ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ସିରିଜ୍‌ ଦୁର୍ଘଟଣା; ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

Series accident in konark Marine drive road

ଓଡ଼ିଆ ଗସିପ ବ୍ୟୁରୋ: ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଯାହା ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । କ୍ଷଣିକ ଭିତରେ ଲୋକେ ରୁଣ୍ଢ ହେବାକୁ ଲାଗିଥିଲେ ।

ଏହାସହିତ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ବର୍ତ୍ତମାନ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ବାଲିଘାଇ ନିକଟସ୍ଥ ଘରୋଇ ଇଂଜିନିୟରିଂ କଲେଜ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ, ଆଜି ସକାଳେ ଟ୍ରାଭେରା ଓ ବାଇକ୍‌ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ ଅଭିମୁଖେ ଯାଉଥିଲା ।

ଉଭୟ ଟ୍ରାଭେରା ଓ ବାଇକ୍‌ ଚକ ଫାଟିଯିବାରୁ ଅଟୋ ସହ ବାଡେଇ ହୋଇଥିଲେ । ଟ୍ରାଭେରା-ବାଇକ୍‌-ଅଟୋ ମଧ୍ୟରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା ।

Share this story

World Odia Language Conferene