ଏକ୍ସପ୍ରେସ ହାଇଓ୍ବରେ ହୋଇଛି । ଟ୍ରକର ବ୍ରେକ୍ ଫେଲ୍ ହେବା ପରେ ନିୟନ୍ତ୍ରଣ ହରାଇଥିଲେ । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଗୋଟିଏ କାର୍ ଓ ଦୁଇଟି ମଟର ସାଇକେଲ୍ ଉପରେ ମାଡିଯାଇଥିଲା ।

ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଶିରପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Share this story