ଦେଖନ୍ତୁ ଏହି ସାଙ୍ଘାତିକ ଷଦଯନ୍ତ୍ର ଭିଡିଓ : ୭୦ ବିଧାୟକଙ୍କୁ କଳେ ବଳେ କୌଶଳେ ଏକାଠି କରି ନବୀନ ସରକାରଙ୍କୁ ବିଦା କରିବେ ମୋଦି

Will BJP win the 2024 general election in Odisha on Bhatruhari Mahatab's mindgame

ଓଡ଼ିଆ ଗସିପ ବ୍ୟୁରୋ: ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ । ବିଜେଡିକୁ ଭାଙ୍ଗିବାକୁ କୁଆଡେ ସୁପାରୀ ନେଇଛନ୍ତି ମହତାବ । ପ୍ରତିଦିନ ଜଣ ଜଣ କରି ଅସନ୍ତୁଷ୍ଟ ବିଜେଡି ନେତାଙ୍କ ସହ କଥା ହେଉଛନ୍ତି ମହତାବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ନେତୃତ୍ବ ବିରୋଧରେ ମୋର୍ଚ୍ଚା ଖୋଲିବାକୁ ଆରମ୍ଭ କରିଛନ୍ତି ଷଡଯନ୍ତ୍ର ।

ଏକ ବିଶେଷ ସୂତ୍ରରୁ ପ୍ରକାଶ ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବ ରାତିରେ ବିଜେଡିର କିଛି ପୁରୁଖା ନେତା ଓ ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରି ମହତାବ ମନ୍ତ୍ର ଫୁଙ୍କିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨୦୨୪ ନିର୍ବାଚନ ପାର ନ କରେଇ ଦେବାକୁ ଯେଉଁ ପ୍ଲାନ ପୋଗ୍ରାମ ହୋଇଛି ତା ଭିତରେ ମୁଖ୍ୟ ଭୂମିକା ନେବ ଗଣମାଧ୍ୟମ । ରାଜ୍ୟର କିଛି ବଡ ମିଡିଆ ହାଉସର ସାମ୍ବାଦିକ ଓ ସଂପାଦକଙ୍କ ସହ କୁଆଡେ କରିଛନ୍ତି ମହତାବ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଜଗିଛନ୍ତି ସୁଟର, ମାରିଦେବେ ଗୁଳି : ନବଙ୍କ ମର୍ଡର ପରେ ପଡିବ କି ସୁଶାନ୍ତଙ୍କ ପାଳି ?

ବିଜେଡିକୁ ଫଠେଇବା ପାଇଁ ଗଣମାଧ୍ୟମ ହେବ ମୁଖ୍ୟ ଅସ୍ତ୍ର । ଏଥିପାଇଁ କୁଆଡେ ମହାତାବ ଡାଟା ଓ ଦସ୍ତାବିଜ ରେଡି କରିଛନ୍ତି । ପ୍ରତିଦିନ ବିଜେଡିରେ କନ୍ଦଳକୁ ନେଇ ଗଣମାଧ୍ୟମରେ ହେବ ଆଲୋଚନା । ସୂଚନା ଅନୁସାରେ ତୃତୀୟ ମହଲାର କିଛି ଓଡିଆ ଅଫିସର ମଧ୍ୟ ମହତାବଙ୍କ ଏହି ମିଶନରେ ସାମିଲ ଅଛନ୍ତି ।

ଲୋକସେବା ଭବନର ଭିତିରିଆ ତଥ୍ୟକୁ ଲିକ୍ କରି ବିଜେଡି ସରକାରକୁ ବଦନାମ କରିବା ପାଇଁ ମହତାବ କରିଛନ୍ତି ଏକ ଲମ୍ବା ଚିଠା । କେଉଁ ଅଫିସରଙ୍କୁ ଟାର୍ଗେଟ୍ କରାଯିବ କେଉଁ ଅଫିସରଙ୍କ ବିରୋଧରେ RTI ରେ ତଥ୍ୟ ମାଗି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରଙ୍କୁ ଘେରିବେ ସେଥିପାଇଁ ନାମି ଦାମୀ RTI activistଙ୍କ ସହ ଆଲୋଚନା କରିଛନ୍ତି ମହତାବ ।

