ଟିମ ଇଣ୍ଡିଆ କୁ ଆଇସିସିର ‘ଲଲିପପ୍‌’, ସକାଳେ ଟେଷ୍ଟରେ ଭାରତ ନଂ- ୧, ସନ୍ଧ୍ୟାରେ ଅଷ୍ଟ୍ରେଲିଆ ନଂ- ୧

ICC picks lillipop for India as ranking changes in a day

ଓଡ଼ିଆ ଗସିପ ବ୍ୟୁରୋ: ସମସ୍ତ ତିନୋଟି ଫର୍ମାଟରେ ଭାରତକୁ ଏକ ନମ୍ବର କରିବାର କିଛି ଘଣ୍ଟା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ୟୁ-ଟର୍ନ ନେଇଛି । ବୁଧବାର ଆଇସିସି ଭାରତକୁ ଟେଷ୍ଟରେ ଏକ ନମ୍ବର ବୋଲି ରାଙ୍କିଙ୍ଗରେ ଦର୍ଶାଇଥିଲା । ଏହାପୂର୍ବରୁ ଭାରତ ଉଭୟ ଦିନିକିଆ ଓ ଟି-୨୦ରେ ବିଶ୍ବରେ ଏକ ନମ୍ବର ରହିଥିବା କାରଣରୁ ଟେଷ୍ଟରେ ଏକ ନମ୍ବର ହେବା ପରେ ଇତିହାସ ସୃଷ୍ଟି କରିଥିଲା ।

କିନ୍ତୁ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଏହି ଖୁସି ବେଶି ସମୟ ରହିଲାନି । ‘ଲଲିପପ୍‌’ ଖାଇବାର କିଛି ସମୟ ପରେ ଯେପରି ସରିଯାଏ, ସେହିପରି ଭାରତକୁ ଏକ ‘ଲଲିପପ୍‌’ ଦେଇଥିଲା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) । କାରଣ ବୁଧବାର ସକାଳେ ଆଇସିସି ପକ୍ଷରୁ ପ୍ରକାଶିତ ରାଙ୍କିଙ୍ଗରେ ଭାରତ ଟେଷ୍ଟରେ ଏକ ନମ୍ବର ବୋଲି ଦର୍ଶାଯାଇଥିଲା ।

କିନ୍ତୁ ସନ୍ଧ୍ୟାରେ ଆଇସିସି ଆଉ ଏକ ରାଙ୍କିଙ୍ଗ ପ୍ରକାଶ କରିଛି । ଯେଉଁଥିରେ ଅଷ୍ଟ୍ରେଲିଆ ଟେଷ୍ଟରେ ଏକ ନମ୍ବର ରହିଛି । ଆଉ ଭାରତକୁ ଭୁଲରେ ଏକ ନମ୍ବର କରିଦିଆଯାଇଛି, ଏହା ଏକ ତ୍ରୁଟି ବୋଲି ଆଇସିସି କହିଛି ।

ଅଧିକ ପଢ଼ନ୍ତୁ : ଇଣ୍ଟେଲିଜେନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମ୍ୟାଡାମଙ୍କୁ ମିଳିବନି ବସ୍ତି ଭୋଟ, ବେଗୁନିଆରେ ଆଖି, ଦେଖନ୍ତୁ ଭିଡିଓ...

ଭାରତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଥିଲା । ଏହାପରେ ଦଳ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିବା ଆଇସିସି ପକ୍ଷରୁ ମଧ୍ୟାହ୍ନରେ ଅପଡେଟ କରାଯାଇଥିଲା । ଏହାପରେ ଏନେଇ ବିଭିନ୍ନ ଗଣମାଧ୍ୟମ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା ।

ପୂର୍ବରୁ ଭାରତ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ଏକ ନମ୍ବରରେ ରହିଥିଲା । ଏହାପରେ ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ହୋଇ କିକ୍ରେଟରେ ଭାରତ ଇତିହାସ ରଚିଥିଲା ବୋଲି ଖବର ପ୍ରସାରଣ ହୋଇଥିଲା । ଆଇସିସି ପକ୍ଷରୁ ସକାଳେ ପ୍ରକାଶ ପାଇଥିବା ଟେଷ୍ଟ ରାଙ୍କିଙ୍ଗରେ ଭାରତ ୧୧୫ ପଏଣ୍ଟ ସହ ଏକ ନମ୍ବରରେ ରହିଥିବା ବେଳେ ୧୧୧ ପଏଣ୍ଟ ସହ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଏବଂ ୧୦୬ ପଏଣ୍ଟ ସହ ତୃତୀୟରେ ଇଂଲଣ୍ଡ ରହିଥିଲା ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ଅର୍ଥ ନେଣଦେଣ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ...

ତେବେ ସନ୍ଧ୍ୟାରେ ତ୍ରୁଟି ସୁଧାରି ଆଇସିସି ନୂଆ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ କରିଛି । ଯେଉଁଥିରେ ଭାରତ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ଏଯାଏ ପହଞ୍ଚିନି । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ପୂର୍ବଭଳି ୧ନଂ ସ୍ଥାନରେ ରହିଛି ।

କିନ୍ତୁ ଦିନିକିଆ ଓ ଟି-୨୦ରେ ଭାରତ ୧ ନଂ ସ୍ଥାନ ଦଖଲ କରିଛି । ଆଇସିସି ପକ୍ଷରୁ ତ୍ରୁଟି ସୁଧାରି କୁହାଯାଇଛି ଯେ ଅଷ୍ଟ୍ରେଲିଆ ୨୯ଟି ମ୍ୟାଚ୍‌ରୁ ୧୨୬ ପଏଣ୍ଟ ସହ ଟେଷ୍ଟ ରାଙ୍କିଙ୍ଗର ୧ ନଂ ସ୍ଥାନରେ ରହିଛି । ଭାରତ ୩୨ ମ୍ୟାଚ୍‌ରୁ ୧୧୫ ପଏଣ୍ଟ ସହ ୨ନଂରେ ଅଛି । ସେହିପରି ଇଂଲଣ୍ଡ ୧୦୭ ପଏଣ୍ଟ ସହ ତୃତୀୟ ଓ ଦକ୍ଷିଣ ଆଫ୍ରିକା ୧୦୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି ।

Share this story

World Odia Language Conferene