ଆସନ୍ତା ୨୪ ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

yellow warning issued for heavy rainfall in odisha

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ବଢ଼଼ିବ ବର୍ଷାର ପରିମାଣ । ବୁଧବାର ବର୍ଷାର ପ୍ରକୋପ ବଢ଼ିବା ସହିତ ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ବର୍ତ୍ତମାନ ମୌସୁମୀ ନିମ୍ନ ଚାପରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ଼, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ୱିଛି ।

ଏହା ପ୍ରଭାବରେ ମଙ୍ଗଳବାର ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ୬ ତାରିଖରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ସମୟରେ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ଆକଳନ କରାଯାଉଛି ।

ଅଧିକ ପଢ଼ନ୍ତୁ : ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

ଅଧିକ ପଢ଼ନ୍ତୁ : ଚଉଠି ରାତିରେ କନିଆଁ କଲା ଏମିତି କିଛି, ଯାହା ଦେଖି ଶାଶୂଘର ଲୋକଙ୍କ ଉଡିଗଲା ହୋସ୍, ଜାଣନ୍ତୁ ପୂରା ଘଟଣା

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହି ଜିଲ୍ଲାଗୁଡିକ ହେଲା-  ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ ।

Share this story