ଏହି ମିଶନରେ ସାମିଲ ଥିବା ଜଣେ ବିଜେଡିର ବରିଷ୍ଠ ନେତା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଭରଷା ନାହିଁ । ସେଥ୍‌ପାଇଁ ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ପ୍ରସନ୍ନ ଆଚାର୍ଯ୍ୟ, ନଗେନ୍ଦ୍ର କୁମାର ପ୍ରଧାନ, ସଞ୍ଜୟ ଦାସବର୍ମା, ବିଜୟ ମହାପାତ୍ର, ତଥାଗତ ଶତପଥୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବଲାଙ୍ଗୀର ରାଜ ପାରିବାରର କିଛି ନେତା (ଆହୁରି ଅନେକ ନେତା ଅଛନ୍ତି ଯେଉଁ ମାନଙ୍କ ନାମ ପ୍ରକାଶ କରିବାକୁ ମନା କରିଛନ୍ତି ସମ୍ପୃକ୍ତ ନେତା) ଅଛନ୍ତି ଯେଉଁ ମାନଙ୍କ ମାଧ୍ୟମରେ ବିଜେଡି ଭିତରେ ଅସ୍ଥିରତା ସୃଷ୍ଟି କରିବାକୁ ରଣନୀତି କରୁଛନ୍ତି ମହତାବ । କଟକର ପ୍ରଜାତନ୍ତ୍ର ଅଫିସ ହେବ ବିଜେଡି ବିରୋଧରେ ଷଡଯନ୍ତ୍ରର ପ୍ରୟୋଗଶାଳା ।

ଅଧିକ ପଢ଼ନ୍ତୁ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ସିରିଜ୍‌ ଦୁର୍ଘଟଣା; ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ମିଶନର ପ୍ରଥମ ଏଜେଣ୍ଡାକୁ ଆଜି ଗଣମାଧ୍ୟମ ସମ୍ମୁଖରେ ଆଣିଛନ୍ତି ମହତାବ । ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ଏହି ସମୟରେ ବାବୁ ମହତାବ ଅନୁପସ୍ଥିତ ଥିଲେ । ତେଣୁ ତାଙ୍କର ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖୁଛନ୍ତି । ସେ କହିଛନ୍ତି, ୪ଟି ବିଷୟରେ କହିବାର ଅଛି । ତେବେ ଦେଖାହେଲେ କହିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

୨୦୨୪ରେ ସେ ନିର୍ବାଚନ ଲଢିବେ କି ନାହିଁ ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ତାହା ବି ଏକ ପ୍ରସଙ୍ଗ । ଏବେ ପ୍ରଶ୍ନ ଉଠୁଛି ୪ଟି ପ୍ରସଙ୍ଗରେ କଣ କହିବେ ମହତାବ । ବାବୁ ମହତାବଙ୍କ କଥାରେ ଓଡିଶା ରାଜନୀତିରେ ଝଡ଼ ସୃଷ୍ଟି ହେବ କି ? ବିଜେଡିକୁ ଭାଙ୍ଗି ଅସନ୍ତୁଷ୍ଟ ନେତାଙ୍କୁ ବିଜେପିରେ ମିଶେଇବା ଯୋଜନାରେ ସଫଳ ହେବେ କି ମହତାବ ? ରାଜ୍ୟ ରାଜନୀତିରେ ସକ୍ରିୟ ନଥିବା ମହତାବ ଅସନ୍ତୁଷ୍ଟ ନେତାଙ୍କୁ ଏକଜୁଟ୍ କରିବାରେ ସଫଳ ହେବ କି ?

ଦେଖନ୍ତୁ ଭିଡ଼ିଓ:

ଆସାମରେ ଯେଉଁ ଡିଲ୍ କଂଗ୍ରେସ ନେତା ହେମନ୍ତ ବିଶ୍ବ ଶର୍ମାଙ୍କ ସହ ବିଜେପି କରିଥିଲା ଠିକ୍ ସେହିଭଳି ବାବୁ ମହତାବଙ୍କ ଭୂମିକା ହେବ ଓଡ଼ିଶାରେ । ଯଦି ମିଶନ ସଫଳ ହେଲା ଭଲ ନ ହେଲେ ବି କୁଆଡେ ବିଜେପି ପାଇଁ ଭଲ । ସୁତ୍ରରୁ ପ୍ରକାଶ ଏହି ମିଶନରେ ଯଦି ବାବୁ ମହତାବ ସଫଳ ହେବେ ତାହା ହେଲେ ୨୦୨୪ରେ ଯେଉଁ ସରକାର ହେବ ରାଜ୍ୟରେ ସେ କୁଆଡେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ପ୍ରତିଶୃତି ଦେଇଛନ୍ତି । ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି ନବୀନଙ୍କ ନେତୃତ୍ବ ଚାଲୁଥିବା ଦଳ ବିଜେଡିକୁ ଭାଙ୍ଗିବା ବାବୁ ମହତାବଙ୍କ ପାଇଁ କେତେ ସହଜ ହେଉଛି ? କାରଣ ବହୁ ରଥୀ ମହାରଥୀ ପୂର୍ବରୁ ବିଜେଡି ବିରୋଧରେ ବିଦ୍ରୋହ କରିବାକୁ ବାହାରି ନିଜେ ତଳିତଳାନ୍ତ ହୋଇଛନ୍ତି । ଏଥର ଭବିଷ୍ୟତ କହିପାରିବ କାହାର କଣ' କ୍ଷତି ହେଉଛି ।

Share this story

World Odia Language Conferene