ରୋହିତ ଶର୍ମାଙ୍କ ଏହି ସାଙ୍ଘାତିକ ବୟାନ ପରେ ବିସିସିଆଇକୁ ଟାର୍ଗେଟ କଲେ ଚହଲଙ୍କ ପତ୍ନୀ ଧନଶ୍ରୀ

Chahal wife responded after this cricketer was not selected for world cup

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ପାଇଁ ଗତକାଲି ବିସିସିଆଇ ୧୭ ଜଣିଆ ଭାରତୀୟ ଦଳ ଘୋ‌ଷଣା କରିଥିଲା । ଆହତ ପାଇଁ କିଛି ମାସ ହେବ କ୍ରିକେଟ୍‌ଠୁ ଦୂରରେ ଥିବା କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ‌ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଫିଟ୍‌ନେସ୍‌ ପ୍ରମାଣ ଦେଇଥିବା ଯଶପ୍ରୀତ୍‌ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ ଦିନିକିଆ ଦଳକୁ ଫେରିଥିଲେ । ତେବେ ଏସିଆ କପ୍‌ ପାଇଁ ଘୋଷିତ ଭାରତୀୟ ଦଳରେ ଲେଗ୍‌ ସ୍ପିନର ୟୁଝବେନ୍ଦ୍ର ଚହଲ ସ୍ଥାନ ପାଇପାରିନାହାନ୍ତି ।

ଏହାକୁ ନେଇ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ଯଦି ବିଶ୍ବକପ୍‌ ପ୍ରସ୍ତୁତି ପୂର୍ବରୁ ଜଣେ ଲେଗ୍‌ ସ୍ପିନରଙ୍କ ଆବଶ୍ୟକତା ଅନୁଭବ ହୁଏ, ତା'ହେଲେ ଚହଲଙ୍କୁ ନିଶ୍ଚିତ ଦଳରେ ସ୍ଥାନ ମିଳିବ । ଅନ୍ୟପଟେ ଚହଲଙ୍କୁ ସ୍ଥାନ ନ ମିଳିବା ପରେ ତାଙ୍କ ପତ୍ନୀ ଧନଶ୍ରୀ ବିସିସିଆଇକୁ କଡା ଟାର୍ଗେଟ କରିଛନ୍ତି ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ଦଳରେ ସ୍ଥାନ ନ ପାଇବା ପରେ ଚହଲ ସୋସିଆଲ ମିଡିଆରେ ଏକ ଇମୋଜି ମାଧ୍ୟମରେ ନିଜର ନିରାଶା ପ୍ରକାଶ କରିଥିବା ବେଳେ ତାଙ୍କ ପତ୍ନୀ ଧନଶ୍ରୀ ଏକ ପୋଷ୍ଟ ସେୟାର କରି ଏକ ତୀକ୍ଷ୍ଣ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ଯେ ମୁଁ ବର୍ତ୍ତମାନ ଏହାକୁ ଗମ୍ଭୀରତାର ସହ ପ୍ରଶ୍ନ କରିବାକୁ ଚାଁହୁଛି ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଅତ୍ୟଧିକ ନମ୍ର ହେବା ଆପଣଙ୍କ କ୍ୟାରିୟରର ଅଭିବୃଦ୍ଧି ପାଇଁ କ୍ଷତିକାରକ କି? ଜୀବନରେ ଆଗକୁ ବଢିବା ପାଇଁ ଆମ ସମସ୍ତଙ୍କୁ ଅତ୍ୟଧିକ ସ୍ମାର୍ଟ ହେବାକୁ ପଡିବ କି? ଚହଲଙ୍କ ବାବଦରେ କହିବାକୁ ଗଲେ ଚଳିତବର୍ଷ ସେ ମାତ୍ର ଦୁଇଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଓ ତିନିଟି ଉଇକେଟ ନେଇଛନ୍ତି ।

Share this story