ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚ୍କୁ ନେଇ ଗମ୍ଭୀରଙ୍କ ତୀଖା ବୟାନ, କହିଲେ ଟିମ୍ ଇଣ୍ଡିଆର ଜର୍ସି ନୁହଁ ବଂର...

ଓଡ଼ିଆ ଗସିପ୍ ବ୍ୟୁରୋ: ଶନିବାର ଦିନ ଏସିଆ କପର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ୍ ମ୍ୟାଚ ବର୍ଷାରେ ଧୋଇଯାଇଛି। ପ୍ରଥମରୁ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ପାକିସ୍ତାନ ଆଗରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା ।
ଫଳରେ ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା । ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଥିଲା। ଏହି ମହାମୁକାବିଲା ଦେଖିବାକୁ ଅନେକ ଦିନ ପୂର୍ବରୁ ଅପେକ୍ଷା କରିରହିଥିବା କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
କିନ୍ତୁ ଏହି ମ୍ୟାଚ୍ରେ ଏଭଳି କିଛି ଦୃଶ୍ୟ ସାମନାକୁ ଆସିଛି, ଯେଉଁଠି ଖେଳାଳିମାନେ ଅନ୍ୟ ଟିମ୍ର ଖେଳାଳିଙ୍କୁ ଆଲିଙ୍ଗ କରିବା ସହ ପରସ୍ପରକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲେ। ଏହାକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କଡା ପ୍ରତିକ୍ରିୟା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
ଗମ୍ଭୀର କହିଛନ୍ତି, ମ୍ୟାଚ୍ ବେଳେ ଖେଳାଳିଙ୍କ ଭିତରେ ବନ୍ଧୁତ୍ବ ଠିକ୍ ନୁହେଁ, ବଂର ତାଙ୍କ ଆଖିରେ ପରସ୍ପରର ଟିମ୍ ବିରୋଧରେ ଆଗ୍ରେସିଭନେସ୍ ରହିବା ଦରକାର। ଗମ୍ଭୀର ଷ୍ଟାର ସ୍ପୋର୍ଟସ୍କୁ କହିଛନ୍ତି, ଆମ ସମୟରେ ଏଭଳି ହେଉନଥିଲା। ମ୍ୟାଚ୍ ବେଳେ ଖେଳାଳି ବିରୋଧି ଟିମ୍ର ଖେଳାଳିଙ୍କୁ ଆଲିଙ୍ଗନ କରିବା, ତାଙ୍କ କାନ୍ଧରେ ହାତ ରଖିବା। ଏସବୁ ଅଧିକ ଫ୍ରାଞ୍ଚାଇଜ କ୍ରିକେଟ କାରଣରୁ ହେଉଛି। ମ୍ୟାଚ୍ ବେଳେ ଆପଣଙ୍କ ଆଖିରେ ଆଗ୍ରେସନ୍ ରହିବା ଦରକାର, କାରଣ ସେତେବେଳେ ଆପଣ ଦେଶର ପ୍ରତିନିଧିତ୍ବ କରୁଛନ୍ତି ଓ ନିଜ ଦେଶକୁ ଜିତାଇବାକୁ ପୁରା ଚେଷ୍ଟା କରିବା ଦରକାର।
ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...
ଗମ୍ଭୀର ଆଗକୁ କହିଛନ୍ତି, ମ୍ୟାଚ୍ର ୬-୭ ଘଣ୍ଟା ପରେ ଯେତେ ବି ବନ୍ଧୁତା ରଖିବା ଦରକାର ରଖନ୍ତୁ। ଆପଣମାନେ କେବଳ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ନାହାନ୍ତି ବଂର ୧୪୦ କୋଟି ଲୋକଙ୍କର ପ୍ରତିନିଧିତ୍ବ କରୁଛନ୍ତି।’