ଇଣ୍ଟେଲିଜେନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମ୍ୟାଡାମଙ୍କୁ ମିଳିବନି ବସ୍ତି ଭୋଟ, ବେଗୁନିଆରେ ଆଖି, ଦେଖନ୍ତୁ ଭିଡିଓ...

Aparajita new strategy in upcoming general election to win

ଓଡ଼ିଆ ଗସିପ ବ୍ୟୁରୋ: ଏଥର ନିର୍ବାଚନରେ ଘମାସାନ ହେବ ଲଢେଇ । କିନ୍ତୁ କିଏ କେଉଁ ଦଳରୁ ଲଢିବେ ତାକୁ ନେଇ ଚିତ୍ର ପୁରାପୁରି ଅସ୍ପଷ୍ଟ । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ମଧ୍ୟ ମାନସମନ୍ଥନ ଆରମ୍ଭ ହେଲାଣି । ଯାହାକୁ ନେଇ ନେତାଙ୍କ ଛାତି ମଧ୍ୟ ଧଡଧଡ । ଖାସ କରି ବିଜେପି ଦଳର ନେତାଙ୍କ ପାଇଁ । ଯେହେତୁ ୨୦୨୪ରେ ବିଜେପି ଡାଇରେକ୍ଟ ଇଲେକ୍ସନରେ ବିଜୟ ହୋଇଥିବା ନେତାଙ୍କୁ ଗୁରୁତ୍ୱ ଦେବାକୁ ଅଙ୍କ କଷିଥିବା କୁହାଯାଉଛି ତେଣୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତ୍ୟେକ୍ଷ ନିର୍ବାଚନରେ ଲଢ଼ିବାକୁ ଘୋଷଣା କରି ନିଜର ରାଜନୈତିକ ପଥ ପରିସ୍କାର କରିଥିବା କଥା କୁହାଯାଉଛି ।

ଅନ୍ୟପଟେ ଅପରାଜିତା ମଧ୍ୟ ୨୦୨୪ରେ ଲୋକସଭା ନୁହେଁ ବିଧାନ ସଭାରେ ଲଢ଼ିବାକୁ ଇଛା ପ୍ରକାଶ କରିଥିବା ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି । କାରଣ ଆଗକୁ ପଦ୍ମ ଦଳରେ ପଦବୀ ଓ କ୍ଷମତାରେ ରହିବାକୁ ହେଲେ ନିର୍ବାଚନରେ ବିଜୟ ହିଁ ଏକମାତ୍ର ମାପ ଦଣ୍ଡ ହେବ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଏହି ସାଙ୍ଘାତିକ ଷଦଯନ୍ତ୍ର ଭିଡିଓ : ୭୦ ବିଧାୟକଙ୍କୁ କଳେ ବଳେ କୌଶଳେ ଏକାଠି କରି ନବୀନ ସରକାରଙ୍କୁ ବିଦା କରିବେ ମୋଦି

ତେଣୁ ରିସ୍କ ନେବାକୁ ଅପରାଜିତା ଚାଁହୁନଥିବା ଚର୍ଚ୍ଚା ହେଉଛି । ଆଗାମୀ ୨୦୨୪ ନିର୍ବାଚନରେ ବିଜେପିରେ କାହାର ବିଜୟ ସମ୍ଭାବନା ଅଧିକ ରହିଛି ତାହାକୁ ନେଇ କୁଆଡେ ସିକ୍ରେଟ ସର୍ଭେ ସାରିଥିବା ଚର୍ଚ୍ଚା ହେଉଛି । ଯେଉଁ ସର୍ଭେ ରିପୋର୍ଟ କାଳେ ଅପରାଜିତାଙ୍କ ଅକଲ ଗୁଡ଼ୁମ କରିଦେଇଥିବା ଚର୍ଚ୍ଚା ହେଉଛି । ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନ ବିଜେପି ହାତରୁ ଖସିବା ନିଶ୍ଚିନ୍ତ ବୋଲି କାଳେ ସିକ୍ରେଟ ସର୍ଭେ ରିପୋର୍ଟରେ ଆସିଥିବା କୁହା ଯାଉଛି ।

ଏମିତିରେ ଗତ ନିର୍ବାଚନରେ ଅପରାଜିତାଙ୍କ ବିଜୟ ବ୍ୟବଧାନ ସେତେ ଅଧିକ ନଥିଲା । ଆଉ ୟା ଭିତରେ ଅପରାଜିତାଙ୍କୁ ନେଇ ଭୂବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥମିବାର ନା ଧରୁନି । ଏମିତି କି ତୃଣମୂଳ ସ୍ତରର କର୍ମୀ ଓ ନେତା ଅପରାଜିତାଙ୍କୁ ଖୋଲା ଖୋଲି ଭାବେ ବିରୋଧ କରୁଥିବା ଅନେକ ନଜରୀ ରହିଛି । ଯାହା ଅପରାଜିତାଙ୍କ ପାଇଁ ସବୁଠୁ ବେଶୀ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା କୁହା ଯାଉଛି ।

