ଦେଖନ୍ତୁ ଭିଡ଼ିଓ : ଭୟଙ୍କର ଭୂସ୍ଖଳନ; ବିରାଟ ପଥର ତଳେ ଚାପି ହୋଇଗଲା ୩ କାର, ମୃତକଙ୍କ ସଂଖ୍ୟା ଅସ୍ପଷ୍ଟ...

landslide crushed many vehicles on spot

ଓଡ଼ିଆ ଗସିପ୍ ବ୍ୟୁରୋ: ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ଦିମାପୁର ଜିଲ୍ଲାର ଚୁମୁକେଦିମାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଯାଇଛି । ପାହାଡ ଧସି ବଡ ବଡ ପଥର ଖସି ରାସ୍ତା ଉପରେ ପଡି ରହିଛି । ବଡ ପଥର ଖଣ୍ଡ ଧସି ୨ଟି କାରକୁ ଚାପି ଦେଇଛି । ଫଳରେ କାର ଭିତରେ ଥିବା ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।

ଏତେ କମ ସମୟ ମଧ୍ୟରେ ଏତେ ସବୁ ଘଟଣା ଘଟିଗଲା ଯେ କାର ଭିତରୁ କେହି ବାହାରକୁ ବାହାରିବାର ସୁଯୋଗ ପାଇ ନ ଥିଲେ । ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୫ ସେକେଣ୍ଡର ଏକ ଭିଡିଓରେ ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି, ନାଗାଲାଣ୍ଡର ଏକ ପାହାଡି ଇଲାକାରେ ରାସ୍ତା ଜାମ ହୋଇଛି । ରାସ୍ତର ଦୁଇ ପାର୍ଶ୍ୱରେ ଧାଡି ଧାଡି ଗାଡି ଛିଡା ହୋଇଛନ୍ତି । ଏହି ସମୟରେ ପାହାଡ ଉପରୁ ବିରାଟ ବିରାଟ ପଥର ଖଣ୍ଡ ଦ୍ରୁତ ଗତିରେ ଗଡି ଗଡି ଆସି ରାସ୍ତରେ ଛିଡା ହୋଇଥିବା କାରକୁ ଭାଙ୍ଗି ଚୁନା କରି ଦେଇଛି ।

ଅଧିକ ପଢ଼ନ୍ତୁ : ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

ଗୋଟିଏ କାରକୁ ଚାପି ଦେବା ପରେ ଏହି ପଥର ଆଉ ଏକ କାରକୁ ଧକ୍କା ଦେଇ ତଳେ ଥିବା ଏକ ଖାଇରେ ଯାଇ ପଡୁଛି । ଖାଇରେ ପଡିବା ପୂର୍ବରୁ ଏହାର ଏକ ଅଂଶ ଭାଙ୍ଗି ଆଉ ଏକ କାର ଉପରେ ପଡି ତାକୁ ମଧ୍ୟ ଓଲଟାଇ ଦେଇଛି ।

ଏହି ବିରାଟ ପଥର ଖଣ୍ଡ ଯେଉଁ ଗାଡିକୁ ପ୍ରଥମ ଧକ୍କା ଦେଇଥିଲା, ସେଥିରେ ଥିବା ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅନ୍ୟଗାଡିରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏସବୁ ଘଟଣା ଏତେ କମ ସମୟ ଭିତରେ ଘଟିଲା ଯେ କେହି କିଛି ବି କରିପାରି ନ ଥିଲେ ।

ଦେଖନ୍ତୁ ଭିଡ଼ିଓ :

ମୃତ୍ୟୁକୁ ଏତେ ପାଖରେ ଦେଖି ସେଠାରେ ଥିବା ଲୋକ ଭୟଭୀତ ହୋଇ ଯାଇଥିଲେ । ପଛରେ ଛିଡା ହୋଇଥିବା ଏକ ଗାଡିର ଡେସବୋର୍ଡ କ୍ୟାମେରାରେ ପୁରା ଘଟଣା ରେକର୍ଡ ହୋଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Share this story