World Odia Language Conferene

ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ଅର୍ଥ ନେଣଦେଣ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ...

Know your horoscope of February 16 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ଗୁରୁବାର ରାଶିଫଳ ( ୧୬ - ୦୨ – ୨୦୨୩ ):

ମେଷ: ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ । କୌଣସି ରଚନାତ୍ମକ କାମରେ ମନୋନିବେଶ କରିବେ । ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ମାନସିକ ଶାନ୍ତି ପାଇଁ ଏକୁଟିଆ ରହିବାକୁ ପସନ୍ଦ କରିବେ ।

ବୃଷ: ଆଜି ମହିଳାମାନଙ୍କୁ ଶୁଭଫଳ ମିଳିବ । ବିବାଦଠାରୁ ଦୂରରେ ରୁହନ୍ତୁ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ ।

ମିଥୁନ: ପାରିବାରିକ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବିଶେଷବ୍ୟକ୍ତିଙ୍କ ସହଯୋଗ ପାଇବେ । ଆମଦାନିରେ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ ।

ଅଧିକ ପଢ଼ନ୍ତୁ : ଇଣ୍ଟେଲିଜେନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମ୍ୟାଡାମଙ୍କୁ ମିଳିବନି ବସ୍ତି ଭୋଟ, ବେଗୁନିଆରେ ଆଖି, ଦେଖନ୍ତୁ ଭିଡିଓ...

କର୍କଟ: ପରିବାରବର୍ଗଙ୍କୁ ନିଜ ଯୋଜନାରେ ସହମତ କରାଇନେବେ । ଆର୍ଥିକ ସ୍ଥିରତା ବଜାୟ ରହିବ । ବିଜ୍ଞାନ, କଳା କ୍ଷେତ୍ରରେ ସଫଳତା ପାଇବେ । ମହିଳାମାନେ ଭାବପ୍ରବଣ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି ।

ସିଂହ: କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ମହିଳାମାନେ ଉଦାସ ରହିବେ । କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ । ବ୍ୟବସାୟରେ ଉନ୍ନତି ପାଇଁ ନୂତନ ପଥ ଚୟନ କରିବେ ।

କନ୍ୟା: ପୂର୍ବ କଥାକୁ ଚିନ୍ତା କରି ଅବସାଦରେ ରହିବେ । କୋର୍ଟକଚେରୀ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ମହିଳାମାନେ ସ୍ବାଭିମାନୀ ହେବେ ।

ତୁଳା: ଶାରୀରିକ ସମସ୍ୟା ଦେଖାଦେଇପାରେ । ଅର୍ଥ ନେଣଦେଣ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବଡ଼ଧରଣର ସଫଳତା ପାଇପାରନ୍ତି । ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ । ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାରନ୍ତି । ମହିଳାମାନେ ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୀର୍ଘଦିନର ସ୍ବପ୍ନ ପୂରଣ ହେବ ।

ଧନୁ: ଅତ୍ୟଧିକ ପରିଶ୍ରମ କରି କ୍ଳାନ୍ତ ଅନୁଭବ କରିବେ । ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ । କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା କଠିନ ହୋଇପାରେ । ଛାତ୍ରଛାତ୍ରୀ ଅସ୍ଥିରମନା ହେବେ ।

ଅଧିକ ପଢ଼ନ୍ତୁ : ଚମକିଲେ ପ୍ରମିଳା ମାଉସୀ, ଆସିକା ସାଂସଦଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର

ମକର: କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ର ପ୍ରଦର୍ଶନ କରିବେ । ଅଚାନକ ଧନଲାଭ ହେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହେବ । ଛାତ୍ରଙ୍କ ଲାଗି ଦିନଟି ଉତ୍ତମ । ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ ।

କୁମ୍ଭ: ମନର କଥାକୁ ଗୋପନ ରଖି କଷ୍ଟ ପାଇବେ । କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ । ଗୁରୁଜନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଅଧିକ ଚିନ୍ତା କରି ଅସୁସ୍ଥ ମନେ କରିପାରନ୍ତି ।

ମୀନ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ । ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି । ନୂତନ ନିଯୁକ୍ତି ପାଇବାର ଯୋଗ ରହିଛି । ମହିଳାମାନେ ନିଜ ସୃଜନଶୀଳତାର ପରିଚୟ ଦେବେ ।

Share this story