ଯେଉଁଥି ପାଇଁ ଲୋକସଭା ନିର୍ବାଚନ ଲଢ଼ିବା ମୁଡ଼ରେ ଅପରାଜିତା ନଥିବା ଶୁଣିବାକୁ ମିଳୁଛି । କାରଣ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହେବା ଅର୍ଥ ଆଗୁଆ ପରାଜୟ କୁ ସ୍ୱୀକାର କରିବା ସଙ୍ଗେ ସମାନ । ଯେଉଁଥିପାଇଁ ଅପରାଜିତା ଲୋକସଭା ଆସନରୁ ମୁଂହ ଫେରାଇ ନେଇ ବିଧାନ ସଭା ଆସନ ଆଡେ ମୁଁହାଇଥିବା କୁହାଯାଉଛି । ଆଉ ଏଥିପାଇଁ ବେଗୁନିଆକୁ ସେଭ ଜୋନ ବୋଲି ଅପରାଜିତା ସ୍ଥିର କରିଥିବା ଶୁଣିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଜଗିଛନ୍ତି ସୁଟର, ମାରିଦେବେ ଗୁଳି : ନବଙ୍କ ମର୍ଡର ପରେ ପଡିବ କି ସୁଶାନ୍ତଙ୍କ ପାଳି ?

ସେପଟେ ଏଇ ସବୁକୁ ଦୃଷ୍ଟିରେ ରଖି ଅପରାଜିତା କ୍ୟାମ୍ପ ବେଗୁନିଆରେ ସେର ପକାଇ ରହୁଥିବା ଶୁଣିବାକୁ ମିଳୁଛି । ଆଉ ୟା ପଛରେ କୁଆଡେ ଅପରାଜିତାଙ୍କ ମୁକୁଙ୍କୁ ଭୟ ରହିଥିବା କହାଯାଉଛି । ଆଗାମୀ ନିର୍ବାଚନରେ ପଦ୍ମ ଦଳରେ ପାୱାରଫୁଲ କୋଟରୀରେ ରହିବାକୁ ହେଲେ ଡାଇରେକ୍ଟ ଇଲେକ୍ସନରେ ବିଜୟୀ ହେବା ନିହାତି ଆବଶ୍ୟକ । ତେଣୁ ବିଜୟ ସୁନିଶ୍ଚିନ୍ତ କରିବାକୁ ଅପରାଜିତା ବିଧାନ ସଭା ମୁହାଁ ହେବା କୁହା ଯାଉଛି ।

ଦେଖନ୍ତୁ ଭିଡ଼ିଓ:

କାରଣ ଲୋକସଭା ନିର୍ବାଚନ ଲଢ଼ି ଯଦି ଅପରାଜିତା ପରାଜିତ ହୁଅନ୍ତି ତେବେ ତାଙ୍କ ରାଜନୈତକ କ୍ୟାରିଅରରେ ଗ୍ରହଣ ଲାଗିଯାଇପାରେ । ଆଉ ଏହି ସୁଯୋଗ କୁ କୁଆଡେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଅପେକ୍ଷା କରିଥିବା ଆଲୋଚନା ହେଉଛି । ସେଇ ବହ୍ଲି ଯଦି ଲୋକସଭା ବଦଳରେ ବିଧାନ ସଭାରେ ଲଢ଼ି ବିଜୟୀ ହୁଅନ୍ତି ତେବେ ଓଡିଶା ବିଜେପି ରାଜନୀତିରେ ଅପରାଜିତା ନିଜର ପତିଆରା ବଢାଇବାରେ କେବଳ ସକ୍ଷମ ହେବେନି ଧର୍ମେନ୍ଦ୍ରଙ୍କ ଏକଛତ୍ରବାଦୀ ପତିଆରାକୁ ଚ୍ୟାଲେଞ୍ଜ କରି ପାରିବେ ବୋଲି ଚର୍ଚ୍ଚା ହେଉଛି ।

ତେଣୁ ଏବେ ଠାରୁ ବେଗୁନିଆରେ ଅପରାଜିତା ନିଜର କ୍ଷେତ୍ର ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ଆଉ ଯଦି ବାସ୍ତବିକ ଚର୍ଚ୍ଚା ହେଉଥିବା କଥା ସତ ହୁଏ ତେବେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ କିଏ ହେବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ?

Share this story

World Odia Language Conferene